Videos
|
Horoscope

October 16 Horoscope 2026 / ଆଜି ଅକ୍ଟୋବର ୧୬ ତାରିଖ, ଶୁକ୍ରବାର ….କେଉଁ ରାଶିଧାରୀଙ୍କର କେମିତି କଟିବ ଦିନ ଜାଣିନିଅନ୍ତୁ?

Ritu Das
Browse all articles by Ritu Das
·1 hour ago·3 min read
ଆଜି ଅକ୍ଟୋବର ୧୬ ତାରିଖ, ଶୁକ୍ରବାର ….କେଉଁ ରାଶିଧାରୀଙ୍କର କେମିତି କଟିବ ଦିନ ଜାଣିନିଅନ୍ତୁ?
India

Key Points

ମେଷ-
ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ
ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ
ମେଷ-
ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ। ସଭା ସମିତିରେ କାମ ଗୁଡିକ ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଯିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ବୃଷ-
ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ। ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ । ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା’ କମଳାଙ୍କର ଫଟୋକୁ ପୂଜା କରନ୍ତୁ

ମିଥୁନ-
ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ନିଜ ପରିସରରେ କୌଣସି ସାଧାରଣ ଘଟଣାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ । ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରିନେବେ । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ-
ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ବୁଝି ବିଚାରି ସମସ୍ୟାର ସମାଧାନ କରିବେ । ସମାଜ ସେବାରେ ମନ ବଳାଇବେ । ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ । ଚାକିରିଆମାନେ ଅଫିସ୍ କାମରେ ଦୂର ଜାଗାକୁ ଯାତ୍ରା କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ବାପା ମା ଙ୍କ ସେବା କରନ୍ତୁ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିଂହ-
ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ହୋଇପାରେ । ଶିକ୍ଷାରେ ପ୍ରଗତି ହେବାରେ ସମ୍ଭାବନା ଅଛି । ଜମିରେ ନିବେଶ ପାଇଁ ଶୁଭ ରହିବ । ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା-
କର୍ମ କ୍ଷେତ୍ରରେ ଶତ୍ରୁତା ବୃଦ୍ଧି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ଚାକିରି କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି । କୌଣସି ଦୂର ସ୍ଥାନକୁ ତୀର୍ଥ ଯାତ୍ରାର ସୁଯୋଗ ପାଇବେ । ଆପଣଙ୍କ ଆୟ ପୂର୍ବ ପରି ରହିବ । ସମାଜରେ ମାନ ସମ୍ମାନ ପାଇ ପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପ୍ରଭୁ ନାରାୟଣଙ୍କ ଫଟୋକୁ ପୂଜା କରନ୍ତୁ

ତୁଳା-
ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ବହୁ ଦିନର ସ୍ୱପ୍ନ ସାକାର ହେବ । ଭୂ-ସମ୍ପତ୍ତି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ । ଜମିଜମା କିଣିବାର ସୁଯୋଗ ରହିଛି । ଚାକିରିରେ କୌଣସି ଗୋଟେ ବଡ ପଦବୀ ଯାଇପାରେ । ମହିଳା ମାନେ ଧର୍ମପରାୟଣ ହେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା-
ବାପା , ମାଙ୍କ ପରାମର୍ଶ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ । ସାଙ୍ଗସାଥୀ ମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରି ପାରନ୍ତି । ଆପଣ ଅଜ୍ଞାତ ବିପଦର ସମ୍ମୁଖିନ ହୋଇ ପାରନ୍ତି । କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳାମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ-
କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ । ରାଜନେତାଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା’ ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର-
କାରବାରରେ ସଫଳତା ପାଇବେ । ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ମହିଳା ମାନେ ସରକାରୀ ଚାକିରିର ସୁଯୋଗ ପାଇବେ ।
ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୈବୀ ଆଶୀର୍ବାଦରୁ ସମସ୍ୟା ଗୁଡିକ ସେତେ ଗୁରୁତର ହେବ ନାହିଁ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଧଳା ରଙ୍ଗର ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ

କୁମ୍ଭ-
କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ମହିଳା ମାନେ ସମସ୍ତଙ୍କ ପ୍ରିୟଭାଜନ ହେବେ । ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ଛୋଟ ଛୋଟ କଥାରେ ଅଣଦେଖା ନ କରିବା ଭଲ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମୀନ-
ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ଗୃହବାହନ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ । ମନକୁ ଆଘାତ ଲାଗିଲାପରି କଥା ଶୁଣିବାକୁ ପାଇ ପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