Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Today Horoscope / ଆଜି ଏହି ରାଶିର ବ୍ୟକ୍ତି କର୍ମରେ ଆଶାଠାରୁ ଅଧିକ ସଫଳତା ହାସଲ କରିବେ

Ritu Das
Browse all articles by Ritu Das
·4 months ago·4 min read
ଆଜି ଏହି ରାଶିର ବ୍ୟକ୍ତି କର୍ମରେ ଆଶାଠାରୁ ଅଧିକ ସଫଳତା ହାସଲ କରିବେ
India

Key Points

ମେଷ- ଜୀବନରେ ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ ।
ମେଷ-
ଜୀବନରେ ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ସୁଖୀ ଜୀବନ ବିତାଇବେ । ନୂତନ କାମରେ ପ୍ରବେଶ କରିବେ ଓ ସଫଳତା ମଧ୍ୟ ପାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ-
ପ୍ରେମୀଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ । ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ନ ରହିଲେ ଅଦଳବଦଳ ହୋଇଯିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଗୋଶାଳାରେ ଗୋଖାଦ୍ୟ ଦାନ କରନ୍ତୁ

ମିଥୁନ-
ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ । ପ୍ରଶାସନ, ରାଜନୀତି, ସଂଗଠନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଗୁଡିକ ମଧ୍ୟ ତ୍ୱରାନ୍ୱିତ ହୋଇପାରିବ। କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନମାନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ମା' ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ପ୍ରତ୍ୟେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ନିଜ ଲୋକମାନେ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ଯଥା ସମୟରେ ସବୁ କିଚି ଠିକ୍ ହୋଇଯିବ । ପଛ କଥା ନ ଭାବି ବର୍ତ୍ତମାନ ପରିସ୍ଥିତିକୁ ସାମ୍ନା କରିବେ । ମହିଳା ମାନଙ୍କର ମିଷ୍ଟାନ୍ନ ଲାଭରୁ ମନ ଖୁସି ରହିବ । ଆଧ୍ୟାତ୍ମିକ ଜୀବନ ବିତାଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା' ଭୁବନେଶ୍ବରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅତ୍ୟଧିକ ପରିଶ୍ରମ ବଳରେ ବିଦ୍ୟାଧ୍ୟାୟୀ ହେବେ । ଈଶ୍ୱର ବିଶ୍ୱାସୀ ହେବେ । ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲିତ ରହିବ । ଆନୁଷ୍ଠାନିକ କାମ ସକାଶେ ପ୍ରସ୍ତୁତିପର୍ବ ଶେଷ ହେବାକୁ ଲାଗିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା-
ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ । ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଆପଣେଇ ନେଇ କାମ ହାସଲ କରିପାରିବେ । ଦେହ ଭଲ ରହିଲେ ମଧ୍ୟ ଭ୍ରମଣ ଜନିତ କ୍ଲାନ୍ତିବୋଧ କରିବେ । କ୍ରୀଡା, ଚଳଚ୍ଚିତ୍ର, ସଙ୍ଗୀତ ପ୍ରତିଯୋଗୀତାରେ ସଫଳତା ଯୋଗୁ ମନ ଖୁସି ରହିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- କୌଣସି ଧର୍ମାନୁଷ୍ଠାନରେ ନିଜର ସାଧ୍ୟ ମୋତେ କିଛି ସାହାଯ୍ୟ, ସହଯୋଗ କରନ୍ତୁ

ତୁଳା-
ଆପଣଙ୍କର କୌଣସି କାମ ଅଟକିବ ନାହିଁ ଏବଂ ବିଭିନ୍ନ ଦିଗରୁ ଲାଭ କରିବା ସହ ଅନୁକୂଳ ବାତାବରଣରୁ ଖୁସି ରହିବେ। ବାଣିଜ୍ୟ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ। ସନ୍ତାନଙ୍କ ବିବାହ ସମସ୍ୟା ନେଇ ପରିବାରରେ ଦୁଶ୍ଚିନ୍ତା ବଢ଼ିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା-
ସମ୍ପର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ଜୀବନସାଥୀଙ୍କ ମଙ୍ଗଳ ଓ ତାଙ୍କର ଭାବନାକୁ ବିଚାର କରି କାର୍ଯ୍ୟ କରିବେ। ଧାର୍ମିକ ଭାବନାରେ ଶାନ୍ତି ପାଇବେ ଓ ଆତ୍ମ ବିଶ୍ୱାସ ବଢିପାରେ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-
ପାରିବାରିକ ଅଶାନ୍ତି ଜନିତ ମାନସିକ ଅସୁସ୍ଥତାକୁ ବଢ଼ାଇଦେଇପାରେ । କର୍ମକ୍ଷେତ୍ରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବିଶେଷ ଖର୍ଚ୍ଚାନ୍ତ ହେବା କାରଣରୁ ମନ ଭଲ ରହି ନ ପାରେ। ସାଧାରଣ କଥାକୁ ନେଇ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଲଗାନ୍ତୁ

ପଢ଼ନ୍ତୁ ଏହି ଖବର: ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ଆୟର ନୂତନ ସୁଯୋଗ ମିଳିବ

ମକର-
ଭାଗୀଦାରୀ ବ୍ୟବସାୟୀଙ୍କ ସହ ସମନ୍ୱୟ ଭଲ ରହିବ । ସମସ୍ତ ପରିବାର ସଦସ୍ୟ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । ଆକସ୍ମିକ ଅନାବଶ୍ୟକ ଖର୍ଚ୍ଚ ପରିମାଣ ହୋଇପାରେ । ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣ, କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପ୍ରତିଦିନ ସକାଳୁ କିଛି ଖାଦ୍ୟ କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ-
ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ। ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବ୍ୟବସାୟ କ୍ଷେତ୍ରରେ ଲାଭାଶଂ ବୃଦ୍ଧି ପାଇବ। ଧାତୁ, ଅଳଙ୍କାର କିମ୍ବା ମୂଲ୍ୟବାନ ଗୃହୋପକରଣ କ୍ରୟ କରିପାରନ୍ତି। ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ବିଭିନ୍ନ ଅସୁବିଧା ଭିତରେ ଗତି କରୁଥିବାରୁ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିପାରେ । ପାରିବାରିକ ସମସ୍ୟା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମନ୍ଦିରରେ ଠାକୁରଙ୍କ ପାଖେ ଭୋଗ ଲଗାନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope: This Zodiac Sign Will Achieve More Success Than Expected | Argus News