କର୍ମକ୍ଷେତ୍ରରେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ ଏହି ରାଶିର ବ୍ୟକ୍ତି

ଆଜି ଦିନଟି ଆପଣଙ୍କ କେମିତି କଟିବ ସେ ଲାଗି ଚିନ୍ତିତ କି? ତାହେଲେ ପଢ଼ି ନିଅନ୍ତୁ ଆପଣଙ୍କ ଆଜିର ରାଶିଫଳ ଆପଣଙ୍କର କଣ କହୁଛି।
ମେଷ-
ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ। ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ । ଜମି କ୍ରୟ କରି ଖୁସି ରହିବେ। ମହିଳା ମାନେ ପରିବାରରେ ପୁଷ୍ଟି ସାଧନ କରିବେ। କୌଣସି କଥାକୁ ନେଇ ଅଧିକ ଭାବୁକ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
ବାଣିଜ୍ୟ, ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇଲେ ମଧ୍ୟ ସାମୟିକ ଅସ୍ଥିରତା ଦେଖାଦେବ । ଜମିଜମା ପ୍ରଭୃତି କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି । ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରାଧନା କରନ୍ତୁ
ମିଥୁନ-
ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ । ବ୍ୟପାର ବୃତ୍ତିରେ ପ୍ରଗତି ହେବ । ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ । ଛାତ୍ରଛାତ୍ରୀଙ୍କ ଲେଖାପଢାରେ ବାଧା ଦୂର ହେବ। ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି । ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିପାରିବେ ନାହିଁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପରିବାରରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ପୁରାତନ ରୋଗର ପ୍ରାଦୁର୍ଭାବ ବଢ଼ିବା କାରଣରୁ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ ପ୍ରସ୍ତୁତି ସକାଶେ ବ୍ୟସ୍ତ ରହିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶିବଙ୍କ ସହସ୍ର ନାମ ପାଠ କରନ୍ତୁ
ସିଂହ-
ଶରୀର ଭଲ ରହିବା ସହିତ ମିଷ୍ଟାନ୍ନ ଭୋଜନର ଯୋଗ ବୃଦ୍ଧି ରହିଅଛି । ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ଆୟନୀ , ଅଦାଲତରେ ଜଡିତ ରହିବେ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନ ଲାଭର ଯୋଗ ଅଛି । ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଦୀର୍ଘଦିନ ହେଲା ଯାହା ପାଇନଥିଲେ ଆଜି ତାହା ପାଇବାରେ ଅସୁବିଧା ହେବନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ଉନ୍ନତ ମାନର ଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିରୋଧ ଦୂରେଇ ଯିବ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ଅର୍ଜନ କରିବେ। ପ୍ରତ୍ୟେକ ପରିସ୍ଥିତିକୁ ସଜାଡ଼ି ନେବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ତୁଳା-
ପ୍ରେମ ଜୀବନ ଭଲ ରହିବ । ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୈାଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି । କୋର୍ଟରେ ରାୟ ଆପଣଙ୍କ ସପୋର୍ଟରେ ଆସିପାରେ। ମନ ମୁତାବକ ଭୁମି ଚୟନ କରି ତାକୁ କ୍ରୟ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ
ବିଛା-
ରାସ୍ତାରେ ଯିବା ସମୟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ। ଜଣେ ପଡ଼ୋଶୀଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ଆଜି ମନ ଭିତରର କଥାକୁ ପ୍ରକାଶ କରିପାରନ୍ତି। ଅଭାବ ନ ଥିଲେ ମଧ୍ୟ ଖୋଲା ମନ ନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ଧନୁ-
ଶାରିରୀକ କ୍ରିଡା ଭୋଗିଲେ ମଧ୍ୟ ଅନ୍ୟ ସମସ୍ତ କର୍ମରେ ଶୁଭଫଳ ପାଇବେ । ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ । ଅଦାଲତରୁ ଶୁଭଫଳ ପାଇବେ । ଧର୍ମକାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି। ନିଜର ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପନ୍ନ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କୁ ଆରଧନା କରନ୍ତୁ
ମକର-
ନିର୍ଦ୍ଦିଷ୍ଟ ସମୟରେ ଆଶା କରୁଥିବା ବନ୍ଧୁଙ୍କ ନିକଟରୁ ଅର୍ଥଲାଭ ଘଟିବ। ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପୂର୍ବ ଯୋଜନା ଅନୁଯାୟୀ କାମ କରି କିଛିଟା ସଫଳତା ମଧ୍ୟ ପାଇବେ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ
କୁମ୍ଭ-
ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ବ୍ୟବସାୟରେ ଆୟ-ବ୍ୟୟ ସମାନ ରହିବ । ମନ ଆଧ୍ୟାତ୍ମିକତା ପ୍ରତି ଅଧିକ ରହିବ । କୋର୍ଟର ତାରିଖ ସ୍ଥିର ଧାର୍ଯ୍ୟ ହେବ । ମହିଳା ମାନେ କର୍ମତତ୍ପର ରହିବେ । ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ
ମୀନ-
କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିପାରେ। ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି । ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଜ ମନ୍ତ୍ର ପାଠ କରନ୍ତୁ