Videos
|
Horoscope

ରାତି ପାହିଲେ ଚନ୍ଦ୍ରଗ୍ରହଣ, ଏହିସବୁ ରାଶି ସତର୍କ ରୁହ

Banajyotshna Ray
Browse all articles by Banajyotshna Ray
·1 year ago·3 min read
ରାତି ପାହିଲେ ଚନ୍ଦ୍ରଗ୍ରହଣ, ଏହିସବୁ ରାଶି ସତର୍କ ରୁହ

Key Points

ଆସନ୍ତାକାଲି ହେଉଛି ଚନ୍ଦ୍ରଗ୍ରହଣ

ସତର୍କ ରୁହ ଏହି ରାଶି

ପଡ଼ିବ ଅନେକ ପ୍ରଭାବ

। ରବିବାର ଦିନ ଚନ୍ଦ୍ରରେ ଲାଗିବ ଗ୍ରହଣ। ଜହ୍ନକୁ ଗ୍ରାସ କରିବ ରାହୁ। ୭ ତାରିଖ ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍‌ରେ ଶେଷ ହେବ ଗ୍ରହଣ । ଜ୍ୟୋତିର୍ବିଦଙ୍କ ମତାନୁସାରେ ଏହି ଚନ୍ଦ୍ର ଗ୍ରହଣ ଲାଲ ରଙ୍ଗର ହେବ । ଯାହାକୁ ବ୍ଲଡ୍‌ ମୁନ୍‌ ବୋଲି କୁହାଯିବ । କାହିଁ କେତେ ବର୍ଷକୁ ଥରେ ଏଭଳି ଚନ୍ଦ୍ରଗ୍ରହଣ ଦେଖାଯାଏ ବୋଲି କୁହାଯାଏ । ୨୦୨୫ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏହି ଦିନ, ଆଦଳ ଯୋଗ ଏବଂ ଚନ୍ଦ୍ର ଗୋଚର ହେବା ସହ ଭାଦ୍ରର ଅଶୁଭ ଛାୟା ମଧ୍ୟ ପଡୁଛି। ଏଥର ଚନ୍ଦ୍ରଗ୍ରହଣ କିଛି ରାଶି ପାଇଁ ଭଲ ନାହିଁ ସେଥିମଧ୍ୟରୁ...


କର୍କଟ: ୭ ସେପ୍ଟେମ୍ବର ୨୦୨୫ରେ, କର୍କଟ ରାଶିର ୮ମ ଘରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଯାହା ସେମାନଙ୍କ ପାଇଁ ଖରାପ ରହିବ। ଆପଣ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇପାରନ୍ତି। ଏହା ବ୍ୟତୀତ, ଆଇନଗତ ମାମଲାରେ ଫସିବାର ସମ୍ଭାବନା ମଧ୍ୟ ଅଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୁଳା: ୭ ସେପ୍ଟେମ୍ବର ୨୦୨୫ ରେ ତୁଳା ରାଶିର ବ୍ୟକ୍ତିଙ୍କ ଜାତକର ପଞ୍ଚମ ଘରେ ଚନ୍ଦ୍ରଗ୍ରହଣ ହେବ, ଯାହା ସେମାନଙ୍କ ପାଇଁ ଭଲ ରହିବ ନାହିଁ। ବାହ୍ୟ ହସ୍ତକ୍ଷେପ ଯୋଗୁଁ ସମ୍ପର୍କ ପ୍ରଭାବିତ ହୋଇପାରେ।


ବିଛା: ୨୦୨୫ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ବିଛା ରାଶିର ଚତୁର୍ଥ ଘରେ ହେବ। ଯାହା ସେମାନଙ୍କ ପାଇଁ ଶୁଭ ରହିବ ନାହିଁ। ଭୌତିକ ସୁଖ ସୁବିଧାରେ ହ୍ରାସ ଘଟିବ। ଆପଣଙ୍କ ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ତାଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ। ଏହା ବ୍ୟତୀତ, ଗାଡ଼ି ଚଲାଇବା ସମୟରେ ସତର୍କ ରୁହନ୍ତୁ, ନଚେତ୍ ଆପଣ ନିଶ୍ଚିତ ଭାବରେ ଆହତ ହେବେ।


