Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ଏହି ରାଶି ପାଇଁ ଆଜି ଭାରି ଶୁଭ

Rashmita Mishra
Browse all articles by Rashmita Mishra
·6 months ago·3 min read
ଏହି ରାଶି ପାଇଁ ଆଜି ଭାରି ଶୁଭ
Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...

ମେଷ-
ଅନ୍ୟମନସ୍କ କାରଣରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିପାରେ । ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ବିତର୍କ ସୃଷ୍ଟି ସମ୍ଭାବନା ରହିଛି। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଶତ୍ରୁତା ଆଚରଣ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱତା ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ

ବୃଷ-
ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନକରିଲେ ବିବାଦଗ୍ରସ୍ତ ହେବେ । ବ୍ୟବସାୟରେ ମାନେ ମତାନ୍ତର ଦେଖାଦେବ କ୍ଷ ସଭା ସମିତିରେ କାମ ଗୁଡିକ ସୁରୁଖୁରୁରେ ସମ୍ପୂର୍ଣ ହୋଇଯିବ କ୍ଷ କଳା ଓ ବିଜ୍ଞାନରେ ସଫଳତା ହାସଲ କରିବେ । ମାଲିମକଦମା ସମସ୍ୟାର ସମାଧାନ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ-
ଭଲ କଥା କହିଲେ ମଧ୍ୟ ଭୁଲ ବୁଝାମଣାର ପରିବାରରେ ସମ୍ପର୍କ ହାନି ଆଶଙ୍କା ରହିଛି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ସଭାସମିତି, ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସାମୟିକ ପ୍ରତିବନ୍ଧକ ଦେଖାଦେଇପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ଅନ୍ୟ କାହାର ସହେଯାଗ ନ ପାଇଲେ ମଧ୍ୟ ଯେଉଁ କାର‌୍ୟ୍ୟ କରିବେ ତାହା ସୂଚାରୁ ରୂପେ କରି ପାରିବେ । ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ । ପ୍ରଶାସନିକ କାମ ଧୈର‌୍ୟ୍ୟର ସହ କରନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ-
ସମ୍ପତି ବୃଦ୍ଧି ହୋଇପାରେ । ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟିବ । କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଫଳ ଖାଇବାକୁ ଦିଅନ୍ତୁ

କନ୍ୟା-
ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ । ରାଜନିତିରେ ମୂଖ୍ୟ ଭୂମିକା ଗ୍ରହଣ କରିବେ । ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢାଇବେ । ସାମାଜିକ ମିଳାମିଶା ବଢିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ମିଠା ଖାଇ ଘରୁ ବାହରନ୍ତୁ

ତୁଳା-
ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଲାଭପୂର୍ବକ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଟେନସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-
ପାରିବାରିକ ଜୀବନରେ ଶାନ୍ତିରେ କଟିବ ଏବଂ ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର‌୍ୟ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ଧନୁ-
କର୍ମଦକ୍ଷତା ହେତୁ ସାମାଜିକ ପ୍ରତିଷ୍ଠା ମିଳିବା ସହ କାମକୁ ତ୍ୱରାନ୍ବିତ କରିପାରିବେ। ଆନୁଷଙ୍ଗିକ ସୁବିଧା ସୁଯୋଗ ହାସଲ କରିବା ସହ ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ରଚନାମତ୍କ କାର‌୍ୟ୍ୟରେ ଅଗ୍ରଗତି ଘଟିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ଲଡୁ ଧର୍ମସ୍ଥାନରେ ଭୋଗ ଲଗାନ୍ତୁ

ମକର-
ଆୟ ଖୁବ୍ ଭଲ ହେବ ଓ ବ୍ୟୟ ସାମାନ୍ୟ ବଢିବ । ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତ ରହିବେ । ପାରିବାରିକ ଜୀବନ ହସଉଲା୍ଲସରେ କଟିବ । କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-
ଆର୍ଥିକ ଦିଗରୁ ସମସ୍ୟା ହଟିଯିବ ଏବଂ ଯାହା ପାଇବା ପାଇଁ ଚେଷ୍ଟା କରୁଛନ୍ତି ତାହା ନିଷ୍ଫଳ ହେବ ନାହିଁ। ବୁଝାମଣା ଅଭାବରୁ ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। ପଦାଧିକାରୀ ଆପଣଙ୍କ କାମକୁ ତ୍ୱରାନ୍ବିତ କରାଇବା ସକାଶେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ମୀନ-
ଦେହ ଖରାପରୁ ଉପଶମ ମିଳିବ । ପାରିବାରିକ ଜୀବନରେ ଅବହେଳା ପ୍ରଦର୍ଶନ କରିବେ । ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ । ପାରିବାରିକ ଜୀବନ ଶାନ୍ତିମୟ ହେବ । ଅଫିସ୍‌ରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope | Lucky Zodiac Today: This Rashi Will Be Very Fortunate Today | Daily Horoscope | Argus News