ମକର ସଂକ୍ରାନ୍ତିରୁ ଋତୁ ଓ ଭାଗ୍ୟ ବଦଳେ

Key Points
ଅର୍ଗସ ବ୍ୟୁରୋ: ଆସ୍ଥାର ପର୍ବ ମକର ସଂକ୍ରାନ୍ତି, ଏହି ପବିତ୍ର ଦିନରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାଆନ୍ତି, ଯାହା ପରେ ଆରମ୍ଭ ହୁଏ ବ୍ରହ୍ମାଣ୍ଡରେ ପରିବର୍ତ୍ତନ।ଏହି ବର୍ଷର ସବୁଠାରୁ ବଡ଼ ଜ୍ୟୋତିଷ ଘଟଣା, ବରିଷ୍ଠ ଜ୍ୟୋତିର୍ବିଦ କୁହନ୍ତି କଣ ପାଇଁ ଏହା ବର୍ଷର ସବୁଠାରୁ ବଡ଼ ଜ୍ୟୋତିଷ ଘଟଣା ବୋଲି କୁହାଯାଉଛି।
ଆଜି ମକର ସଂକ୍ରାନ୍ତିର ମହାପର୍ବ। ସଂକ୍ରାନ୍ତିର ଅର୍ଥ ହେଉଛି, ସୂର୍ଯ୍ୟ ଯେଉଁଦିନ ନିଜ ରାଶିରୁ ଅନ୍ୟ ରାଶିକୁ ଗତି କରିଥାନ୍ତି। ତେବେ ମକର ସଂକ୍ରାତିର ବିଶେଷ ମହତ୍ବ ଏଥିପାଇଁ ରହିଛି କାରଣ ଏହି ଦିନ ସୂର୍ଯ୍ୟ ତାଙ୍କର ପୂତ୍ରଙ୍କ ରାଶିରେ ସଂଚାର କରନ୍ତି। ଶନିଙ୍କ ରାଶିରେ ସଂଚାର କରନ୍ତି, ମକର ରାଶିରେ ସଂଚାର କରନ୍ତି। ତେବେ ପିତା-ପୂତ୍ରର ମିଳନକୁ ଶାସ୍ତ୍ରରେ ବି ଶ୍ରେଷ୍ଠ ବୋଲି ବ୍ୟାଖ୍ୟା କରାଯାଇଛି, କଲ୍ୟାଣକାରୀ ମନେ କରାଯାଏ, ବାପା-ପୁଅ ଦୁହିଁଙ୍କ ଦେଖା ହେବା ପ୍ରସନ୍ନତାର ବିଷୟ।
କେଉଁ ରାଶି ମାନଙ୍କ ପାଇଁ ଏହା ବିଶେଷ ଲାଭଦାୟକ, କେଉଁ ରାଶି ମାନଙ୍କ ଭାଗ୍ୟ ପରିବର୍ତନ ହେବ ଏହି ମକର ସଂକ୍ରାନ୍ତିରେ। ପ୍ରଶ୍ନ ଯେବେ ମକର ସଂକ୍ରାନ୍ତିରେ ରାଶିମାନଙ୍କ ମହତ୍ବ ନେଇ ଆସେ ତେବେ ଉଲ୍ଲେଖଯୋଗ୍ୟ ଯେ ସୂର୍ଯ୍ୟ ପ୍ରତ୍ୟେକ ମାସରେ ପରର୍ବତୀ ରାଶିରେ ସଂଚାର କରନ୍ତି। ସବୁ ରାଶିରେ ସଂଚାର କରିଥାନ୍ତି।
ମକର ସଂକ୍ରାନ୍ତି ଦିନ କରାଯାଇଥିବା ଦାନର ବିଶେଷ ମହତ୍ବ ରହିଥାଏ। ଏହି ପୂଣ୍ୟ ଦିନରେ କରାଯାଇଥିବା ଦାନ ବହୁ ଗୁଣରେ ଅନ୍ୟ ଦିନର ଦାନ ଅପେକ୍ଷା ଅଧିକ ଫଳପ୍ରଦ ହୋଇଥାଏ ଓ ପୂଣ୍ୟ ପ୍ରଦାନ କରେ। ଏମିତିରେ ସଂକ୍ରାନ୍ତିରେ ଦାନର କଣ ରହିଥାଏ ମହତ୍ବ? ତେବେ ଏହା ଦାନ-ପୁଣ୍ୟ, ସତକର୍ମର ସମୟ।