Todays Zodiac Sign / ଅକ୍ଟୋବର ୭ ତାରିଖ: ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ...

Key Points
ମେଷ-
ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହଜନକ ରହିବେ । ଖେଳ ପ୍ରତିଦ୍ୱନ୍ଦ୍ବିତାରେ ସଫଳ ହେବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ ।
ମେଷ-
ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହଜନକ ରହିବେ । ଖେଳ ପ୍ରତିଦ୍ୱନ୍ଦ୍ବିତାରେ ସଫଳ ହେବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ-
ଜୀବନ ସାଥୀ ପରସ୍ପର ପ୍ରତି ଦାୟିତ୍ୱବାନ୍ ରହିବେ। ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ। ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । କୋର୍ଟ କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା' କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ଛୋଟ ଛୋଟ କଥାକୁ ନେଇ ପରିବାର ଭିତରେ ସମ୍ପର୍କ ହାନି ହୋଇପାରେ । ମାଲିମକଦ୍ଦମା କ୍ଷେତ୍ରରେ ଉତ୍ତମ ଫଳ ପାଇବେ । ରାସ୍ତା ଘାଟରେ ଯଥେଷ୍ଟ ସତର୍କ ସହିତ ଯାତାୟତ କରିବା ଉଚିତ୍ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତ୍ତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
କର୍ମ କ୍ଷେତ୍ରରେ ସହଭାଗୀ ମାନଙ୍କ ସହ ଖୁସିରେ କାମ କରିବେ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ବିଦେଶରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କର ଇଚ୍ଛା ପୂରଣ ହୋଇପାରେ । ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା' ଭୁବନେଶ୍ବରୀଙ୍କର ପୂଜାର୍ଚ୍ଚନା ସହିତ ମନ୍ତ୍ର ପାଠ କରନ୍ତୁ
ସିଂହ-
କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲି ଯିବ । ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା-
ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ । ଅଧ୍ୟୟନ ପାଇଁ ବିଦେଶ ଯିବାର ସ୍ୱପ୍ନ ସାକାର ହୋଇପାରେ । ରାଜନୀତିରେ ଆଗକୁ ଯିବେ । ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ମସ୍ତିଷ୍କରୁ ଲାଗି ରହିଥିବା ସବୁ ଚିନ୍ତା ସମାପ୍ତ ହେବ । ଦିନଟି ଆପଣଙ୍କ ଉଦାର ଲାଗି ପ୍ରସନ୍ନତା ନେଇ ଆସିଛି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ
📱 Get Argus News App
✨ତୁଳା-
ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ନିଜ ଲୋକଙ୍କ ଉପରେ ଭରସା କରିବାରେ ମନରେ ଦ୍ୱନ୍ଦ ଆସିବ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାଯ୍ୟ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ବିଛା-
ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇପାରେ । ଚାକିରିରେ କୌଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ଦାମ୍ପତ୍ୟ ଜୀବନରେ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଅନୁଭବ କରିବାକୁ ଅଧିକ ସୁଯୋଗ ଆସିବ । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବିଦ୍ଧି ପୂର୍ବକ ଶିବ ପୂଜା କରନ୍ତୁ
ଧନୁ-
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ସମ୍ପତ୍ତିକୁ ସାମାନ୍ୟ ଝଗଡା ଲାଗିପାରେ । ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ
ମକର-
ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ପରିବାରରେ ଯେପ୍ରକାରର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍ ସାମ୍ନା କରିବା କଷ୍ଟକର ହୋଇପାରେ । ବ୍ୟବସାୟ, ପରିବହନ , କ୍ଷେତ୍ରରେ ଦ୍ୱନ୍ଦ୍ବ ଦୂର ହେବ । ଶିକ୍ଷା କ୍ଷେତ୍ରରେ ସୁନାମ , ପିଲାମାନଙ୍କ ସଫଳତାରେ ଆନନ୍ଦିତ ହେବେ । ସଭା ସମିତିରୁ ଉପକୃତ ହେବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ
ମୀନ-
କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନେ ଅର୍ଥଲାଭ କରିବେ । ମାଲିମକଦ୍ଦମାରେ ଜୟଯୁକ୍ତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସୂର୍ଯ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ।
Related Topics
Explore more stories