Special / ସେପ୍ଟେମ୍ବର ୭ରେ ଚନ୍ଦ୍ରଗ୍ରହଣ: ଜାଣନ୍ତୁ ଗ୍ରହଣ ଆରମ୍ଭ ଓ ଶେଷ ହେବାର ସମୟ

Key Points
ରବିବାର ଦିନ ଚନ୍ଦ୍ରରେ ଲାଗିବ ଗ୍ରହଣ ।
ଜହ୍ନକୁ ଗ୍ରାସ କରିବ ରାହୁ ।
୭ ତାରିଖ ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍ରେ ଶେଷ ହେବ ଗ୍ରହଣ ।
ଆସନ୍ତା ରବିବାର ସେପ୍ଟେମ୍ବର ୭ରେ ପଡୁଛି ଚନ୍ଦ୍ରଗ୍ରହଣ । ରବିବାର ଦିନ ଚନ୍ଦ୍ରରେ ଲାଗିବ ଗ୍ରହଣ । ଜହ୍ନକୁ ଗ୍ରାସ କରିବ ରାହୁ । ୭ ତାରିଖ ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍ରେ ଶେଷ ହେବ ଗ୍ରହଣ । ଜ୍ୟୋତିର୍ବିଦଙ୍କ ମତାନୁସାରେ ଏହି ଚନ୍ଦ୍ର ଗ୍ରହଣ ଲାଲ ରଙ୍ଗର ହେବ । ଯାହାକୁ ବ୍ଲଡ୍ ମୁନ୍ ବୋଲି କୁହାଯିବ । କାହିଁ କେତେ ବର୍ଷକୁ ଥରେ ଏଭଳି ଚନ୍ଦ୍ରଗ୍ରହଣ ଦେଖାଯାଏ ବୋଲି କୁହାଯାଏ ।
ଏହି ଚନ୍ଦ୍ରଗ୍ରହଣ ଖାଲି ଭାରତରେ ନୁହେଁ ବରଂ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫ୍ରିକା, ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର ଆଦି ସ୍ଥାନରେ ଦେଖାଯିବ ଏହି ବିରଳ ଚନ୍ଦ୍ରଗ୍ରହଣ ।
ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରେ ପାକ ତ୍ୟାଗ ଆରମ୍ଭ ହେବ । ଏହି ସମୟରେ ଭୋଜନ କରାଯାଏନାହିଁ ତା' ସହ ସମସ୍ତ ଶୁଭ କାର୍ଯ୍ୟ କରିବାକୁ ମଧ୍ୟ ବାରଣ କରାଯାଏ । ପାକ ତ୍ୟାଗ ସମୟ ପୂର୍ବରୁ ହିଁ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍ । ପ୍ରସ୍ତୁତ ଖାଦ୍ୟରେ ତୁଳସୀ ପତ୍ର ପକାଇ ରଖନ୍ତୁ। ଫଳରେ ଗ୍ରହଣର କୌଣସି ପ୍ରଭାବ ଏହା ଉପରେ ପଡିବ ନାହିଁ । ମାତ୍ର ପାକ ତ୍ୟାଗ ସମୟ ଆରମ୍ଭ ହେବା ପୂର୍ବରୁ ତୁଳସୀ ପତ୍ର ଆଣି ରଖନ୍ତୁ। ଗ୍ରହଣ ସ୍ପର୍ଶ ସମୟ ରବିବାର ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍ରେ ଶେଷ ହେବ।
ଏହି ସମୟରେ କେଉଁ କାର୍ଯ୍ୟ କରିବେ ନାହିଁ..
ଗ୍ରହଣ ସମୟରେ ଦେବନୀତି ବନ୍ଦ ରହିବା ସହ ପୂଜାର୍ଚ୍ଚନା କରାଯାଏ ନାହିଁ। ମାତ୍ର ଏହି ସମୟରେ ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ। ସେହିପରି ଗ୍ରହଣ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ୍ ନୁହେଁ । ଧାର୍ମିକ ମହତ୍ତ୍ୱ ଅନୁଯାୟୀ, ଏହି ସମୟରେ ଶୁଭ କାର୍ଯ୍ୟ କଲେ ଅଶୁଭ ଫଳ ମିଳିଥାଏ । ଏହି ସମୟରେ ଖାଦ୍ୟ ପ୍ରସ୍ତୁତ କରିବା ଓ ଭୋଜନ କରିବା ବର୍ଜନୀୟ । ମାନ୍ୟତା ଅନୁଯାୟୀ, ଏହି ସମୟରେ ଭୋଜନ କଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ସେହିପରି ଏହି ସମୟରେ ଶୋଇବା ଉଚିତ ନୁହେଁ। ମାତ୍ର ରୋଗଗ୍ରସ୍ତ, ବୃଦ୍ଧ ଓ ପିଲାଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ବିଶେଷ ଧ୍ୟାନ ଦେବା ଉଚିତ୍। ସେମାନେ ଘରୁ ବାହାରକୁ ଯିବା ଉଚିତ ନୁହେଁ। କୌଣସି ଧାରୁଆ ଜିନିଷର ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ ପଡିଥାଏ। ସେହିପରି ଚନ୍ଦ୍ର ଗ୍ରହଣ ସମୟରେ ନଖ ଓ କେଶ କାଟନ୍ତୁ ନାହିଁ ।
ଗ୍ରହଣ ସମୟରେ ଏହି ତିନି ରାଶି ସତର୍କ ରୁହନ୍ତୁ
ସିଂହ ରାଶି: ସିଂହ ରାଶିର ଲୋକଙ୍କ ପାଇଁ ଚନ୍ଦ୍ରଗ୍ରହଣ ଅନୁକୂଳ ବୋଲି କୁହାଯାଇପାରିବ ନାହିଁ । ଏହା ବ୍ୟତୀତ, ସିଂହ ରାଶିରେ ଶନିଙ୍କ ଚଳନ ହୋଇଛି । ଏପରି ପରିସ୍ଥିତିରେ, ଚନ୍ଦ୍ରଗ୍ରହଣ ଦିନ ସିଂହ ରାଶିର ଲୋକଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରିପାରେ। ଆପଣଙ୍କ କ୍ୟାରିୟରରେ ସମସ୍ୟା ଉପୁଜିପାରେ।
📱 Get Argus News App
✨ତୁଳା ରାଶି: ତୁଳା ରାଶିର ଲୋକଙ୍କ ପାଇଁ ଚନ୍ଦ୍ରଗ୍ରହଣ ଅଶୁଭ ହୋଇପାରେ । ଏହା ସହିତ ନକାରାତ୍ମକ ଫଳାଫଳ ମଧ୍ୟ ମିଳିଥାଏ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଆଘାତ ହେବାର ଆଶଙ୍କା ରହିଛି ।
ମୀନ ରାଶି: ଚନ୍ଦ୍ରଗ୍ରହଣ ମୀନ ରାଶି ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ। ଖର୍ଚ୍ଚ ଅଧିକ ଏବଂ ଆୟ କମ୍ ରହିବ। ଆପଣ ଆର୍ଥିକ ସଙ୍କଟ ଅନୁଭବ କରିପାରନ୍ତି ।
Related Topics
Explore more stories