Videos
|
Horoscope

Today Horoscope / ସେପ୍ଟେମ୍ବର ୨୯ ତାରିଖ, ମଙ୍ଗଳବାର…ଆଜି କେମିତି କଟିବ ଆପଣଙ୍କର ଦିନ ଜାଣିନିଅନ୍ତୁ

Argus News
Browse all articles by Argus News
·1 day ago·3 min read
ସେପ୍ଟେମ୍ବର ୨୯ ତାରିଖ, ମଙ୍ଗଳବାର…ଆଜି କେମିତି କଟିବ ଆପଣଙ୍କର ଦିନ ଜାଣିନିଅନ୍ତୁ
Cricket

Key Points

ମେଷ-
ସ୍ଥିର ମନ ନେଇ କାମକଲେ ସମସ୍ୟାର ସମାଧାନ ହେବ
ଈର୍ଷାପରାୟଣ ହୋଇ ଆତ୍ମୀୟମାନେ ଶତ୍ରୁତା କରିପାରନ୍ତି
ମେଷ-
ସ୍ଥିର ମନ ନେଇ କାମକଲେ ସମସ୍ୟାର ସମାଧାନ ହେବ। ଈର୍ଷାପରାୟଣ ହୋଇ ଆତ୍ମୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ଏବଂ ପ୍ରତିଯୋଗିତା, ଯାତ୍ରା ପ୍ରଭୃତିରେ ଲକ୍ଷ୍ୟ ହାସଲ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟଦେବଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବୃଷ-
ଆର୍ଥିକ ସ୍ଥିତି ବଦଳିଯାଇପାରେ । ଚାକିରି ସମସ୍ୟା ନେଇ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବ କିନ୍ତୁ ପାରିବାରିକ କ୍ଷେତ୍ରରେ ଭଲକାମ କଲେ ସୁଦ୍ଧା ଆଦର ପାଇପାରିବେ ନାହିଁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା’ କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ଅଧିକାଂଶ କାମରେ ପାରିବାରିକ ପ୍ରତିରୋଧ ମଧ୍ୟ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେବେ। ଘରମାଲିକ ସହ ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
କର୍ମକ୍ଷେତ୍ରରେ ଗୌରବାର୍ଜନ ପୂର୍ବକ ଉଚ୍ଚ ପ୍ରଶଂସା ପ୍ରଦାନ କରିବ। କଳା, ସାହିତ୍ୟ, ସଂଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପଡ଼ୋଶୀ ଓ ସହକର୍ମୀଙ୍କ ତରଫରୁ ସାହାଯ୍ୟ ଅଭାବ ରହିବ ନାହିଁ। ଅନ୍ୟମନସ୍କତା ପରିହାର କରି ଯାନବାହନରେ ସତର୍କ ରୁହନ୍ତୁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ-
ପରିବାରରେ ତିକ୍ତ ସମ୍ପର୍କ ଉଭେଇ ଯିବ, ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ଟଣାଓଟରା ଲାଗିପାରେ। ବିବାଦୀୟ ଘଟଣାରେ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସନ୍ଦେହ ଓ ସମସ୍ୟାକୁ ସୁଧାରି ନେବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ପ୍ରତ୍ୟେକ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। କଳା ସାହିତ୍ୟ, ପରିବାର ଭିତରେ, ପରିବହନରେ ସମସ୍ୟା ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତିରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ଭୁଲ୍ ବୁଝାମଣା ଯୋଗୁ ପଡ଼ୋଶୀଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ମନେ ହୋଇପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା-
କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ର, ନୂତନ ଯୋଜନାରମ୍ଭ ଓ ବନ୍ଧୁମିଳନରୁ ଖୁସି ରହିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ସାମୟିକ ପ୍ରତିବନ୍ଧକଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମିଠା ଦହି ଖାଇ ଘରୁ ବାହାରନ୍ତୁ
ବିଛା-
ବ୍ୟବସାୟରେ ଲାଭାଂଶ କମାଇବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । ଆତ୍ମୀୟମାନଙ୍କ ସହଯୋଗରେ ଧର୍ମକାର୍ଯ୍ୟ ସତ୍‌ସଙ୍ଗ ଓ ଆନୁଷ୍ଠାନିକ କାମ ପାଇଁ ଯୋଜନା କରିପାରନ୍ତି।କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହୋଇପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ଅର୍ଥ ସମ୍ବନ୍ଧୀୟ କାରବାରରେ ବନ୍ଧୁ ସହିତ ମନୋମାଳିନ୍ୟ ଘଟିବାର ଆଶଙ୍କା ରହିଛି। ସାମୟିକ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ ଏବଂ ଦୂରଯାତ୍ରା ସକାଶେ ଦିନଟି ମନ୍ଦ ନୁହେଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ପ୍ରତିଦ୍ୱନ୍ଦ୍ୱିତା, କ୍ରୀଡ଼ା ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବିଚଳିତ ହୋଇପାରନ୍ତି। ବନ୍ଧୁ ପରିଜନଙ୍କ ସହିତ ଯାତ୍ରାରୁ ସୁଫଳ ପାଇବେ ଏବଂ ଲକ୍ଷ୍ୟ ପୂରଣ ହେବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ଅଫିସ୍‌ରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। କାର୍ଯ୍ୟହାନି ହେତୁ କିମ୍ବା ପରୋକ୍ଷ ଶତ୍ରୁତାରୁ ମନ ଠିକ୍ ରହି ନ ପାରେ। ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଅପରାହ୍ନରେ ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ମୀନ-
ହଠାତ୍ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ।ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
September 29 Horoscope: Know How Your Day Will Unfold Today | Argus News