Videos
|
Horoscope

ଆଜି କେମିତି କଟିବ ଆପଣଙ୍କ ଦିନ

Smruti Parija
Browse all articles by Smruti Parija
·1 year ago·4 min read
ଆଜି କେମିତି କଟିବ ଆପଣଙ୍କ ଦିନ

Key Points

ଆଜି କେମିତି କଟିବ ଆପଣଙ୍କ ଦିନ

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କ'ଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ....


ମେଷ- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର‌୍ୟ୍ୟ ହାସଲ କରିନେବେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୃଷ- ବ୍ୟବସାୟରେ ଉନ୍ନତି କରିବେ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ସମନ୍ୱୟ ବିଘ୍ନ ଆଣିପାରେ କିନ୍ତୁ ପରିସ୍ଥିତି ଧୀରେ ଧୀରେ ଭଲ ରହିବ । ଜମିବାଡିକୁ ନେଇ ଝାମେଲା ଦେଖାଦେଇପାରେ । ରାଜନୀତି କ୍ଷେତ୍ରରେ ତଳିଆ କର୍ମୀଙ୍କ ସହଯୋଗ ପାଇବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ


ମିଥୁନ- ବୃତ୍ତିରେ ଉନ୍ନତି ଆଣିବା ପାଇଁ ଅନେକ ସୁଯୋଗ ଉପଭୋଗ କରିବେ । ଆପଣଙ୍କର ପ୍ରେମ ଜୀବନ ଅଧିକ ରୋମାଞ୍ଚକର ହେବ । ସକରାତ୍ମକ ଫଳାଫଳ ଅନୁଭବ କରିବେ । ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବେ । ଯାନବାହନ ଓ ଗୃହଭୂମି ଲାଭ ହୋଇପାରେ । କର୍ମ କରିବା ଶୈଳିରେ ପରିବର୍ତନ ଆଣିବେ ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ


କର୍କଟ- ସୁସ୍ଥ ଅନୁଭବ କରିବେ । ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ । ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ । କୌଣସି ବିଶେଷ ଖବର ମିଳିବାର ଯୋଗ ଅଛି । ଜମି ଏବଂ ସମ୍ପତ୍ତି ସହ ଜଡିତ ସମସ୍ୟା ଗୁଡିକରେ ଅସୁବିଧା ହେବାର ସମ୍ଭାବନା ଅଛି । ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ


ସିଂହ- ଆପଣ ସର୍ବଦା ନିଜର ଭବିଷ୍ୟତକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଉଚିତ । ଆପଣ ନିଜ ପାଇଁ କୌଣସି ସମ୍ପତ୍ତି ବିନିଯୋଗ କିମ୍ବା କ୍ରୟ କରିବେ । ରାଜନୈତିକ କ୍ଷେତ୍ରରେ ଟିକିଏ ଜଟିଳ ଆଡକୁ ଗତି କରିବ କିନ୍ତୁ ପରିମାଣ ବିଶେଷ କିଛି ଖରାପ ହେବ ନାହିଁ । ଶିକ୍ଷାର୍ଥୀ ମାନେ ସଫଳତା ଦିଗକୁ ଗତି କରିବେ । ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ


କନ୍ୟା- ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ପ୍ରେମ ଏବଂ ପରିବାରର ବିକାଶରେ ଆଗ୍ରହ ହରାଇବାର ସମ୍ଭାବନା ରହିିଛି । ବ୍ୟବସାୟରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବା ପରେ ସଫଳତା ପାଇବେ । ରାଜନୈତିକ ସମର୍ଥନ ପାଇବେ । ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ


ତୁଳା- ଆପଣଙ୍କର ଭାଗ୍ୟ ଆପଣଙ୍କ ସହିତ ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ସମନ୍ୱୟ ବିଘ୍ନ ଆଣିପାରେ କିନ୍ତୁ ପରିସ୍ଥିତି ଧୀରେ ଧୀରେ ଭଲ ରହିବ । ଶାରୀରିକ ସୁସ୍ଥତା ଫେରି ପାଇବେ । ବ୍ୟବସାୟ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବ । ନିଜ କର୍ମକୁ ନେଇ ସମାଜରେ ଜଣେ ଅଭିଜ୍ଞ ତଥା ସମ୍ମାନିତ ବ୍ୟକ୍ତି ହେବେ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ


ବିଛା- କର୍ମ କ୍ଷେତ୍ରରେ ଅବାଞ୍ଛିତ ଉତ୍ତେଜନା ଏବଂ ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି । ଛାତ୍ର ଛାତ୍ରୀ ମାନେ ନିଜ କ୍ୟାରିୟର କୁ ନେଇ ଚିନ୍ତିତ ରହିବେ । ଭାଗୀଦାରି ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ । ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତି ବିଗାଡ଼ି ଦେଇପାରେ। ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ


ଧନୁ- ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କ ପାଇଁ ଭଲ ପରିସ୍ଥିତି ସୃଷ୍ଟି ହୋଇପାରେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ଜମି , ଦଲାଲ୍ଙ୍କୁ ଯଥେଷ୍ଟ ଲାଭ ମିଳିବ । ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ


ମକର- ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୌଭାଗ୍ୟ ପ୍ରଦାନ କରିବ । ବିବାହ ଜୀବନରେ ପ୍ରେମ ବଢିପାରେ । ସ୍ଥଗିତ କାର୍ଯ୍ୟ ପୁନର୍ବାର ସମାପ୍ତ କରିବେ । ଶିକ୍ଷା ସହ ଜଡିତ କିଛି ଅସୁବିଧା ସାମ୍ନା କରିବାକୁ ପଡିବ । ଭୂମି କ୍ରୟର ସୁଯୋଗ ଆସିପାରେ । ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ


କୁମ୍ଭ- ଜୀବନସାଥୀଙ୍କ ମଧ୍ୟରେ ସାମାନ୍ୟ ତିକ୍ତତା ଦେଖା ଦେଇପାରେ । ପରିବାରରେ ଆପଣଙ୍କ ଗୁରୁତ୍ୱ ବୃଦ୍ଧି ପାଇବ । ତିର୍ଥଯାତ୍ରାରେ ଦେବ ଦର୍ଶନ କରିପାରନ୍ତି । ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ । କ୍ୟାରିୟରକୁ ନେଇ ଗର୍ବିତ ଅନୁଭବ କରିବେ । ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ


ମୀନ- ଯେଉଁ କାମ କରିବେ ତାହା ମନ ମୁତାବକ ସମ୍ପର୍ଣ୍ଣ ହେବ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ । ଗୃହିଣୀ ମାନେ କର୍ତ୍ତବ୍ୟ ପରାୟଣ ରହିବେ । ପଢାପଢି ଓ ପରୀକ୍ଷାରେ ସଫଳତା ପାଇବେ । ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ

monday-horoscope-2025-january-6 | Argus News