ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିପାରେ। କର୍ମ କ୍ଷେତ୍ରରେ ଉତ୍ସାହଜନକ ରହିବେ। ଖେଳ ପ୍ରତିଦ୍ୱନ୍ଦ୍ବିତାରେ ସଫଳ ହେବେ। କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରୁହନ୍ତୁ। ଅର୍ଥ ସମ୍ମାନର ଅଭାବ ରହିବ ନାହିଁ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ। ସନ୍ତାନ ମଧ୍ୟରେ ବ୍ୟତିକ୍ରମ ଘଟିବାର ଆଶଙ୍କା ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ। ସମ୍ପତ୍ତି କ୍ରୟ କରିବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପଢାରେ ଅବେହଳା କରି ପାରନ୍ତି। ମହିଳା ମାନଙ୍କ ମନୋବଳ ବୃଦ୍ଧି ଘଟିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ଛୋଟ ଛୋଟ କଥାକୁ ନେଇ ପରିବାର ଭିତରେ ସମ୍ପର୍କ ହାନି ହୋଇପାରେ। ମାଲିମକଦ୍ଦମା କ୍ଷେତ୍ରରେ ଉତ୍ତମ ଫଳ ପାଇବେ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ସହିତ ଯାତାୟତ କରିବା ଉଚିତ। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା’ ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
ଶାରୀରିକ ଅବସ୍ଥାରେ ସନ୍ତୁଳନ ପାଇବେ। ଭଲ ପାଉଥିବା ଲୋକଙ୍କ ସହିତ ଆପଣ ସମୟ ବିତାଇବେ । ନିଜର ବନ୍ଧନକୁ ଦୃଢ଼ କରିବା ପାଇଁ ପ୍ରୟାସ କରିବେ। ଆପଣଙ୍କର ବ୍ୟକ୍ତିତ୍ୱ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହେବ । ପରୀକ୍ଷାର୍ଥୀମାନେ ଶ୍ରେଷ୍ଠ ପ୍ରଦର୍ଶନକାରୀ ହେବାର ସମ୍ଭାବନା ଅଧିକ ଦେଖାଦେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୌଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ
କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବ। ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ। ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ। ପଡୋଶିଙ୍କ କଟୁକ୍ତି ମନରେ ଗଭୀର ରେଖାପାତ କରିପାରେ। କୌଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ । ନୂଆ କଳାକୌଶଳ ଶିଖିବାକୁ ସୁଯୋଗ ମିଳିବ। ମନ ଭଲ ରହିବ। କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ କଷ୍ଟସାଧ୍ୟ ପୁରା କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି। ନିଜ ଲୋକଙ୍କ ଉପରେ ଭରସା କରିବାରେ ମନରେ ଦ୍ୱନ୍ଦ୍ବ ଆସିବ। ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ। ମାଲିକମକଦ୍ଦମାରେ ଓକିଲଙ୍କ ସାହାଯ୍ୟ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ପେଟରେ କଷ୍ଟ ଅନୁଭବ କରିବେ। ଭାଇ-ଭଉଣୀଙ୍କ ଖୁସି ପାଇଁ ପାରିବାରରେ ଶାନ୍ତି କେତେଂକାଶରେ ଦେଖାଦେବ। ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ । ଅଯଥା କୋର୍ଟ ମାମଲାରେ ଫସି ଯାଇ ହଇରାଣ ହୋଇପାରନ୍ତି । ଉପଯୁକ୍ତ ସମୟରେ ଆଶା କରୁଥିବା ଦିଗରୁ ଅର୍ଥଲାଭ ହୋଇପାରେ । ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା’ ବଗଳାମୁଖୀଙ୍କ ପୂଜାର୍ଚ୍ଚନା କରନ୍ତୁ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ। ସମ୍ପତ୍ତିକୁ ନେଇ ସାମାନ୍ୟ ଝଗଡା ଲାଗିପାରେ। ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ
ପରିବାରରେ ଯେତେ ଅସୁବିଧା ଆସିଲେ ମଧ୍ୟ ସବୁକୁ ଏଡାଇ ଆଗକୁ ଯିବେ। ଜୀବନସାଥୀଙ୍କ ସହିତ ଦୂର ଯାତ୍ରାରେ ଆନନ୍ଦ ପାଇବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ। ନିଜ ପାଇଁ କିଛି ବାସୋପଯୋଗୀ ଭୂମି ବା ଘର କ୍ରୟ କରିପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା’ ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ପରିବାରରେ ଯେପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍ ସାମନା କରିବା କଷ୍ଟକର ହୋଇପାରେ । ବ୍ୟବସାୟ, ପରିବହନ , କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । ଶିକ୍ଷା କ୍ଷେତ୍ରରେ ସୁନାମ , ପିଲାମାନଙ୍କ ସଫଳତାରେ ଆନନ୍ଦିତ ହେବେ । ସଭା ସମିତିରୁ ଉପକୃତ ହେବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ
ବନ୍ଧୁ ମାନଙ୍କ ସହିତ ସମୟ ଅତିବାହିତ କରିବେ। ପାରିବାରିକ ଜୀବନ ସୁଖ ଏବଂ ଶାନ୍ତିରେ କଟିବ । ଜମିବାଡି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ସାଙ୍ଗଠନିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି । ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ। ଉଚ୍ଚଶିକ୍ଷାକୁ ପ୍ରାଥମିକତା ଦେବେ। ଆପଣଙ୍କର ଆୟ ବୃଦ୍ଧି କରିବାର ଅନେକ ସମ୍ଭାବନା ରହିଛି
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବିଷ୍ଣୁ ସାହସ୍ରନାମା ପାଠ କରନ୍ତୁ