ଅଯଥା ଖର୍ଚ୍ଚରୁ ନିଜକୁ ରୋକନ୍ତୁ ଏହି ରାଶିଦ୍ୱୟ, ନଚେତ୍...

Key Points
ଜାଣନ୍ତୁ ଆଜିର ରାଶିଫଳ ଖବର
କେମିତି କଟିବ ଆଜି ଆପଣଙ୍କ ଦିନ ?
ବାହାରକୁ ଯିବା ସମୟରେ କରନ୍ତୁ ଏହି କାର୍ଯ୍ୟ
ମେଷ-
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ମନା କରିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ । ଆର୍ଥିକ ଅନଟନ ହେତୁ ଆଶା ପୂରଣ ହୋଇପାରିବ ନାହିଁ । ପରିବହନ କ୍ଷେତ୍ରରେ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ ଜ୍ଝ ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ । ଆୟନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଫଟୋକୁ ପୂଜା କରନ୍ତୁ
ମିଥୁନ-
ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ଉଦ୍ରେକ ହୋଇପାରେ । ରାଜନୈତିକ କ୍ଷେତ୍ରରେ ସାଙ୍ଗଠନିକ କାର୍ୟ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଅନ୍ୟମନସ୍କ ହେତୁକ କର୍ମ କ୍ଷେତ୍ରରେ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ । ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କର୍କଟ-
ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ବୁଝି ବିଚାରି ସମସ୍ୟାର ସମାଧାନ କରିବେ । ସମାଜ ସେବାରେ ମନ ବଳାଇବେ । ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ । ଚାକିରିଆଙ୍କୁ ଅଫିସ୍ କାମରେ ଦୂର ଜାଗାକୁ ଯାତ୍ରା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ବାପା ମା ଙ୍କ ସେବା କରନ୍ତୁ
ସିଂହ-
ପରିବାର ମଧ୍ୟରେ ଛୋଟକଥାକୁ ଧରି ବସିଲେ ଅଶାନ୍ତି କମିବା ବଦଳରେ ବଢ଼ିଯିବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତବା ହରାଇପାରନ୍ତି । ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି । କୌଣସି ଦୂର ସ୍ଥାନକୁ ତିର୍ଥ ଯାତ୍ରାର ସୁଯୋଗ ପାଇବେ । ଆପଣଙ୍କ ଆୟ ପୂର୍ବ ପରି ରହିବ । ସମାଜରେ ମାନ ସମ୍ମାନ ପାଇ ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟକୁ ପୂଜା କରନ୍ତୁ
ତୁଳା-
ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ । ଗୁରୁଙ୍କର ପରାମର୍ଶରେ ଧର୍ମମାର୍ଗରେ ଯିବା ପାଇଁ ମନବଳାଇ ପାରନ୍ତି । ବନ୍ଧୁ ମିଳନରୁ ଆନନ୍ଦିତ ହେବେ । ବ୍ୟବସାୟ, ପରିବହନ, ବାଣିଜ୍ୟ, କଳକାରଖାନା ଦିଗରୁ ଉପକୃତ ହେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବାପା , ମାଙ୍କ ପରାମର୍ଶ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ । ସାଙ୍ଗ ସାଥି ମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରି ପାରନ୍ତି । ଆପଣ ଅଜ୍ଞାତ ବିପଦର ସମ୍ମୁଖିନ ହୋଇ ପାରନ୍ତି । କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ପାରିବାରିକ ଜୀବନ ଆମୋଦ ଦାୟକ ହେବ । ସ୍ୱାସ୍ଥ୍ୟ ସାଧାରଣତଃ ଉତମ ରହିବ । ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ , ଗୁରୁଜନଙ୍କ ପାଖରେ ଆଦୃତ ହେବେ । ରାଜନିତି କ୍ଷେତ୍ରରେ କୈାଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ । ଗୃହିଣୀଙ୍କ ଘର କାମରେ ଘର ଲୋକ ସାହାର୍ଯ୍ୟ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ
ମକର-
କାରବାରରେ ସଫଳତା ପାଇବେ । ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ମହିଳା ମାନେ ସରକାରୀ ଚାକିରିର ସୁଯୋଗ ପାଇବେ ।
ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୈବୀ ଆଶ୍ରୀବାଦରୁ ସମସ୍ୟା ଗୁଡିକ ସେତେ ଗୁରୁତ୍ୱର ହେବ ନାହିଁ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଧଳା ରଙ୍ଗର ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ
କୁମ୍ଭ-
ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁଙ୍କ ସହିତ ମିଶି ଏକତ୍ର ଭୋଜନ କରିବେ । ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ । ପୈାତିକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତିୟ ବ୍ୟକ୍ତି ଲାଭବାନ୍ ହେବ । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ
। ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ଗୃହବାହନ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ । ମନକୁ ଆଘାତ ଲାଗିଲାପରି କଥା ଶୁଣିବାକୁ ପାଇ ପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