ଏହି ସବୁ ରାଶିଙ୍କ ପାଇଁ ଗ୍ରହଣ ଦର୍ଶନ ଶୁଭ ll :- ମେଷ , ବୃଷ , ମିଥୁନ , ସିଂହ ,କନ୍ୟା , ତୁଳା , ମକର ଓ କୁମ୍ଭ
ଏହି ସବୁ ନକ୍ଷତ୍ରଙ୍କ ପାଇଁ ଗ୍ରହଣ ଦର୍ଶନ ଶୁଭ ll :- ଦ୍ବିଜା , ରୋହିଣୀ , ଆଦ୍ରା , ପୁଷ୍ଯା , ଅଶ୍ଲେଷା , ପୂର୍ବା ଫାଲ୍ଗୁନୀ , ହସ୍ତା , ସ୍ୱାତୀ , ଅନୁରାଧା, ଜ୍ୟୋଷ୍ଠା , ପୂର୍ବାଷାଢା , ଶ୍ରବଣା , ଶତଭିଷା, ଉତ୍ତରଭାଦ୍ର , ରେବତୀ
ଏହି ସବୁ ରାଶିଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ ll :- କର୍କଟ, ବିଛା , ଧନୁ , ଓ ମୀନ
ଏହି ସବୁ ନକ୍ଷତ୍ରଙ୍କ ପାଇଁ ଗ୍ରହଣ ଦର୍ଶନ ଅଶୁଭ ll :- ଅଶ୍ଵିନୀ, କୃତ୍ତିକା , ମୃଗଶିରା, ପୁନର୍ବସୁ , ମଘା , ଉତ୍ତରାଫାଲ୍ଗୁନୀ , ଚିତ୍ରା , ବିଶାଖା ,ମୂଳା , ଉତ୍ତରାଷାଢ଼ା , ଧନିଷ୍ଠା , ପୂର୍ବଭାଦ୍ର


ଏହି ଚନ୍ଦ୍ରଗ୍ରହଣ ଖାଲି ଭାରତରେ ନୁହେଁ ବରଂ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫ୍ରିକା, ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର ଆଦି ସ୍ଥାନରେ ଦେଖାଯିବ ଏହି ବିରଳ ଚନ୍ଦ୍ରଗ୍ରହଣ । ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ରେ ପାକ ତ୍ୟାଗ ଆରମ୍ଭ ହେବ । ଏହି ସମୟରେ ଭୋଜନ କରାଯାଏନାହିଁ ତା' ସହ ସମସ୍ତ ଶୁଭ କାର୍ଯ୍ୟ କରିବାକୁ ମଧ୍ୟ ବାରଣ କରାଯାଏ । ପାକ ତ୍ୟାଗ ସମୟ ପୂର୍ବରୁ ହିଁ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍‌ । ପ୍ରସ୍ତୁତ ଖାଦ୍ୟରେ ତୁଳସୀ ପତ୍ର ପକାଇ ରଖନ୍ତୁ। ଫଳରେ ଗ୍ରହଣର କୌଣସି ପ୍ରଭାବ ଏହା ଉପରେ ପଡିବ ନାହିଁ । ମାତ୍ର ପାକ ତ୍ୟାଗ ସମୟ ଆରମ୍ଭ ହେବା ପୂର୍ବରୁ ତୁଳସୀ ପତ୍ର ଆଣି ରଖନ୍ତୁ। ଗ୍ରହଣ ସ୍ପର୍ଶ ସମୟ ରବିବାର ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍‌ରେ ଶେଷ ହେବ।

ଅଧିକ ପଢ଼ନ୍ତୁ ରାଶିଫଳ ଖବର: