Videos
|
Horoscope

ସ୍ୱପ୍ନରେ ଏହି ଜିନିଷ ଦେଖିଲେ ମିଳିବ ଶୁଭ ଫଳ

Rashmita Mishra
Browse all articles by Rashmita Mishra
·1 year ago·3 min read
ସ୍ୱପ୍ନରେ ଏହି ଜିନିଷ ଦେଖିଲେ ମିଳିବ ଶୁଭ ଫଳ

ପ୍ରତେକ ମଣିଷ ଶୋଇବା ସମୟରେ ସ୍ଵପ୍ନ ଦେଖିଥାନ୍ତି । ଯାହାକୁ ଦେଖି ଚମକି ପଡ଼ିଥାନ୍ତି ଏବଂ ନିଜ ପରିବାରର ଲୋକଙ୍କୁ ସ୍ୱପ୍ନ ବିଷୟରେ କହିବାକୁ ଲାଗିଥାନ୍ତି । କିନ୍ତୁ ମଣିଷ କିଛି ସ୍ୱପ୍ନ ବିଷୟରେ କାହାକୁ କହିବା ଉଚିତ ନୁହେଁ । ନଚେତ ଏହି ସ୍ୱପ୍ନ ଦ୍ୱାରା ମିଳିବାକୁ ଯାଉଥିବା ସବୁ ଶୁଭ ଫଳ ନଷ୍ଟ ହୋଇଯାଏ ।



ଯଦି ଆପଣ ପ୍ରକୃତି ସମ୍ବନ୍ଧୀୟ ସ୍ୱପ୍ନ ଦେଖୁଛନ୍ତି ତେବେ ତାହାକୁ ଅନ୍ୟ କାହା ସାମ୍ନାରେ କହିବା ଉଚିତ ନୁହେଁ । ଏଭଳି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଭବିଷ୍ୟତରେ ଖୁସିର ଖବର ଆସିବାକୁ ଯାଉଛି । ଆପଣଙ୍କ ପରିଶ୍ରମ ସାର୍ଥକ ହେବାକୁ ଯାଉଛି । କିନ୍ତୁ ଏହି ସ୍ବପ୍ନକୁ କାହାକୁ କୁହନ୍ତୁ ନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଦି ଆପଣ ସ୍ୱପ୍ନରେ ନିଜର ମୃତ୍ୟୁ କିମ୍ବା ଅନ୍ୟ କାହାରି ମୃତ୍ୟୁ ଦେଖୁଛନ୍ତି ତେବେ ଏଥିରେ ଭୟଭୀତ ହେବା ଉଚିତ ନୁହେଁ । ବିଶେଷ କରି ନିଜର ମୃତ୍ୟୁ ଦେଖିଲେ ଏହା ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଦୀର୍ଘ ଦିନ ଧରି ଆପଣ କରୁଥିବା ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତ ହେବ । ବହୁତ ଜଲଦି ଆପଣଙ୍କ ଜୀବନରେ ଧନ ଲାଭ ହେବାକୁ ଯାଉଛି ଏବଂ ଖୁସି ଆସିବାକୁ ଯାଉଛି । କିନ୍ତୁ ଏହି ସ୍ୱପ୍ନ ବିଷୟରେ କାହାକୁ କହିଲେ ତାହାର ଶୁଭ ଫଳ ଆଉ ମିଳିବ ନାହିଁ ।


ସ୍ୱପ୍ନରେ ଯଦି ଆପଣ ସାପ ଦେଖୁଛନ୍ତି ତେବେ ତାହା ଅଶୁଭ ନୁହେଁ ବରଂ ଶୁଭ ହୋଇଥାଏ । ସ୍ୱପ୍ନରେ ସାପ ଦେଖିଲେ ତାହା ଆଗାମୀ ସମୟରେ ଆସିବାକୁ ଯାଉଥିବା ଖୁସି ପ୍ରତି ଇସାରା କରିଥାଏ । ତେଣୁ ଏହି ସ୍ୱପ୍ନ ଦେଖିଲେ କାହାକୁ କହିବା ଉଚିତ ନୁହେଁ । ନଚେତ ଏହାର ଶୁଭ ଫଳ ଆଉ ମିଲିବ ନାହିଁ ।


ସ୍ୱପ୍ନରେ ଯଦି ଆପଣ ଭଗବାନଙ୍କର ଦର୍ଶନ କରୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଆଗାମୀ ସମୟରେ ଆପଣଙ୍କୁ ଭଗବାନଙ୍କ କୃପାରୁ ସବୁ ପ୍ରକାରର ସଫଳତା ମିଳିବାକୁ ଯାଉଛି । ତେଣୁ ଏହି ସ୍ୱପ୍ନ ଦେଖିଲେ ଭୁଲରେବି କାହାକୁ କୁହନ୍ତୁ ନାହିଁ ।


