Lunar Eclipse: ଚନ୍ଦ୍ରଗ୍ରହଣ ଓ ପିତୃ ପକ୍ଷ ପୂଜା କ'ଣ ରହିଛି ନିୟମ ଜାଣନ୍ତୁ

Key Points
ଏହି ଚନ୍ଦ୍ରଗ୍ରହଣ ହେବ ଅତ୍ୟନ୍ତ ଦୁର୍ଲଭ
ଗୋଟିଏ ଦିନରେ ପଡ଼ୁଛି ଚନ୍ଦ୍ରଗ୍ରହଣ ଓ ପିତୃ ପକ୍ଷ
ପିତୃ ପୂଜା ପାଇଁ ଶୁଭ ନା ଅଶୁଭ
ଆମ ଓଡ଼ିଆ ରୀତି ନିତି ଅନୁସାରେ, ସେପ୍ଟେମ୍ବର ୭ ତାରିଖରୁ ପିତୃ ପକ୍ଷ ଆରମ୍ଭ ହେବାକୁ ଯାଉଛି ଏବଂ ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ମଧ୍ୟ ପଡ଼ଛି । ଜ୍ୟୋତିଷଙ୍କ ଅନୁସାରେ ଏହି ଦୁଇଟି ଘଟଣା ଏକାଦିନରେ ହେବା ଅତ୍ୟନ୍ତ ବିପଜ୍ଜନକ ସଂଯୋଗ ବୋଲି ମନେ କରାଯାଉଛି । ପ୍ରକୃତରେ ପିତୃ ପକ୍ଷ ହେଉଛି ସେହି ସମୟ ଯେତେବେଳେ ଆମେ ନିଜ ପୂର୍ବପୁରୁଷଙ୍କୁ ମନେ ପକାଉ, ତାଙ୍କ ନାମରେ ତର୍ପଣ ଓ ପୂଜା କରୁ, ଯାହାଦ୍ୱାରା ତାଙ୍କ ଆତ୍ମା ଶାନ୍ତି ପାଏ ଏବଂ ତାଙ୍କ ଆଶୀର୍ବାଦ ଆମକୁ ମିଳିଥାଏ । ଏହି ଦିନଟିକୁ ପିତୃପୁରୁଷଙ୍କ ମଧ୍ୟରେ ସମ୍ପର୍କର ଏକ ପବିତ୍ର ସମୟ ହୋଇଥାଏ ବୋଲି କୁହାଯାଏ ।
ସେହିପରି ଚନ୍ଦ୍ରଗ୍ରହଣ ଦିନ କରାଯାଇଥିବା ପ୍ରାର୍ଥନା ଓ ସାଧନାର ପ୍ରଭାବ ଅନେକ ଗୁଣ ବଢ଼ିଯାଏ । ଅର୍ଥାତ୍ କମ୍ ସମୟର ସାଧନା କିମ୍ବା ଦାନ ମଧ୍ୟ ବଡ଼ ଫଳ ଦେଇପାରେ । ଏବେ ଭାବନ୍ତୁ ଯେତେବେଳେ ପିତୃ ପକ୍ଷର ଆରମ୍ଭ ଓ ଚନ୍ଦ୍ରଗ୍ରହଣ ଏକା ସାଙ୍ଗରେ ହେବ, ତେବେ ଏହି ସମୟର ଶକ୍ତି କେତେ ବଢ଼ିଯିବ । ଏହି କାରଣରୁ ଏହାକୁ ଅତ୍ୟନ୍ତ ଦୁର୍ଲଭ ଓ ଖାସ୍ ଯୋଗ ବୋଲି କୁହାଯାଉଛି । ଏହି ଦିନ ଯଦି ଆପଣ ସ୍ବଚ୍ଛ ମନରେ ନିଜ ପିତୃପୁରୁଷଙ୍କୁ ମନେ ପକାନ୍ତି, ତାଙ୍କ ଶ୍ରାଦ୍ଧ କରନ୍ତି, ତେବେ ତା’ର ପ୍ରଭାବ ଅନେକ ଗୁଣ ବଢ଼ିଯିବ ।
