Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Today Horoscope / ଭାଗ୍ୟଶାଳୀ ହୋଇପାରନ୍ତି ଏହି ଦୁଇ ରାଶି

Rashmita Mishra
Browse all articles by Rashmita Mishra
·8 months ago·3 min read
ଭାଗ୍ୟଶାଳୀ ହୋଇପାରନ୍ତି ଏହି ଦୁଇ ରାଶି

Key Points

ମେଷ ରାଶିର ବ୍ୟକ୍ତି କର୍ମ କ୍ଷେତ୍ରରେ ଆଗକୁ ଯିବେ । 
ଆଜି କେଉଁ ରାଶି ଭାଗ୍ୟଶାଳୀ ହେବେ ?
ମେଷ-
ଅଟକିଥିବା କାମଟିକୁ ହଠାତ୍ ଆରମ୍ଭକରିବାକୁ ମନ ବଳାଇପାରନ୍ତି। ରାଜନୀତି, ସଂଗଠନ, ଆଲୋଚନା କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନ, ଆଇନ, ପ୍ରକାଶନ କ୍ଷେତ୍ରରେ ସମସ୍ୟାର ଆଶୁ ସମାଧାନ ଆଶା ରହିଛି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ

ବୃଷ-
ଭୁଲ୍ ବୁଝାମଣାରୁ ପାରିବାରିକ କଳହର ସମ୍ଭାବନା ରହିଛି। ଯାତ୍ରା କାଳରେ କୌଣସି ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। ଗୃହ ସଜ୍ଜାରେ ମନୋନିବେଶ କରିବା ସହ ବନ୍ଧୁଙ୍କ ଜରିଆରେ ଦ୍ରବ୍ୟଲାଭ କରି ଖୁସି ହେବେ। ମାଲିମକଦ୍ଦମାରେ ସଫଳତା ମିଳିବା ସାଙ୍ଗକୁ ପ୍ରଶାସନିକ ସ୍ତରରେ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଘଟଣାକୁ ଭଲରୂପରେ ନ ବୁଝି ସହକର୍ମୀ କିମ୍ବା ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

କର୍କଟ-
ଦିନର ଅଧିକାଂଶ ସମୟ ସମସ୍ୟା ଭିତରେ ଗତି କରୁଥିବାରୁ ଅନ୍ୟମନସ୍କ ରହିପାରନ୍ତି। ବିବାଦୀୟ ପରିସ୍ଥିତିରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ପଡ଼ୋଶୀ କଣ୍ଟାବାଡ଼ରେ ଲୁଗାଛାଟି କଳି କରିବାର ଉପକ୍ରମ କରିପାରନ୍ତି । ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ସିଂହ-
ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ କିଛିଟା ଆଶ୍ୱସ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ। ବିବାଦରେ ପଶିଲେ ଧନହାନି ଓ ପୂର୍ବ ଶତ୍ରୁତାରୁ କଳହକୁ ଏଡ଼ି ହେବ ନାହିଁ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା-
ସାଧାରଣ କଥାରେ ବାଦବିବାଦ, ଧନହାନି ଓ ବିଭିନ୍ନ ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବା ସାଙ୍ଗକୁ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ତୁଳା-
ପରିବାରର ଖର୍ଚ୍ଚ ଭାର ବଢ଼ି ଯିବା କାରଣରୁ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ। କୌଣସି ବ୍ୟକ୍ତିବିଶେଷଙ୍କ ସହୟତାରୁ ସଫଳତା ହାସଲକରିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ବିଛା-
ସମସ୍ତ ସୁବିଧା ଥାଇ ମଧ୍ୟ କାମ ହାସଲରେ ବାଧା ଉପୁଜିବ। ଦୀର୍ଘଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ ବିଫଳତାକୁ ନେଇ ଚିନ୍ତିତ ରହିବେ। କୌଣସି ବିବାଦୀୟ ବିଷୟ ସକାଶେ ପାଖ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ପରିସ୍ଥିତିବଶତଃ କାମ ଚାପରେ ନିଜକୁ ଆଡ୍‌ଜଷ୍ଟ କରିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଭୋକିଲା ଲୋକଙ୍କୁ ଖାଇବାକୁ ଦିଅନ୍ତୁ

ଧନୁ-
ପୂର୍ବ ଯୋଜନାନୁଯାୟୀ କର୍ମରେ ପ୍ରବୃତ୍ତ ହେବେ ଏବଂ ବନ୍ଧୁଙ୍କୁ ମନେଇ କାମ ହାସଲ କରିବେ। ସଙ୍ଗୀତ ସମାରୋହ, ସତ୍‌ସଙ୍ଗ, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରନ୍ତି। ଜନକଲ୍ୟାଣ ସମ୍ବନ୍ଧୀୟ କାର‌୍ୟ୍ୟ, ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଉଚ୍ଚ ଫଳ ମିଳିବ। ନିଜ କାମ ପଛକୁ ପକାଇ ପଡ଼ୋଶୀଙ୍କ କଥା ଚିନ୍ତା କରିବେ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର-
କଳେବଳେ କୌଶଳେ ଅର୍ଥ ପାଇବା ସକାଶେ ଚେଷ୍ଟା କରି ଆଶାକୁ ଚରିତାର୍ଥ କରିପାରନ୍ତି। ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସା ଭାଜନ ହେବେ। ସହକର୍ମୀଙ୍କ ସାହାଯ୍ୟ ବିନା କାମ ହାସଲ କଷ୍ଟକର ହେବ। ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ମଧ୍ୟରେ ଦୈନନ୍ଦିନ ଜୀବନଯାତ୍ରା ସୁରୁଖୁରୁରେ ଅତିବାହିତ ହେବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

କୁମ୍ଭ-
କର୍ମଜଞ୍ଜାଳ ଓ କାର‌୍ୟ୍ୟବ୍ୟସ୍ତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ପାରିବାରିକ ସମସ୍ୟା କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି । ବ୍ୟବସାୟ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ସମସ୍ୟା ବହୁଳ ରହିବ। ଅନ୍ୟକୁ କଥା କହିବାର ଶୈଳୀ କଠୋର ନ ହେବା ଦରକାର।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ-
ଭୁଲ୍ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ମନକୁ ଆନ୍ଦୋଳିତ କରିବ। ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ କିନ୍ତୁ ଋଣ ପରିଶୋଧର ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ପରିସ୍ଥିତି ବଶତଃ ଦୁଇ ପଇସା ଜାଗାରେ ଛ’ପଇସା ଖର୍ଚ୍ଚ କରିବେ। ସଭାସମିତିରେ ସମ୍ମାନିତ ହେବେ କିନ୍ତୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଧର୍ମ ସ୍ଥାନରେ ଡାଲି , ଚାଉଳ ଦିଅନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope | These Two Zodiac Signs May Get Lucky Today | Astrological Predictions | Argus News | Argus News