Videos
|
Horoscope

ମକର ସଂକ୍ରାନ୍ତିରେ ବଦଳିବାକୁ ଯାଉଛି ଏହି ୫ଟି ରାଶିର ଲୋକମାନଙ୍କ ଭାଗ୍ୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ମକର ସଂକ୍ରାନ୍ତିରେ ବଦଳିବାକୁ ଯାଉଛି ଏହି ୫ଟି ରାଶିର ଲୋକମାନଙ୍କ ଭାଗ୍ୟ

ଅର୍ଗସ ବ୍ୟୁରୋ: ମକର ସଂକ୍ରାନ୍ତିରେ ବଦଳିବାକୁ ଯାଉଛି ଏହି ୫ଟି ରାଶିର ଲୋକଙ୍କ ଭାଗ୍ୟ । ଜାଣନ୍ତୁ କାହିଁକି ଓ କିପରି ଆପଣଙ୍କ ଭାଗ୍ୟରେ ହେବାକୁ ଯାଉଛି ପରିବର୍ତ୍ତନ । ଏହି ଖବରଟି ହୁଏ ତ ଆପଣଙ୍କ ପାଇଁ ବି ହୋଇଥାଇ ପାରେ । ପଢନ୍ତୁ ଓ ଜାଣନ୍ତୁ ନିଜର ରାଶିଫଳ ।


ଚଳିତ ବର୍ଷ ୧୪ ଜାନୁୟାରୀରେ ପାଳିତ ହେବାକୁ ଯାଉଛି ମକର ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାର ପ୍ରଭାବ ବିଶେଷ କରି ଏହି ୫ଟି ରାଶି ଉପରେ ପଡ଼ିବାକୁ ଯାଉଛି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ଦିନ ୨ଟା ୫୪ ରେ ମକର ରାଶିରେ ପ୍ରବେଶ କରିବେ । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ରାଶିରେ ଏକ ମାସ ରହିବା ପରେ ୧୨ ଫେବୃଆରୀରୁ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶ ହେତୁ ଉତ୍ତରାୟଣ ଯୋଗ ସୃଷ୍ଟି ହେବାକୁ ଯାଉଛି । ତେବେ ଜାଣନ୍ତୁ କେଉଁ ରାଶିରେ ଦେଖା ଦେବ ପରିବର୍ତ୍ତନ ?


ମେଷ ରାଶି:- ଧନ ପ୍ରାପ୍ତି ହେବ । ସାମାଜିକ ଓ ପାରିବାରିକ ଜୀବନରେ ସୁଖଶାନ୍ତି ଲାଗି ରହିବ । ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ । ବିଭିନ୍ନ ଦିଗରୁ ଆୟ ବଢିପାରେ ।


ବୃଷ ରାଶି:- ଚାକିରୀ କରୁଥିବା ଲୋକ ମାନଙ୍କର ପଦୋର୍ନ୍ନତି ହେବ । ବ୍ୟବସାୟ କରୁଥିବା ଲୋକ ମାନେ ଲାଭବାନ ହେବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବେ । ସମୟ ଭଲ ରହିବ ।


କନ୍ୟା ରାଶି:- ପାରିବାରିକ ଜୀବନ ଭଲରେ କଟିବ । ବ୍ୟକ୍ତିତ୍ୱରେ ଚମକ୍ ଆସିବ । ବିଭିନ୍ନ ମାଧ୍ୟମରୁ ଧନ ମିଳିବ । ଶତ୍ରୁ ଉପରେ ବିଜୟ ପ୍ରାପ୍ତି ହେବ ।


ଧନୁ ରାଶି:- ଆର୍ଥିକ ପରିସ୍ଥିତିରେ ଉନ୍ନତି ଦେଖା ଦେବ । ନକାରାତ୍ମକ ଚିନ୍ତାଧାରାରୁ ବଞ୍ଚିତ ରହିବେ । ଯେ କୌଣସି କାମ ଆରମ୍ଭ କରିବାର ଉଚିତ୍ ସମୟ । ନିଜର ପ୍ରତିଷ୍ଠା ବଢିବ ।


କୁମ୍ଭ ରାଶି:- ପଇସାର ଅଭାବ ରହିବ ନାହିଁ । ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରିବେ। ପ୍ରେମରେ ପଡ଼ି ପାରନ୍ତି । ବିବାହ ଯୋଗ ସୃଷ୍ଟି ହୋଇପାରେ । ପୁରୁଣା ସାଥିଙ୍କୁ ଫେରି ପାଇବେ ।