ଏହି ସଂକ୍ରାନ୍ତି ପର୍ବର ଆଉ ଏକ ବିଶେଷ ମହତ୍ବ ରହିଛି କି ଏହା ମହାକୁମ୍ବର ପ୍ରଥମ ଅମୃତ ସ୍ନାନ ଅଟେ। ଏବଂ ଜୀବନରେ ଅମୃତ ପାଇଁ ମଣିଷ ପ୍ରୟାସ କରେ। ଜୀବନରେ ପ୍ରସନ୍ନତା, ସୁଖ-ଶାନ୍ତି ସବୁ ପ୍ରାପ୍ତ ହେଉ, ଆଉ ଯେଉଁଥିପାଇଁ ପ୍ରତ୍ୟେକ ମଣିଷ ଜୀବନରେ ଯେନ-ତେନ ପ୍ରକାରେ ପ୍ରୟାସ କରିଥାନ୍ତି। ପ୍ରସନ୍ନତାର ସିଦ୍ଦାନ୍ତ ଏହା ଯେ ଆମ ପୂର୍ବପୁରୁଷ ଆମ ମାନଙ୍କ ଠାରୁ ପ୍ରସନ୍ନ ରୁହନ୍ତୁ, ଭଗବାନ ସୂର୍ଯ୍ୟ-ନାରାୟଣ ପ୍ରସନ୍ନ ରୁହନ୍ତୁ, ସେଥିପାଇଁ ତୀର୍ଥରେ ସ୍ନାନ-ଦାନ-ଜପ କରିବାର ନିୟମ ରହିଛି।ଭାରତୀୟ ସଂସ୍କୃତିରେ ପରମ୍ପରା ରହିଛି, ମାସେ ଯାଏଁ କଳ୍ପବାସୀ, ପ୍ରୟାଗରାଜରେ ରହି ସାତ୍ବିକ ଆହାର ଗ୍ରହଣ କରିବା, ତୀର୍ଥରେ ସ୍ନାନ କରିବା ଓ ସତ-କାର୍ଯ୍ୟ କରି ପୂଣ୍ୟ ଅର୍ଜନ କରନ୍ତି।
📱 Get Argus News App
✨ମକର ସଂକ୍ରାନ୍ତିରେ କଣ ଦାନ କରିବା କଥା, ଯାହା ସବୁ ଠାରୁ ଉଚିତ ଫଳ ପ୍ରଦାନ କରେ? ଦାନ ସଂର୍ଦଭରେ କଥା ଆସିଲେ କୁହାଯାଇ ପାରେ ଯେ ଏହି ଦିନରେ ରାଶି ଦାନ କରିବା କଥା। ଧଳା ରାଶିକୁ ଦେବ ଅନ୍ନ ବୋଲି କୁହାଯାଏ ଓ ଶୀତ ଦିନମାନଙ୍କରେ ମଧ୍ୟ ଏହାକୁ ଗ୍ରହଣ କରାଯାଏ, ଯାହା ଖୁବ ଭଲ। ବ୍ୟବହାରରେ ଧଲା ରାଶି ଉତ୍ତମ ଏହା ସହ ଆୟୁର୍ବେଦ ଦୃଷ୍ଟିକୋଣରୁ ବି ଧଳା ରାଶି ହୃଦ୍ୟ ରୋଗକୁ ଦୁର କରିବାରେ ସହାୟକ ଅଟେ।
ଏହା ବ୍ୟତିତ ଅନ୍ୟ ଯେଉଁ ବି ଅନ୍ନ ଆମେ ପାଖରେ ମହଜୁଦ ରହିଛି ଯଥା-ଚାଉଳ,ମାଣ୍ଡିଆ, ଗହମ ଏହାର ଖଚୁଡ଼ି ପ୍ରସ୍ତୁତ କରି ଅବା ଏହାକୁ ପୃଥକ-ପୃଥକ ଭାବେ ବି ଦାନ କରିପାରିବେ। ବସ୍ତ୍ର ଦାନ କରୁଥିଲେ ଏହି ସମୟରେ ଉୁଲେନ ବସ୍ତ୍ର ଦାନ କରିପାରିବେ। କମ୍ବଳ, ସ୍ବେଟର କିମ୍ବା କୌଣସି ଶୀତ ବସ୍ତ୍ର ଦାନ କରିପାରିବେ ଯାହା ଦ୍ବାରା ଶୀତ ସମୟରେ କାହାକୁ ଦାନ ଦ୍ବାରା ପୂଣ୍ୟ ଅର୍ଜନ କରିପାରିବେ, ଏହି ଭଳି ସବୁ ଦାନ କରିପାରିବେ।ମକର ସଂକ୍ରାନ୍ତି ଆସ୍ଥାର ପର୍ବ ଆଉ ଏହା ବି ସୁଚାଇଥାଏ ଯେ ଜୀବନ ଶୀତ ରୁତୁ ଭଳି ଯେତେ ବି କଷ୍ଟଦାୟକ ହେଉ ନା କାହିଁକି, ଯେମିତି ସୂର୍ଯ୍ୟ ଦେବତା ଉଦୟ ହୁଅନ୍ତି ଓ ସମସ୍ତଙ୍କ ଉପରେ କୃପା କରନ୍ତି ସେମିତି ଜୀବନରେ ବି ସମୟ ବଦଳେ।
