Horoscope / ବିରଳ ରାଜଯୋଗ, ବଦଳିବ ଏହି ରାଶିଙ୍କ ଭାଗ୍ୟ...

Key Points
ଜାଣନ୍ତୁ ଆଜିର ରାଶିଫଳ ଖବର
ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ
ମେଷ-
କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ନୂତନ କାର୍ୟ୍ୟାଆରମ୍ଭ କରିବେ । ବନ୍ଧୁ ମିତ୍ରଙ୍କ ଠାରୁ ଉପହାର ପ୍ରାପ୍ତି ହେବ । ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ । ଶିକ୍ଷାର୍ଥୀମାନେ ଭଲ ନମ୍ବରରେ ପରୀକ୍ଷାରେ ଉତୀର୍ଣ୍ଣ ହେବେ । ନୂତନ ଯାନବାହନ କିଣିବା ପାଇଁ ଚିନ୍ତା କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
ବୃଷ-
ଦୈନଦିନ କାର୍ଯ୍ୟ ସହଜ ସରଳରେ ହେବା ସହ ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ଲୋକମାନେ ଆପଣଙ୍କ ଆଚରଣରେ ବହୁତ ଖୁସି ହେବେ । ଧାର ନେବା ଦେବାରୁ ନିବୃତ ରୁହନ୍ତୁ । ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
କର୍ମକ୍ଷେତ୍ରରେ ବ୍ୟବସ୍ତତା ହେତୁ ପରିବାରରେ ଅଶାନ୍ତି ଉପୁଜବ । ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ କଳହ ସୃଷ୍ଟି ହୋଇପାରେ । ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ସହକର୍ମୀମାନଙ୍କୁ ଉତ୍ତମ ପରାମର୍ଶ ଦେଇ ପ୍ରଶଂସିତ ହେବେ। ରାଜନୈତିକ ସ୍ଥିତି ସଂଘର୍ଷମୟ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ନୂତନ କାମରେ ବଡଲୋକଙ୍କ ପରାମର୍ଶ ନେବା ଭଲ । ବ୍ୟବସାୟରେ ଲାଭ ହେବାର ଯୋଗ ଅଛି । ନିଜ ପସନ୍ଦର ପୁସ୍ତକ ପଢିବେ । ଯାନ ବାହନ ସାବଧାନତାର ସହ ଚଳାନ୍ତୁ । ସମାଜରେ ମାନ ସମ୍ମାନ ବଢିବ । ଗାୟକଙ୍କ ଲାଗି ଭଲ ଦିନଟିଏ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ-
କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମ ଗୁଡିକ ସମ୍ପୂର୍ଣ୍ଣ ହୋଇଯିବ । ନିଜ ଲୋକମାନେ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ଯଥା ସମୟରେ ସବୁ କିଛି ଠିକ୍ ହୋଇଯିବ।ପ୍ରେମୀ ଯୁଗଳ ଙ୍କ ସମ୍ପର୍କ ମଧୁର ରହିବ । ଆଜି ଦିନଟିରେ ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ। ଯାନବାହାନ ସତର୍କତା ସହ ଚଲାନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଫଟୋ କୁ ପୂଜା କରନ୍ତୁ
କନ୍ୟା-
ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବ । ରାଜନୀତିରେ ସାମାଜିକ ପରିସର ବୃଦ୍ଧି ହେବ । ଅଫିସ୍ ରେ ଅଧିକ ସମୟ କାମକଲା ପରେ ଅବଶିଷ୍ଟ କାମ ପୂରା ହେବ । ବିବାଦର ସମାଧାନ ପାଇଁ ଦିନଟି ବହୁତ ଭଲ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଦେହ ଭଲ ରହିଲେ ମଧ୍ୟ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିବେ। କୌଣସି ମୂଲ୍ୟବାନ ଜିନିଷଟି ନ ପାଇ ବନ୍ଧୁଙ୍କ ଉପରେ ରାଗିପାରନ୍ତି। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ମାନସିକ ସ୍ଥିତିକୁ ଦୁର୍ବଳ କରିଦେବ। ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି । ଚାକିରୀଆ ମାନେ ଉପରିସ୍ଥ ମାନଙ୍କର ଶ୍ରଦ୍ଧା ଲାଭ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବ୍ୟବସାୟ ଅଭିବୃଦ୍ଧି ପାଇଁ ଋଣ ନେଇ ପାରିବେ । ଟଙ୍କା କାରବାରରେ ଥିବା ବାଧା ଦୂର ହେବ । ଅଫିସ୍ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ । ବିବାଦର ସମାଧାନ ପାଇଁ ଦିନଟି ବହୁତ ଭଲ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ଅଫିସର ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିବେ । ତରବରିଆ ପଦକ୍ଷେପ ନେଲେ ଅସୁବିଧା ଦେଖାଦେଇପାରେ । ରାଜନୀତିରେ ଲୋକ ସମର୍ଥନ ରହିବା ଯୋଗୁ ଆଗେଇ ଯାଇପାରନ୍ତି । ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇପାରେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ
ମକର-
ଧୈର୍ଯ୍ୟ ଦ୍ୱରା ସଫଳତା ପ୍ରାପ୍ତ କରିବେ । ଅନ୍ତର୍ଜ୍ଞାନ ଓ ସୃଜନ ଶକ୍ତିର ବିକାଶ ଘଟିବ । କର୍ମରେ ବୃଦ୍ଧିର ପ୍ରୟୋଗ ଦ୍ୱାରା ସଫଳତା ହାସଲ କରିବେ । ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ । ପରିବାର ସହିତ ଅଭୁଲା କ୍ଷଣର ଆନନ୍ଦ ଉପଭୋଗ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ପାରିବାରିକ ସ୍ଥିତିରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ଶିକ୍ଷା କ୍ଷେତ୍ରରେ ଅପୂରଣୀୟ ଆଶା ପୂରଣ ହୋଇଯିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।ବାଣିଜ୍ୟ, କାରବାର ଓ କଚେରି ମାମଲା କ୍ଷେତ୍ରରେ ଶୁଭଫଳ ମିଳିବ। ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ମାନସିକ ତଥା ପାରିବାରିକ ଅଶାନ୍ତି ଲାଗି ରହିବ । ବାଣିଜ୍ୟ ବ୍ୟବସାୟରେ ପ୍ରତିକୂଳତା ଆସିପାରେ । କର୍ମ କ୍ଷେତ୍ରରେ ଅସାବଧାନତା ହେତୁ ଅପମାନିତ ହେବେ । ମହିଳାମାନେ ରକ୍ଷଣ ଶୀଳ ହେବେ । ଛାତ୍ରଛାତ୍ରୀ ମାନେ ପଢାଡପଢିରେ ମନଯୋଗ ଦେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ
📱 Get Argus News App
✨Related Topics
Explore more stories