ଯଦି ଆପଣ ସ୍ୱପ୍ନରେ ନିଜ ବାପା ମା’ଙ୍କୁ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହାର ଅର୍ଥ ଆପଣ ଯେଉଁ ସ୍ଥାନରେ ଚାକିରୀ କିମ୍ବା କାମ କରୁଥିବେ ସେଠାରେ ଆପଣଙ୍କୁ ସମ୍ମାନ ପ୍ରାପ୍ତ ହେବ । ସେହିଭଳି ସ୍ୱପ୍ନରେ ଅଜା ଆଈଙ୍କୁ ଦେଖିବାର ଅର୍ଥ ଆପଣଙ୍କ ବୁଦ୍ଧିର ବିକାଶ ହେବାକୁ ଯାଉଛି । ଯଦି ସ୍ୱପ୍ନରେ ସାଙ୍ଗ ମାନଙ୍କୁ ଦେଖନ୍ତି ତେବେ ଆପଣଙ୍କୁ ସହାୟତା ନିଶ୍ଚିତ ମିଳିବ ।


ବିବାହ ସମ୍ବନ୍ଧୀୟ ସ୍ୱପ୍ନ ଦେଖିଲେ ଏହା ଖୁବ ବଡ଼ ବିପଦକୁ ଦର୍ଶାଇ ଥାଏ । ଯଦି ଆପଣ କୌଣସି ବିବାହ ଉତ୍ସବକୁ ଯାଉଥିବାର ଦେଖନ୍ତି ତେବେ ଏହା ମଧ୍ୟ ଦୁଃଖଦ ଘଟଣା ଶୁଣିବାର ସଙ୍କେତ ଅଟେ । ସ୍ୱପ୍ନରେ ବିବାହ ଦେଖିବା ମଧ୍ୟ ଭଲ ହୋଇ ନଥାଏ । ସ୍ୱପ୍ନରେ ନିଜକୁ ଖୁବ ହସୁଥିବାର ଦେଖନ୍ତି ତେବେ ଏହା ସମସ୍ୟାର ସଙ୍କେତ ଅଟେ ।


ସ୍ୱପ୍ନରେ ଗାଈ ବାଛୁରୀ ଦେଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣଙ୍କୁ ଅପାର ଧନ ପ୍ରାପ୍ତି ହେବାକୁ ଯାଉଛି । ବ୍ୟବସାୟରେ ଉନ୍ନତି ହେବାକୁ ଯାଉଛି । ସ୍ୱପ୍ନରେ କୁକୁର ଦେଖିଲେ ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇଥାଏ । କିନ୍ତୁ କାନ୍ଦୁଥିବା କୁକୁର ଦେଖିଲେ ତାହା ଅଶୁଭ ସଙ୍କେତ ଅଟେ ।


ଯଦି ଆପଣ ସ୍ୱପ୍ନରେ କଳା ନାଗ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ନିଜ ଶତ୍ରୁଙ୍କ ଉପରେ ପ୍ରଭାବୀ ରହିବେ ଏବଂ ଆପଣଙ୍କ ମାନ ସମ୍ମାନ ବଢ଼ିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଯଦି ସାପ ଆପଣଙ୍କୁ କାମୁଡ଼ିବାକୁ ଦାନ୍ତ ଦେଖାଉଛି ତେବେ ଏହାର ଅର୍ଥ ଆପଣଙ୍କର ଶତ୍ରୁ ପ୍ରବଳ ହୋଇଯିବ । ।


ଯଦି ଆପଣ ସ୍ୱପ୍ନରେ କାହାରି ମୃତ୍ୟୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର ଦୀର୍ଘ ଦିନର ବଡ଼ ସମସ୍ୟା ଦୂର ହେବାକୁ ଯାଉଛି ।


ସ୍ୱପ୍ନରେ ମାଛ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାବ୍ୟତୀତ ଯଦି କେହି ମାଛ ଧରୁଥିବାର କିମ୍ବା ଖାଉଥିବାର ଆପଣ ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ହଠାତ ଆପଣଙ୍କୁ ବଡ଼ ଧନ ଲାଭ ହେବାକୁ ଯାଉଛି । ସ୍ୱପ୍ନ ଦେଖିବାର ଆଗାମୀ ଏକ ମାସ ମଧ୍ୟରେ ଆପଣଙ୍କୁ ଏହି ଲାଭ ମିଳିବ । ତେଣୁ ଆପଣ ଏହି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ । ସେହିଭଳି ଯଦି ଆପଣ ମହାଦେବଙ୍କୁ ସ୍ୱପ୍ନରେ ଦର୍ଶନ କରୁଛନ୍ତି ତେବେ ରୁଦ୍ରଭିଷେକ କରିବା ଉଚିତ । ଏହାବ୍ୟତୀତ ଯଦି ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରୁଛନ୍ତି ତେବେ ଆଗାମୀ ଦିନ ସେହି ଦେବଦେବୀଙ୍କୁ ନିଶ୍ଚିତ ପୂଜା କରନ୍ତୁ ।