Videos
|
Horoscope

Solar Eclipse / ସେପ୍ଟେମ୍ବର ୨୧ରେ ବର୍ଷର ଶେଷ ସୂର୍ଯ୍ୟପରାଗ

Rashmita Mishra
Browse all articles by Rashmita Mishra
·1 year ago·2 min read
ସେପ୍ଟେମ୍ବର ୨୧ରେ ବର୍ଷର ଶେଷ ସୂର୍ଯ୍ୟପରାଗ

Key Points

ସେପ୍ଟେମ୍ବର ୨୧ରେ ଲାଗିବ ବର୍ଷର ଶେଷ ସୂର୍ଯ୍ୟପରାଗ
ବଦଳିଯିବ ଏହି ଦୁଇ ରାଶିଙ୍କ ଭାଗ୍ୟ
ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ରହିବେ ଏକ ଧାଡ଼ିରେ

ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ସେପ୍ଟେମ୍ବର ୨୧ ରେ ଲାଗିବାକୁ ଯାଉଛି, ଯାହା ଉପରେ ଜ୍ୟୋତିଷ ଏବଂ ବିଜ୍ଞାନ ଉଭୟଙ୍କ ନଜର ରହିଛି । ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ଧାଡ଼ିରେ ଆସିବେ ଏବଂ ଚନ୍ଦ୍ର ସୂର୍ଯ୍ୟକୁ ଘୋଡ଼ାଇ ଦେବ । ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ କାଳକୁ ଶୁଭ କାର୍ଯ୍ୟ ପାଇଁ ଭଲ ବିବେଚନା କରାଯାଏ ନାହିଁ ତେଣୁ ଲୋକମାନେ ଏହି ସମୟରେ ଦାନ, ମନ୍ତ୍ର ଜପ ଉପରେ ଅଧିକ ଧ୍ୟାନ ଦିଅନ୍ତି । ଜ୍ୟୋତିଷଙ୍କ କହିବା ଅନୁଯାୟୀ, ବର୍ଷର ଶେଷ ସୂର୍ଯ୍ୟପରାଗର ପ୍ରଭାବରେ କିଛି ରାଶିଙ୍କ ବହୁତ ଭଲ ହେବ । ତେବେ ଆସନ୍ତୁ ଜାଣିବା ଯେ ସୂର୍ଯ୍ୟପରାଗ କେଉଁ ରାଶିମାନଙ୍କ ପାଇଁ ଶୁଭ ।

ମେଷ ରାଶି- ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟକୁ ମଜବୁତ କରିବ । ଦୀର୍ଘ ଦିନରୁ ଯେଉଁ ସୁଯୋଗକୁ ଅପେକ୍ଷା କରାଯାଇଥିଲା, ତାହା ହାତରେ ଲାଗିପାରେ । ମେଷ ରାଶିର ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । କ୍ୟାରିଅରରେ ନୂଆ ସୁଯୋଗ ମିଳିବ, ସେହିପରି ଆର୍ଥିକ ସ୍ଥିତି ମଧ୍ୟ ସୁଧୁରିବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ ଏବଂ ଦୀର୍ଘ ଦିନରୁ ଚାଲିଆସୁଥିବା ସମସ୍ୟାରୁ ମୁକ୍ତି ମିଳିବ ।

ବୃଷ ରାଶି- ଏହି ରାଶିର ବ୍ୟକ୍ତିଙ୍କର ଧନ ଲାଭ ଏବଂ ନିବେଶରୁ ଲାଭ ହେବ । ପରିବାରରେ ସମ୍ମାନ ଏବଂ ସୁଖ-ସମୃଦ୍ଧି ବଢ଼ିବ । ଚାକିରି କରୁଥିବା ଲୋକମାନଙ୍କୁ ପଦୋନ୍ନତି ଏବଂ ବ୍ୟବସାୟୀମାନଙ୍କୁ ଲାଭବାନ ହେବାର ସୁଯୋଗ ମିଳିବ । ପରିବାରରେ ସାମଞ୍ଜସ୍ୟ ଏବଂ ସହଯୋଗ ବଢ଼ିବ । ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ମିଳିବ ।


ସିଂହ ରାଶି- ରାଶିଚକ୍ରର ପଞ୍ଚମ ରାଶି ସିଂହଙ୍କ ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଦେବ । ଆଗାମୀ ସୂର୍ଯ୍ୟପରାଗରେ ସିଂହ ରାଶିର ଲୋକମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ । ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ପରିଚୟ ମିଳିବ । ଧନ ଲାଭ ଏବଂ ନିବେଶରୁ ଲାଭ ହେବ । ପରିବାରରେ ସମ୍ମାନ ଏବଂ ସୁଖ-ସମୃଦ୍ଧି ବଢ଼ିବ । ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ମିଳିବ । ଦୀର୍ଘ ଦିନରୁ ଅଧୁରା ଥିବା ସ୍ୱପ୍ନ ପୂରଣ ହେବ । ପ୍ରେମ ଏବଂ ବୈବାହିକ ଜୀବନରେ ଖୁସି ଆସିବ ।


ତେବେ ସେପ୍ଟେମ୍ବର ୨୧ ରେ ଲାଗିବାକୁ ଥିବା ସୂର୍ଯ୍ୟପରାଗ ଭାରତରେ ଦେଖାଯିବ ନାହିଁ କିନ୍ତୁ ବିଶ୍ୱର ଅନେକ ଦେଶରେ ଏହାର ପ୍ରଭାବ ସ୍ପଷ୍ଟ ଭାବରେ ଦେଖାଯିବ । ଏହି ଗ୍ରହଣ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗରର କିଛି ଅଂଶରେ ଦେଖାଯିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Solar Eclipse | "Last Solar Eclipse of the Year on September 21 | Argus News" | Argus News Odia