Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ଏହି ରାଶିରେ ଆଜି ବର୍ଷିବ ଟଙ୍କା, ଜାଣନ୍ତୁ କମିତି...

Rashmita Mishra
Browse all articles by Rashmita Mishra
·6 months ago·3 min read
ଏହି ରାଶିରେ  ଆଜି ବର୍ଷିବ ଟଙ୍କା, ଜାଣନ୍ତୁ କମିତି...
Horoscope

Key Points

ଆଜିର ରାଶିଫଳ ଖବର । 
କେମିତି କଟିବ କାହାର ଦିନ । 
ଏହି ରାଶି ପାଇଁ ଆଜି ଟଙ୍କା ବର୍ଷା । 
ମେଷ-
ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ । ଅଫିସ୍ କାମକୁ ଠିକ୍ ସମୟରେ ଶେଷ କରିବା ପାଇଁ ଚେଷ୍ଟା କରିବେ। କଳା କ୍ଷେତ୍ରରେ ଥିବା ଲୋକ ମାନେ ଭଲ ପ୍ରଦର୍ଶନ କରିବେ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ବୃଷ-
କୌଣସି ବିଶେଷ ଖବର ମିଳିବାର ଯୋଗ ଅଛି । ଡାକ୍ତରୀ ଛାତ୍ରୀ କିଛି ନୂଆ ଶିଖିବେ । ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ । ଆପଣ କୌଣସି ବିଷୟରେ ବଡ ନିଷ୍ପତ୍ତି ନେଇପାରନ୍ତି । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମିଥୁନ-
ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ । ଯାନବାହନ ଚଳାଇବା ସମୟରେ ସତର୍କ ଅବଲମ୍ବନ କରନ୍ତୁ । ସମ୍ପତ୍ତି କ୍ରୟ କରିବାର ସୁଯୋଗ ପାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା' ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ନିଜ ଲୋକଙ୍କ ଠାରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ବାକି କାମରେ ବନ୍ଧୁ ସାହାଯ୍ୟ କରିବେ। ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳେ ଦୀପଟିଏ ଜାଳନ୍ତୁ

ସିଂହ-
ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ । ଆକସ୍ମିକ ବିପଦ ଦେଖାଦେଇ ପାରେ । ସତର୍କତା ଅବଲମ୍ବନ ନକଲେ ପୈତୃକ ସମ୍ପତ୍ତି ହସ୍ତାନ୍ତର ହୋଇପାରେ
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

କନ୍ୟା-
ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁଙ୍କ ସହିତ ମିଶି ଏକତ୍ର ଭୋଜନ କରିବେ।ବାପା ମାଆଙ୍କ ସହ ସମ୍ପର୍କ ଭଲ ରହିବ । ଛାତ୍ରଛାତ୍ରୀ ମାନେ ଉତ୍ତମ ଫଳ ପ୍ରଦର୍ଶନ କରିବେ । ରାଜନୀତିରେ ନିଜକୁ ଦୃଢ ରଖିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
ମସ୍ତିଷ୍କରୁ ଲାଗି ରହିଥିବା ସବୁ ଚିନ୍ତା ସମାପ୍ତ ହେବ । ବ୍ୟବସାୟକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ । ସାବଧାନ ରୁହନ୍ତୁ ସଡକ ଦୁର୍ଘଟଣା ହୋଇପାରେ । ବେପାରରେ ପ୍ରଚୁର ଲାଭ ମିଳିବ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଡାଲି, ଚାଉଳ ଦାନ କରନ୍ତୁ

ବିଛା-
ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ । ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ-
ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇପାରନ୍ତି । ପରିବାର ଲୋକ ଆପଣଙ୍କ ଠାରୁ ଅନେକ କିଛି ଆଶା କରିବେ । ସାମାଜିକ କାର୍ଯ୍ୟରେ ରୁଚି ବଢିବ। ରାଜନୀତିରେ ବଡ ଆହ୍ୱାନକୁ ଦୃଢଭାବେ ମୁକାବିଲା କରନ୍ତୁ । ପୈତୃକ ସମ୍ପତ୍ତି ବ୍ୟବହାର କରି କିଛ଼ି ଅର୍ଥ କମାଇ ପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର-
ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଅଫିସ୍‌ରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡିବ ।ରାଜନୀତିରେ ସହଯୋଗ ମିଳିବ । ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ପାଠ ପଢାରେ ପରିଶ୍ରମ କରିବାକୁ ପଡିବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଚାକିରିଆ ଉଚ୍ଚ ପଦବୀ ପ୍ରାପ୍ତ କରିବେ । ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ। ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ । ଧନର ଠିକ୍ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ । ନୂତନ ଯାନବାହନ କିଣିବାରେ ସକ୍ଷମ ହୋଇପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳୀଙ୍କ ମହାକବଚ ଧାରଣ କରନ୍ତୁ

ମୀନ-
ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ ।ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । ଭାଗିଦାରି ବ୍ୟବସାୟୀ ଦ୍ୱାରା କିଛି ମାତ୍ରାରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ବିଫଳ ହେବ । ରାଜନୀତିରେ ଲୋକଙ୍କ ପ୍ରିୟ ରହିବେ । ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope | Money Will Rain on This Zodiac Today, Know How | Argus News