Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଆଜି କେମିତି କଟିବ ଆପଣଙ୍କ ଦିନ

Smruti Parija
Browse all articles by Smruti Parija
·1 year ago·4 min read
ଆଜି କେମିତି କଟିବ ଆପଣଙ୍କ ଦିନ

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ରାଶିଫଳ....


ମେଷ-


ବ୍ୟବସାୟିକ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି । ସୁସ୍ଥ ମାନସିକତା ରକ୍ଷାକରି ବିଦ୍ୟାକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ହଠାତ୍ କୈାଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ନିଜ ଲୋକ କେହି ଆପଣଙ୍କୁ ହଇରାଣରେ ପକାଇ ପାରନ୍ତି । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ


ବୃଷ-


ଦକ୍ଷତା ପାଇଁ ପ୍ରଂଶସିତ ହେଲେ ମଧ୍ୟ ପଦୋନ୍ନତି ମିଳି ନପାରେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ । ସମାଜ ସେବା କରିବାରେ ମନଭାବ ପୋଷଣ କରିବେ । ଗୃହ ନିର୍ମାଣ ବା ଯାନବାହ. ଭୂମି କ୍ରୟ କରି ପାରିବେ ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ


ମିଥୁନ-


ପଢା ଜରୁରୀ କାମରେ ବିଦେଶ ଯାତ୍ରାରେ ସଫଳ ହେବେ । ଧନଧାନ୍ୟ, ବାହାନାଦି ପ୍ରାପ୍ତି ହେବାର ଯୋଗ ଅଛି । ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । କଳା, ସାହିତ୍ୟ , ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ


କର୍କଟ-


ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ । ଉନ୍ନତ ଜ୍ଞାନ କୈାଶଳରେ କାର‌୍ୟ୍ୟ କରୁଥିବା ଲୋକମାନଙ୍କ ପାଇଁ ବିଶେଷ ଶୁଭ ହେବ । ରାଜନୀତିଜ୍ଞ ମାନେ ଉଭୟ ସଂଗଠନ ଓ ଶାସନ କ୍ଷେତ୍ରରେ ସ୍ଥିତି ସାମାନ୍ୟ ଉନ୍ନତ ହେବ । ପରୀକ୍ଷାରେ ପ୍ରତିଯୋଗିତାରେ କୃତକାର‌୍ୟ୍ୟ ହେବେ । ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ


ସିଂହ-


ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର‌୍ୟ୍ୟ ପୂରଣ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ବିଦ୍ୟାର୍ଥୀ ମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଭୈାତିକ ଓ ଆଧାତ୍ମିକ ମାମଲାରେ ବ୍ୟସ୍ତ ରହି ପାରନ୍ତି ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ


କନ୍ୟା-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଅଧିକ ଖର୍ଚ୍ଚ ହୋଇପାରେ । ଅନେକ ସମସ୍ୟାର ସମାଧାନ ହୋଇଯିବ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ବିଜ୍ଞାନ ଛାତ୍ରୀ ସଫଳତା ପାଇବେ । ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ


ତୁଳା-


ନିଜର ବ୍ୟବହାର ସଂଯମତା ରଖନ୍ତୁ ନଚେତ୍ ଗ୍ରାହକଙ୍କ ସହ ତର୍କବିତର୍କ ହେବା ଫଳରେ ବାଣିଜ୍ୟ କ୍ଷେତ୍ରରେ ବିଶେଷ କ୍ଷତି ହୋଇପାରେ । ପିଲାଙ୍କ ପଢାକୁ ନେଇ ଚିନ୍ତିତ ରହିପାରନ୍ତି । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦପବଦୀ ମିଳିବା ସହ ନୂଆ ସମ୍ପର୍କ ସୃଷ୍ଟି ହୋଇ ଜନ ସମାଜରେ ମାନ, ସମ୍ମାନ ବୃଦ୍ଧି ହେବ ଯୋଗେ ଆନନ୍ଦିତ ହେବେ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ


ବିଛା-


ଉଚ୍ଚ ସ୍ଥାନରୁ ପଡି ଯାଇ ଗୋଡରେ ଆଘାତ ଲାଗିପାରେ । ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବା ସହିତ ସାସ୍କୃତିକ କାର୍ଯ୍ୟରେ ଲୋକ ପ୍ରିୟତା ଅର୍ଜନ କରିବେ । ସାମାଜିକ ସଂସାର କାମରେ ସହଯୋଗ କରିବେ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ମନ୍ଦାର ଫୁଲକୁ ସୂର‌୍ୟ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ


ଧନୁ-


ଆଧାତ୍ମିକ ଭାବଧାରରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇ ପାରନ୍ତି । ନୂତନ ବନ୍ଧୁଙ୍କ ଭେଟ ହେବା ଫଳରେ ଅଟକି ଯାଇଥିବା କାମକୁ ସମ୍ପୂର୍ଣ୍ଣ କରିବେ । ଛାତ୍ରଛାତ୍ରି ମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ । କାରବାର ଓ କାର‌୍ୟ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ


ମକର-


ଶ୍ୱାସ ଓ ହୃଦ ରୋଗୀ ମାନେ ବିଶେଷ ସତର୍କତା ରହିବା ଦରକାର୍ । ବ୍ୟବସାୟରେ ଅଚାନକ ଧନ ଲାଭ ହୋଇପାରେ । ଛାତ୍ରଛାତ୍ରି ମାନେ ସୁଖ୍ୟାତି ଅର୍ଜନ କରିବା ସହିତ ସବୁ ପ୍ରକାର ସହଯୋଗ କରିବେ । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ


କୁମ୍ଭ-


ପ୍ରେମ କ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ । ଧାତୁ ପଦାର୍ଥ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ଲାଭବାନ୍ ହେବେ । ପଢା ଜରୁରୀ କାମରେ ବିଦେଶ ଯାତ୍ରାରେ ସଫଳ ହେବେ । ଧନଧାନ୍ୟ, ବାହାନାଦି ପ୍ରାପ୍ତି ହେବାର ଯୋଗ ଅଛି । ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ


ମୀନ-


ଜୀବନ ଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ । ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ମହିଳା ମାନେ ଅଳ୍ପ ପ୍ରୟାସରେ କାମ ପୂର୍ଣ୍ଣ କରିବେ ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

Sponsored
read-horoscope-january-29 | Argus News