ଯେମିତି କି ଏହି ସମୟରେ ପିତା-ପୁତ୍ରର ମିଳନ ଉତ୍ତମ କଥା ଓ ଦାନ-ଧର୍ମ ମଧ୍ୟ ପୂଣ୍ୟ କଥା।ଏହା ସବୁ ରାଶି ମାନଙ୍କ ପାଇଁ ବିଶେଷ କରି କର୍କଟ ରାଶି ପାଇଁ ଭଲ ସମୟ, ଯଦି ଚନ୍ଦ୍ରମା ଆପଣଙ୍କ ଅନୁକୂଳ ରହିଛି ତେବେ ଏହା ବିଶେଷ ଲାଭଦାୟକ ସାବ୍ୟସ୍ତ ହୁଏ। ମେଷ ରାଣି ବ୍ୟକ୍ତି ବିଶେଷଙ୍କ ପାଇଁ ଚନ୍ଦ୍ରମା ଚତୁର୍ଥ ସ୍ଥାନରେ ରହିଥାଏ, ସେଥିପାଇଁ ନିଜ ମାତାଙ୍କୁ ପ୍ରଣାମ କରି ତାଙ୍କ ଆର୍ଶୀବାଦ ନେବା କଥା।ତେବେ ବୃଷ ରାଶି ରେ ଚନ୍ଦ୍ରମା ତୃତୀୟ ସ୍ଥାନରେ ରହିଥିବା ବେଳେ ଏହା ତାଙ୍କ ପାଇଁ ଶୁଭ ଫଳ ପ୍ରଦାନକାରି ଓ ଏହା ପରେ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଭଲ ତାଙ୍କ ପରିବାରଙ୍କ ପାଇଁ ମଧ୍ୟ ଲାଭବର୍ଦ୍ଧକ। ସିଂହ ରାଶି ପାଇଁ ଦ୍ବାଦଶ ସ୍ଥାନରେ ଚନ୍ଦ୍ରମା ଯାହା ଗ୍ରହକାରକ ଅଟେ। କନ୍ୟ ରାଶି ପାଇଁ ର୍ଚଚା କଲେ ତାହା ଏକାଦଶୀ ହୋଇଯିବ ଯାହା ଭଲ। ତୁଳା ରାଶି କଥା କହିବା ତେବେ ଦଶମ ସ୍ଥିତିରେ ରହିବା ସହ ଚନ୍ଦ୍ରମା ପ୍ରଭାବରେ ଭଲ ଫଳ ରହିବ। ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଧର୍ମ କାଯ୍ୟ, ଦାନ-ଧର୍ମର ମହତ୍ବ ରହିଛି ସାଥିରେ ଯାତ୍ରାର ବି ଅବସର ରହିଛି ।
ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଯାତ୍ରାରେ ସତର୍କତାର ସନ୍ଦେଶ ରହିଛି ମକର ରାଶି କଥା ଚିନ୍ତନ କଲେ ତାହା ସପ୍ତମରେ ରହିଛି, କୁମ୍ଭ ରାଶି ଷଷ୍ଠ ସ୍ଥାନରେ ରହିଛି, ତାଙ୍କ ପାଇଁ ବିଶେଷ ଭାବେ ଖଚୁଡ଼ି ଦାନ କରିବା ମୁଖ୍ୟତ: ବିଶେଷ ଫଳଦାୟୀ , ଏହା ସହ ଜନସେବା କରିବା ମଧ୍ୟ ଭଲ ଫଳ ପ୍ରଦାନ କରେ।