ପିତୃ ପକ୍ଷ ଓ ଚନ୍ଦ୍ରଗ୍ରହଣର ସଂଯୋଗ ଏକା ସାଙ୍ଗରେ ବହୁତ କମ୍ ଦେଖିବାକୁ ମିଳିଥାଏ । ୨୦୨୫ ମସିହାରେ ଏହି ଦିନ ଆହୁରି ଖାସ୍ ଏଥିପାଇଁ ଯେ ଏହି ଘଟଣା ପିତୃ ପକ୍ଷର ପ୍ରଥମ ଦିନରେ ହିଁ ହେଉଛି । ଆଧ୍ୟାତ୍ମିକ ଦୃଷ୍ଟିରୁ ଯଦି ଦେଖିବେ ଏହି ସମୟରେ ପିତୃପୁରୁଷଙ୍କ ପୂଜା, ଦାନ କିମ୍ବା ତର୍ପଣ କଲେ, ତା’ର ଫଳ ସାଧାରଣ ଦିନ ଅପେକ୍ଷା ଅଧିକ ମିଳିଥାଏ । ଏହି ଖାସ୍ ଦିନରେ ପିତୃପୁରୁଷଙ୍କୁ ମନେ ପକାଇବା ଓ ତାଙ୍କ ଆଶୀର୍ବାଦ ପାଇବା ପାଇଁ ବହୁତ ସାରା ଅନୁଷ୍ଠାନ କରାଯାଇଥାଏ । ସେଥିମଧ୍ୟରୁ କିଛି ବିଶେଷ ଉପାୟ ହେଉଛି ।
ଏହି ଦିନ ଏକ ପାତ୍ରରେ ଜଳ ନିଅନ୍ତୁ ଓ ସେଥିରେ କଳା ରାଶି ପକାନ୍ତୁ । ତା’ପରେ ପିତୃପୁରୁଷଙ୍କ ନାମ ନେଇ ଓ ମନ୍ତ୍ର ଜପ କରି ତାଙ୍କ ତର୍ପଣ କରନ୍ତୁ । ଯଦି ସମ୍ଭବ ହୁଏ ତେବେ ଗଙ୍ଗା, ଯମୁନା ବା ନର୍ମଦା ଭଳି ପବିତ୍ର ନଦୀ କୂଳରେ ବସି ପିତୃପୁରୁଷଙ୍କ ତର୍ପଣ କରନ୍ତୁ । ଏହାଛଡ଼ା, ଗ୍ରହଣ ସମୟରେ ଘରର ଦକ୍ଷିଣ ଦିଗରେ ଏକ ଦୀପ ଜାଳନ୍ତୁ । ତା’ ସାମ୍ନାରେ କିଛି ସମୟ ଆଖି ବନ୍ଦ କରି ଶାନ୍ତିରେ ବସନ୍ତୁ ଓ ନିଜ ପୂର୍ବଜଙ୍କୁ ମନେ ପକାନ୍ତୁ । ଗ୍ରହଣ ସମୟରେ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ରର ଜପ ଶୁଭଙ୍କର । ଏହାଛଡ଼ା, ଏହି ଦିନ ପିତୃପୁରୁଷଙ୍କ ନାମରେ ଦାନ ନିଶ୍ଚୟ କରନ୍ତୁ । ଗାଈ, କୁକୁର, ପକ୍ଷୀଙ୍କୁ ଖାଇବାକୁ ଦେବା ଓ ପାଣି ପିଇବାକୁ ଦେବା ବହୁତ ପୁଣ୍ୟକାରୀ ବୋଲି ମନେ କରାଯାଏ ।
ସେପ୍ଟେମ୍ବର ୭ ତାରିଖରେ ଯେତେବେଳେ ଚନ୍ଦ୍ରଗ୍ରହଣର ଆରମ୍ଭ ହେବ ସେହି ସମୟରେ ଶୟନ, ଭୋଜନ ବର୍ଜନୀୟ । ବରଂ ଏହି ଦିନ ଭଗବାନଙ୍କ ଧ୍ୟାନ କରନ୍ତୁ କିମ୍ବା ଭଗବଦ୍ ଗୀତା, ବିଷ୍ଣୁ ସହସ୍ରନାମ ବା ରାମଚରିତମାନସ ଭଳି ପବିତ୍ର ଗ୍ରନ୍ଥ ପଢିଲେ ସୁଫଳ ମିଳିଥାଏ ବୋଲି ଜୋର୍ତିବିଦ ମାନେ ମତ ପ୍ରକାଶ କରନ୍ତି । ଏହି ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ଓ ଏହା ବ୍ଲଡ୍ ମୁନ୍ ମଧ୍ୟ ରହିବ । ଏହି ଚନ୍ଦ୍ରଗ୍ରହଣର ଆରମ୍ଭ ୯ଟା ୫୮ ମିନିଟ୍ରୁ ହେବ ଏବଂ ଏହାର ସମାପନ ମଧ୍ୟରାତ୍ରି ୧ଟା ୨୬ ମିନିଟରେ ହେବ ।