Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମେଷ ରାଶିର ବଦଳିବ ଭାଗ୍ୟ, ରହିବନି ଟଙ୍କା ପଇସାର ଅଭାବ

Horoscope

Horoscope / ମେଷ ରାଶିର ବଦଳିବ ଭାଗ୍ୟ, ରହିବନି ଟଙ୍କା ପଇସାର ଅଭାବ

Rashmita Mishra
Browse all articles by Rashmita Mishra
·3 hours ago·4 min read
ମେଷ ରାଶିର ବଦଳିବ ଭାଗ୍ୟ, ରହିବନି ଟଙ୍କା ପଇସାର ଅଭାବ
Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
ଘରୁ ବାହାରିବା ପୂର୍ବରୁ ସତର୍କ ରୁହନ୍ତୁ
ପଢନ୍ତୁ ଆଜିର ରାଶିଫଳ

ମେଷ-
ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର‌୍ୟ୍ୟରେ ନିୟୋଜିତ ହୋଇପାରନ୍ତି । ପରୋକ୍ଷ ଶତୃତା ଲାଗିରହିବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

ବୃଷ-
ଆପଣଙ୍କର ସବୁ କାମ ସିଦ୍ଧି ହେବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ରହିବ। ବ୍ୟବସାୟରେ ବିଶେଷ ସଫଳତା ହାସଲ ହେବ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ଆପଣ କୌଣସି ଖୁସି ଖବର ପାଇବେ। ନୂଆ ଉତ୍ସରୁ ଧନ ପ୍ରାପ୍ତି ହେବ। ଘରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଆପଣଙ୍କ ମସ୍ତିଷ୍କରେ ଅଚାନକ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି । ରାଜନୀତିରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି । ବେପାର ବୃତିରେ ସଫଳତା ହାସଲ କରିବେ
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ପାରିବାରିକ ଜୀବନ ସୁଖମୟ ହେବ। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। କୌଣସି ବଡ଼ ଉଦ୍ୟୋଗରେ ଚାକିରି ପାଇଁ କୋଲ୍ ଆସିବ। ସରକାରୀ କାମରେ ଆପଣଙ୍କୁ ସଫଳତା ମିଳିବ। କ୍ୟାରିୟର ଲାଗି ଦିନଟି ବହୁତ ଭଲ ରହିବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ସାଙ୍ଗ ସହିତ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-
ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ

କନ୍ୟା-
ଆପଣଙ୍କର କାର‌୍ୟ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ। ଧନ ମାମଲାରେ ସ୍ଥିତି ବହୁତ ଭଲ ହେବ। ବୈବାହିକ ଜୀବନରେ ଖୁସି ଆସିବ। ଆପଣ ନିଜର ବେପାରକୁ ନେଇ ବଡ଼ ନିର୍ଣ୍ଣୟ ନେବେ। ଭାବିଥିବା କାମର ଗତି ମଜଭୁତ ହେବ। ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କୁକୁର, କାଉକୁ ଖାଇବାକୁ ଦିଅନ୍ତୁ

ତୁଳା-
ଜୀବନରେ ନୂଆ ସଂକେତ ମିଳିପାରେ । ବନ୍ଧୁ , ବର୍ଗଙ୍କ ସହିତ ସଂପର୍କ ମଜବୁତ୍ ରହିବ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ବିଛା-
ପାରିବାରିକ କାମ ସଂପୂର୍ଣ୍ଣ କରିବାରେ ପରିବାର ସବୁ ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଚାହିଁବେ। ପ୍ରେମିକ ପ୍ରେମିକଙ୍କ ଲାଗି ଦିନଟି ଭଲ ରହିବ। ନିଜର କାର‌୍ୟ୍ୟ ସଂପୂର୍ଣ୍ଣ କରିବାରେ ବାପା ମାଆଙ୍କର ସହଯୋଗ ପାଇବେ। ଅଚାନକ ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ପାଇଁ ମନ ବନାଇବେ। ପ୍ରେମ ସଂପର୍କ ନିବିଡ଼ ହେବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖି ବା ଜରୁରୀ ଅଟେ । ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
କତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ମତ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ମହିଳାମାନଙ୍କ ଲାଗି ଦିନଟି ବଢ଼ିଆ ରହିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ।‌ ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଳାତ୍ମକ କାର‌୍ୟ୍ୟରେ ଆପଣଙ୍କର ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥକ ବିଷୟରେ କୌଣସି ଲୋକ ସାହାଯ୍ୟକାରୀ ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ସମ୍ପର୍କୀୟ ବନ୍ଧୁଙ୍କ ସାହାର‌୍ୟ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ-
ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ହୋଇପାରନ୍ତି। ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଛାତ୍ରଛାତ୍ରୀ ଅନଲାଇନିରେ କିଛି ଜିନିଷ ଶିଖିବା ପାଇଁ ମନ ବନାଇବେ। ଆପଣ କୌଣସି ଶୁଭ ଖବର ପାଇବେ।ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଯୋଜନା ସଫଳ ହେବ। ନୂଆ ଲୋକଙ୍କ ଠାରୁ ଶୁଭକାମରେ ସାହାଯ୍ୟ ପାଇପାରନ୍ତି। ଅଫିସରେ ବରିଷ୍ଠ ଅଧିକାରୀଙ୍କର ସହଯୋଗ ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored