|
logo
Live

Argus News - ଆଜି କେମିତି କଟିବ ଆପଣଙ୍କ ଦିନ...

Horoscope

ଆଜି କେମିତି କଟିବ ଆପଣଙ୍କ ଦିନ...

Smruti Parija
Browse all articles by Smruti Parija
·1 year ago·4 min read
ଆଜି କେମିତି କଟିବ ଆପଣଙ୍କ ଦିନ...

Key Points

ଆଜି କେମିତି କଟିବ ଆପଣଙ୍କ ଦିନ । କ'ଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ...ପଢନ୍ତୁ...

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ..ପଢନ୍ତୁ...


ମେଷ- ଘରୋଇ ସମସ୍ୟା ସାଙ୍ଗକୁ ବ୍ୟବସାୟରେ ପ୍ରତିବନ୍ଧକଜନିତ ଟେନ୍ସନ ଲାଗି ରହିବ। କର୍ମକ୍ଷେତ୍ରର ଜଣେ ବନ୍ଧୁଙ୍କ ସହାୟତାରେ କାର‌୍ୟ୍ୟ ହାସଲ କରିବେ। ପୂର୍ବ ସ୍ଥିରୀକୃତ ଯୋଜନା ପ୍ରକାରେ କୌଣସି ନୂତନ କର୍ମାରମ୍ଭ କରିବେ। ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - କିଛି ମିଠା ଖାଇ ଘରୁ ବାହାରନ୍ତୁ


ବୃଷ- କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ । ଶାରୀରିକ କଷ୍ଟ ଦୂର ହେବ । କଳକାରଖାନା ଆର୍ଥିକ କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ


ମିଥୁନ- ସହାନୁଭୂତିର ସହ ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ମଧ୍ୟ ସୂଚନା ରହିଛି । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ ଓ ଅଦାଲତର ରାୟ ସପକ୍ଷରେ ଯିବ। ଶତ୍ରୁଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ


କର୍କଟ- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ ।ଅସାବଧାନତା କାରଣରୁ ଦୁର୍ଘଟଣା ଗସ୍ତ ହୋଇପାରନ୍ତି । ଧନ ସମ୍ପତି ବୃଦ୍ଧି ହୋଇପାରେ । ଗାଡିମଟର କ୍ରୟ କରିବାର ଅଭିଳାଷା ପୂରଣ ହେବ । ମନ ବୁଝିବା ଭଳି କଥା କହି ବନ୍ଧୁଙ୍କୁ ଆପଣେଇବେ ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ


ସିଂହ- ସମସ୍ୟାବହୁଳ ପରିସ୍ଥିତି ରହିଥିଲେ ମଧ୍ୟ କୌଶଳରେ ସବୁ ସୁଧାରି ନେବେ। ବ୍ୟବସାୟରେ ନୂତନ ଦିଗନ୍ତ ସୃଷ୍ଟି ହେବ ଏବଂ ଆଶାର ଆଲୋକ ନିଶ୍ଚିତ ଦେଖିବେ। ଅଯଥା ତର୍କ ନ କରି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ପାଇ ମନ ସାମୟିକ ହାଲୁକା ହୋଇଯିବ। ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର– ବିଷ୍ଣୁଙ୍କୁ ପୂଜା କରି ଦିନଟି ଆରମ୍ଭ କରନ୍ତୁ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କନ୍ୟା- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ଶାରୀରିକ ପିଡା ଅପେକ୍ଷା କୃତ କମ ରହିବ । ଗମ୍ଭିରତାର ସହ ଉଦ୍ୟମ କରନ୍ତୁ ସଫଳତା ପାଇବେ । ଭୂ-ସମ୍ପତି କିଣିବାର ଯୋଗ ରହିଛି । ଘରୋପକରଣ କିଣିବାରେ ଅଧିକ ବ୍ୟୟ କରିବେ ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ


ତୁଳା- ପାରିବାରିକ କ୍ଷେତ୍ର ସହୃଦୟତାପୂର୍ଣ୍ଣ ରହିବ। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ ହେବେ। ଅବଶ୍ୟ ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଯାତ୍ରା ସଫଳ ହେବ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ ସତ କିନ୍ତୁ ଅବହେଳା ଜନିତ କୈାଣସି ଉପଚାର କରିନପାରନ୍ତି। ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର –ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ


ବିଛା- ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଖୁବ୍ ଭଲ ରହିବ । କାରବାର ବିସ୍ତାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟରେ ନୂଆ ଯୋଜନା କରିବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିବେ । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ଭାବୁଥିବା କଥାକୁ ବନ୍ଧୁଙ୍କ ଆଗରେ କହି ପାରିବେ ନାହିଁ ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ


ଧନୁ- ସମ୍ପର୍କୀୟମାନଙ୍କ କାର‌୍ୟ୍ୟକଳାପ ଅସନ୍ତୋଷ ସୃଷ୍ଟି କରିବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ତଥାପି କାମର ଚାପ ବହୁତ ବଢିଯିବ। ବନ୍ଧୁ ମାନଙ୍କୁ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ


ମକର- ବାରମ୍ବାର କାମରେ ପରିବର୍ତନ ମନରେ ଚିନ୍ତା ସୃଷ୍ଟି କରିବ । ଆଜି ସାଙ୍ଗମାନେ ବହୁତ ସହଯୋଗ କରିବେ । ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ । ଅଫିସ୍ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ପଡୋଶିଙ୍କ ସହ ଦିବାଦ ଦେଖା ଦେଇପାରେ । ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ


କୁମ୍ଭ- କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ରହିଥିବା କାରଣରୁ ବହୁତ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ କିନ୍ତୁ ଶତ୍ରୁତା ମଧ୍ୟ ସୃଷ୍ଟି ହେବ। ଅପରାହ୍ନରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରେ। ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ


ମୀନ- ବଡ ବ୍ୟବସାୟୀଙ୍କ ସହିତ ହାତ ମିଶାଇବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ବ୍ୟବସାୟରେ ଲାଭାଂଶ କମାଇବେ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସ୍ଥିତି ରହିପାରେ । ଋଣ ଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ

Sponsored
ଆଜି କେମିତି କଟିବ ଆପଣଙ୍କ ଦିନ... | Argus News