Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ରୋଷେଇ ଘରୁ ଏହି 5ଟି ଜିନିଷକୁ କେବେବି ଅନ୍ୟକୁ ଦେବେନି,ନଚେତ୍ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ପଳେଇଯିବେ !

Rashmita Mishra
Browse all articles by Rashmita Mishra
·1 year ago·2 min read
ରୋଷେଇ ଘରୁ ଏହି 5ଟି ଜିନିଷକୁ କେବେବି ଅନ୍ୟକୁ ଦେବେନି,ନଚେତ୍ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ପଳେଇଯିବେ !

ଅର୍ଗସ ବ୍ୟୁରୋ: କୁହାଯାଏଯେ କେବେବି ରୋଷେଇ ଘରେ ଥିବା ଏହି ପାଞ୍ଚ ଟି ଜିନିଷକୁ କାହାକୁ ଦେବା କଥା ନୁହେଁ । ସାଧରଣତଃ ଆମେ ସାନ ବେଳୁ ଶୁଣିଆସିଛୁ ଯେ ଅନ୍ୟର ଖରାପ ସମୟରେ ତାଙ୍କୁ ସାହାଯ୍ୟ କରିବା ଆମର ଧର୍ମ । ଯାହା ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି । କାରଣ ଅନ୍ୟକୁ ସାହାଯ୍ୟ ଓ ଭଲ କର୍ମ କରିବା ଦ୍ଵାରା ମଣିଷ ମୋକ୍ଷ୍ୟ ପ୍ରାପ୍ତ କରିଥାଏ । ମାତ୍ର ଆମ ଶାସ୍ତ୍ର ରେ ଏମିତି କେତେକ ଜିନିଷ ବାବଦରେ କୁହାଯାଇଛି । ଯାହାକୁ ଅନ୍ୟକୁ ଦେବା ଉଚିତ୍ ନୁହେଁ ।


ମହିଳାମାନଙ୍କୁ ଭୁଲରେ ଏହି ଜିନିଷ ଗୁଡିକୁ ଅନ୍ୟକୁ ଦେବା ଉଚିତ୍ ନୁହେଁ । କାରଣ ଏହି ଜିନିଷ ଗୁଡିକୁ ଅନ୍ୟକୁ ଦେବା ଦ୍ଵାରା ମାତା ଲକ୍ଷ୍ମୀ ଘର ଛାଡି ପଳେଇ ଯାଇଥାନ୍ତି । ବାସ୍ତୁ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି ଯେଉଁ ସ୍ଥାନରେ ମାତା ଲକ୍ଷ୍ମୀଙ୍କ ନିବାସ ହୋଇଥାଏ । ସେହି ସ୍ଥାନ ରେ ବା ସେହି ଘରେ ଧନର ଅଭାବ ଦେଖାଯାଇନଥାଏ ।


ମାତା ଲକ୍ଷ୍ମୀ ଥିବା ସ୍ଥାନରେ ଧନ ଦୌଲତ ଓ ସୁଖ ସମୃଦ୍ଧିର ଭରି ରହିଥାଏ । ଏଣୁ କୋଣସି ମହିଳା ଚାହିଁ ନ ଥାଏ ଯେ ମାତା ଲକ୍ଷ୍ମୀ ତାଙ୍କ ଘର ଛାଡି ଚାଲିଯାଆନ୍ତୁ ବୋଲି । ନାରୀର ସ୍ଵଭାବ ବହୁତ କୋମଳ ଓ ଶାନ୍ତ ଏବଂ ସ୍ଵଚ୍ଛ ହୋଇଥାଏ । ତେଣୁ ସେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରିଥାଏ । ମାତ୍ର ମହିଳାଙ୍କୁ ଏହି କେତୋଟି ଜିନିଷ ଯେଉଁଥିରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତାହାକୁ ନ ଦେବା ଉଚିତ୍ ହୋଇଥାଏ ।


ଆସନ୍ତୁ ଜାଣିବା ଏହି ଜିନିଷ 5 ଟି ଜିନିଷ ସମ୍ପର୍କରେ


ଝାଡୁ:- ଆପଣ ଆପଣଙ୍କ ଘରେ ବ୍ୟବହାର କରୁଥିବା ଝାଡୁକୁ କାହାକୁ ଦେବେ ନାହିଁ । କାରଣ ଝାଡୁରେ ମାତା ଲକ୍ଷ୍ମୀ ବାସ କରନ୍ତି ଏଣୁ ଏହା ଅନ୍ୟ ଘରକୁ ଯିବା ଦ୍ଵାରା ଆପଣଙ୍କ ଘରେ ଥିବା ଧନ ମଧ୍ୟ ପଳେଇଯାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହଳଦୀ:- ଘରର ରୋଷେଇ ଘରୁ ହଳଦୀକୁ କେବେବି ଦେବା କଥା ନୁହେଁ । କାରଣ ଏହା ସୁଖସମବୃଦ୍ଧି ଓ ଧନ ର ପ୍ରତୀକ ଅଟେ । ଏହାର ସରିଯିବା ମଧ୍ୟ ଘରୁକୁ ଅମଙ୍ଗଳ ଆଣିଥାଏ ।


ବେଲଣା କାଠି:- ରୋଷେଇ ଘରେ ଥିବା ବେଲଣା କାଠି , କଡେଇ ଆଦି କୁ ଅନ୍ୟକୁ ଦେବା ଅନୁଚିତ୍ ହୋଇଥାଏ । ଏହା ଦ୍ଵାରା ଘରେ ଅନ୍ନ ର ଅଭାବ ଦେଖାଯାଇଥାଏ ।


ମହିଳାଙ୍କ ଅଳଙ୍କାର:- ବିବାହିତ ମହିଳାଙ୍କ ଅଳଙ୍କାରକୁ ଅନ୍ୟ ମହିଳାଙ୍କୁ କେବେବି ପିନ୍ଧିବାକୁ ଦେବା କଥା ନୁହେଁ । କାରଣ ବିବାହରେ ପିନ୍ଧା ହେଇଥିବା ଗ୍ରହଣା ସୁହାଗିନୀର ଶୋଭାଗ୍ୟ ହୋଇଥାଏ । ଏହା ଅନ୍ୟକୁ ଦେଲେ ମାତା ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି ।


କ୍ଷର ,ଦହି ,ପିଆଜ:- ସନ୍ଧ୍ୟା ସମୟରେ ମହିଳାଙ୍କୁ ନିଜ ଘରୁ କ୍ଷର ,ଦହି ,ପିଆଜ ଆଦିକୁ ଧାର ଦେବା ଅନୁଚିତ୍ ହୋଇଥାଏ । ଏହା କରିବା ଦ୍ଵାରା ଘରୁ ମାତା ଲକ୍ଷ୍ମୀ ପଳେଇ ଯାଇଥାନ୍ତି ।


Sponsored
never-give-these-5-things-from-the-kitchen-to-someone-else-otherwise | Argus News