ଅକ୍ଷୟ ତୃତୀୟା ଦିନ ଏହି ଜିନିଷ ଦାନ କରିଲେ...

ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭ ବୋଲି ବିଶ୍ୱାସ ରହିଛି। ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବୋଲି କୁହାଯାଏ।
ସେହିପରି ଆଜିର ଦିନରେ ସୁନା, ରୂପା, କଉଡି ଇତ୍ୟାଦି କିଣିଲେ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ କିଣାକିଣି କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ କରାଯାଏ । ଅକ୍ଷୟ ତୃତୀୟା ଏପରି ଏକ ଦିନ ଏହି ଦିନ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମୁହୂର୍ତ୍ତ ଖୋଜିବାର ଆବଶ୍ୟକତା ନାହିଁ । ଏହା ସହିତ, ଏହି ଦିନ ଦାନ କରିବା ଦ୍ୱାରା ଲୋକମାନେ ଶୁଭ ଫଳ ମଧ୍ୟ ପାଆନ୍ତି । ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ କେଉଁ ଜିନିଷ ଦାନ କରିବା ଉଚିତ୍ ।
ଜଳ ଦାନ
ଅକ୍ଷୟ ତୃତୀୟା ଦିନ ଜଳ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଆପଣ ଏହି ଦିନ ପଥଚାରୀଙ୍କୁ ସର୍ବତ ମଧ୍ୟ ଦେଇପାରିବେ । ଶାସ୍ତ୍ରରେ, ଜଳର ଏକ ବିନ୍ଦୁକୁ ସୁନା ଦାନ ସହିତ ସମାନ ବୋଲି ବିବେଚନା କରାଯାଇଛି । ଯଦି ସମ୍ଭବ ହୁଏ, ତେବେ ଆପଣ ଏହି ଦିନ କାହାକୁ ପାଣି ଭର୍ତ୍ତି ପାତ୍ର ଦାନ କରିପାରିବେ ।
ଖାଦ୍ୟ ଦାନ
ଖାଦ୍ୟ ଦାନକୁ ମହାଦାନ କୁହାଯାଏ । ତେଣୁ ଆପଣ ଖାଦ୍ୟ ଦାନ କରିବା ଉଚିତ୍ । ଚାଉଳ, ଗହମ ଇତ୍ୟାଦି ଦାନ କରି କିମ୍ବା ଖାଦ୍ୟ ରାନ୍ଧି ଅସହାୟଙ୍କୁ ଖାଇବାକୁ ଦିଅନ୍ତୁ। ଏହା ବ୍ୟତୀତ, ଖାଦ୍ୟ ଦାନ କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ମଧ୍ୟ ଆସିଥାଏ ।
ବସ୍ତ୍ର ଦାନ
ଅକ୍ଷୟ ତୃତୀୟାରେ ଆପଣ ଅସହାୟ ଲୋକଙ୍କୁ କିଛି ବସ୍ତ୍ର ମଧ୍ୟ ଦାନ କରିପାରିବେ । ବିଶେଷକରି ଏହି ଦିନ ଲାଲ ଏବଂ ହଳଦିଆ ରଙ୍ଗର ପୋଷାକ ଦାନ କରିବା ଦ୍ୱାରା, ଆପଣଙ୍କର ଗ୍ରହଗୁଡ଼ିକ ମଧ୍ୟ ଶକ୍ତିଶାଳୀ ହୋଇଥାନ୍ତି । ଆପଣ ଏହି ଦିନ କୌଣସି ଅନାଥାଶ୍ରମ କିମ୍ବା ବୃଦ୍ଧାଶ୍ରମକୁ ଯାଇ ପୋଷାକ ଦାନ କରିପାରିବେ।
ଗୁଡ଼ ଦାନ
ଗୁଡ଼ ସୂର୍ଯ୍ୟ ଗ୍ରହ ସହିତ ଜଡିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁଡ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଅକ୍ଷୟ ତୃତୀୟା ଦିନ ଗୁଡ଼ ଦାନ କରନ୍ତି, ତେବେ ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ମିଳିଥାଏ । କେବଳ ଏତିକି ନୁହେଁ, ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ବାଧା ମଧ୍ୟ ଦୂର ହୋଇଯାଏ ।
ଲୁଣ ଦାନ
ଲୁଣକୁ ଶୁକ୍ର ଗ୍ରହ ସହିତ ଜଡିତ ବୋଲି ବିବେଚନା କରାଯାଏ ଯାହା ଆପଣଙ୍କ ପାଇଁ ଭଳ ହୋଇଥାଏ । ତେଣୁ ଯଦି ଆପଣ ଅକ୍ଷୟ ତୃତୀୟା ଦିନ ଲୁଣ ଦାନ କରନ୍ତି, ତେବେ ଆପଣଙ୍କ ପରିବାରରେ ସୁଖ ଏବଂ ସମୃଦ୍ଧି ସବୁବେଳେ ରହିବ ଏବଂ ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।