Horoscope / ଗ୍ରହଙ୍କ ବିରଳ ଯୋଗ... ଏମାନଙ୍କୁ ମିଳିବ ସଫଳତା

Key Points
ଜାଣନ୍ତୁ ଆଜିର ରାଶିଫଳ ଖବର
ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ
ମେଷ-
କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ୟ୍ୟ କରନ୍ତୁ
ବୃଷ-
ଆପଣଙ୍କ କାର୍ୟ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି । ଛାତ୍ରଛାତ୍ରୀ ମାନେ ପରିଶ୍ରମୀ ହେବେ । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । ମହିଳା ମାନେ ଧୈର୍ୟ୍ୟ ଧରି କାମ କରିଲେ କାର୍ୟ୍ୟରେ ବିଜୟଲାଭ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ପଢାରେ ଏକାଗ୍ରତା ରକ୍ଷା କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ପ୍ରଶାସନିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବ । ଗୃହ ନିର୍ମାଣ, ଯାନ ମରାମତିରୁ ଖୁସି ରହିବେ । କାର୍ୟ୍ୟକୁଶଳତା ହେତୁ ମାନସିକ ସ୍ଥିତି ଭଲ ରହିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ପୂଜା ପାଠ କରନ୍ତୁ
କର୍କଟ-
ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ । ବ୍ୟବସାୟରେ ତିଷ୍ଟି ରହିଲେ ମଧ୍ୟ ଆଶାନୁରୂପକ ଲାଭ ନାହିଁ । ପାରିବାରିକ ଜୀବନରେ ଖର୍ଚ୍ଚର ପରିମାଣ ବଢିବ । ଆର୍ଥିକ ଲାଭ ସହ ସମ୍ପତି ବୃଦ୍ଧି ହେବ । ମହିଳା ମାନେ ପୂଜା, ପାଠରେ ମନ ଲଗାଇବେ । ଛାତ୍ରଛାତ୍ରୀ ମାନେ ନିଜ ଚେଷ୍ଟାରେ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ୟ୍ୟ କରନ୍ତୁ
ସିଂହ-
ପାରିବାରିକ ସ୍ଥିତି, ସଭାସମିତି, ଆଲୋଚନାଚକ୍ର, ସାହିତ୍ୟ ସଭା ପ୍ରଭୃତିରୁ ଖୁସି ରହିବେ । କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି । ଭୁଲ୍ ଅର୍ଥ ସମ୍ପର୍କିତ ଆଲୋଚନାରେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା-
କୈାଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ସାମାଜିକ ସ୍ତରରେ ଗଠନମୂଳକ କାର୍ୟ୍ୟରୁ ପ୍ରଶଂସିତ ହେବେ । କୋର୍ଟରେ ଶୁଭ ଫଳ ପାଇବେ । ନୂତନ ବନ୍ଧୁ ସୃଷ୍ଟି ହୋଇ ପାରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା-
ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ ମନ ଭଲ ଲାଗିବ ନାହିଁ । ଯେ କୌଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ନିଜ ମନ ପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କର ଦର୍ଶନ ସହିତ ପୂଜା ପାଠ କରନ୍ତୁ
ବିଛା-
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ରାଜନୀତିରେ ସତର୍କ ରହି କାର୍ୟ୍ୟ କରନ୍ତୁ । ଚାକିରୀରେ ଅଧିକ ପରିଶ୍ରମ କରିବାକୁ ପଡିବ । ଅଫିସ୍ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଅସହାୟ ରୋଗି ମାନଙ୍କୁ ସାହାର୍ଯ୍ୟ କରନ୍ତୁ
ଧନୁ-
ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ । ବ୍ୟବସାୟ ଅଗ୍ରଗତି କରିବା ପାଇଁ ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦିତା କ୍ରମଶଃ ବୃଦ୍ଧି ପାଇବ। ଇଲୋକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ବହୁ କଷ୍ଟରେ କାର୍ୟ୍ୟସିଦ୍ଧି ଘଟିବ । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ । ସମାଜରେ ଆପଣଙ୍କର ଲୋକ ପ୍ରିୟତା ବଢିବ । ଗୁପ୍ତଶତ୍ରୁ ମାନେ ଆପଣଙ୍କ ବିରୁଦ୍ଧରେ ସକ୍ରିୟହୋଇ ପାରନ୍ତି । ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାକୁ ଆପଣ ଟିକେ ଚିନ୍ତିତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
କୁମ୍ଭ-
ଦେହ ଭଲ ରହିଲେ ମଧ୍ୟ ମୁଣ୍ଡ ରୋଗରେ କଷ୍ଟ ପାଇବେ । ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ । ଆଜି ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ । ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ
ମୀନ-
ନୂଆ ପ୍ରକଳ୍ପ ଲାଗି ଆପଣଙ୍କ ମନରେ ବିଚାର ଆସିବ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ବହୁତ ଡେରିରେ ପାଇବେ । ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ମହିଳା ମାନଙ୍କର ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗ ଅଭାବ ରହିବ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
📱 Get Argus News App
✨Related Topics
Explore more stories