Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

କ'ଣ କହୁଛି ଆପଣଙ୍କ ଭାଗ୍ୟଫଳ ?

Smruti Parija
Browse all articles by Smruti Parija
·1 year ago·4 min read
କ'ଣ କହୁଛି ଆପଣଙ୍କ ଭାଗ୍ୟଫଳ ?


ମେଷ-


ପାରିବାରିକ ଜୀବନରେ ସବୁ ପରିସ୍ଥିତିକୁ ସାମ୍ନା କରିବେ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା କଷ୍ଟକର ହୋଇ ପଡିବ । ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ । ଛାତ୍ରଛାତ୍ରି ମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ । ସ୍ଥଗିତଥିବା କାମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ପ୍ରସାଦ ସେବନ କରନ୍ତୁ


ବୃଷ-


ଜୀବନ ସାଥିଙ୍କୁ ମନ ପସନ୍ଦ ଉପହାର ଦେବେ । ରାଜନୀତିରେ ନିଜର ଦକ୍ଷତା ଅନୁସାରେ କୈାଣସି ଉଚ୍ଚ ପଦବୀ ମିଳିପାରେ । ବିଦ୍ୟାର୍ଥୀ ମାନେ ପଢାପଢି ପ୍ରସନ୍ନ ରହିବେ । ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ । ପୁରୁଣା ବନ୍ଧୁଙ୍କ ସହିତ ଦିନଟି ବିତାଇବେ । ମହିଳା ମାନେ ଅର୍ଥଲାଭ କରିବେ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ଶ୍ୱେତଚନ୍ଦନ କର୍ପୂରମିଶେଇ ମସ୍ତକରେ ଧାରଣ କରନ୍ତୁ


ମିଥୁନ-


କର୍ମ କ୍ଷେତ୍ରରେ ଖର୍ଚ୍ଚାନ୍ତ କାରଣରୁ ଆର୍ଥିକ ଚାପ ଦେଖାଦେଇ ପାରେ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । କଳା, ସାହିତ୍ୟ , ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ


କର୍କଟ-


କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରି ଆପଣଙ୍କୁ ଉପହାର ଦେବେ । ମହିଳା ମାନେ ଧୈର‌୍ୟ୍ୟ ଧରି କାମ କରିଲେ କାର‌୍ୟ୍ୟରେ ବିଜୟଲାଭ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ପଢାରେ ଏକାଗ୍ରତା ରକ୍ଷା କରିବେ । ଅଫିସ୍ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ


ସିଂହ-


ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ପିଲା ଦିନର ସାଙ୍ଗଙ୍କ ସହିତ ଭେଟ ହୋଇପାରେ । କୋର୍ଟକଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହେବ । ମହିଳା ମାନଙ୍କର ଧାର୍ମିକ ଭାବନା ଉଦେୟ ହେବ । ଚାକିରିରେ ପ୍ରାଧ୍ୟନତା ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ । ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଫଟୋ କୁ ପୂଜା କରନ୍ତୁ


କନ୍ୟା-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । ଆନୁଷ୍ଠାନିକ କ୍ଷେତ୍ରରୁ ଏବଂ କ୍ରୀଡ଼ା ଚଳଚ୍ଚିତ୍ର କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ଦୀର୍ଘଦିନରୁ ଲାଗିରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର -ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ


ତୁଳା-


ଉଚ୍ଚ କର୍ମ କର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ମିତ୍ରଙ୍କ ଠାରୁ ବହୁତ ସାହାର‌୍ୟ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି । ମହିଳା ମାନେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଓ ପ୍ରଂଶସା ପାଇବେ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ


ବିଛା-


ସ୍ୱାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରୁ ସୁଫଳ ପାଇବେ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ । ଉତରାଧିକାରୀ ସୂତ୍ରରେ କୈାଣସି ସମ୍ପତିର ମାଲିକାନା ପାଇପାରନ୍ତି । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ


ଧନୁ-


ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଂଗ୍ରହ କରିବେ । ଆପଣଙ୍କ ହସମୁଖ ସ୍ୱଭାବ ଅନ୍ୟ ମାନଙ୍କୁ ଖୁସି ରଖିବ । ବିଦ୍ୟାର୍ଥୀ ମାନେ ପାଠ ପଢାରେ ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ । ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ । ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ


ମକର-


ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା, ଯାତ୍ରା ପାଇଁ ଦିନଟି ଭଲ। ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ବିବ୍ରତ ହେବେ । ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ, ନଚେତ୍ ହଜିଯିବା ସମ୍ଭାବନା ରହିଛି । ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ


କୁମ୍ଭ-


ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ। ଶିକ୍ଷା କ୍ଷେତ୍ରରେ କୈାଣସି ଶୁଭ ସମାଚାର ମଧ୍ୟ ମିଳିପାରେ । ଘରୋଇ କାର‌୍ୟ୍ୟକୁ ପୁରା କରିବାରେ ସକ୍ଷମ ହେବେ । ଯେତେ ଭଲ କାମ କରିଲେ ଅନ୍ୟ ମାନେ ଦୋଷ ଖୋଜିବୁଲିବେ କ୍ଷ ଆଜି ଜଣେ ବନ୍ଧୁ ପରିବାରର ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ କ୍ଷ ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ


ମୀନ-


ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । କର୍ମକ୍ଷେତ୍ରରେ ବନ୍ଧୁତା ରହିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରତ୍ୟେକ କାମ କରାଇ ନେବେ । ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ । ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛି ହେବନାହିଁ ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

Sponsored
read-horoscope-february-09- | Argus News