Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୋଟିଏ ଦିନରେ ଶନି ଚଳନକୁ ସୂର୍ଯ୍ୟଗ୍ରହଣ, ଏହି ୪ଟି ରାଶିଙ୍କର ବଦଳିବ ଭାଗ୍ୟ

Horoscope

ଗୋଟିଏ ଦିନରେ ଶନି ଚଳନକୁ ସୂର୍ଯ୍ୟଗ୍ରହଣ, ଏହି ୪ଟି ରାଶିଙ୍କର ବଦଳିବ ଭାଗ୍ୟ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଗୋଟିଏ ଦିନରେ ଶନି ଚଳନକୁ ସୂର୍ଯ୍ୟଗ୍ରହଣ, ଏହି ୪ଟି ରାଶିଙ୍କର ବଦଳିବ ଭାଗ୍ୟ

ଅର୍ଗସ ବ୍ୟୁରୋ : ନୂଆ ବର୍ଷ, ନୂଆ ଆଶା । ଅନେକ ସମ୍ଭାବନା ଅନେକ ସ୍ବପ୍ନକୁ ନେଇ ନୂଆବର୍ଷ ୨୦୨୫ ଦୂଆର ବନ୍ଧରେ କବାଟ ଖଟଖଟ କଲାଣି । ହେଲେ କେମିତି କଟିବ ୨୦୨୫ । କେଉଁ ରାଶି ପାଇଁ ଶୁଭଫଳ ପ୍ରାଦନ କରିବ ୨୦୨୫ । କେଉଁ ରାଶି ପାଇଁ ଶନି ଚଳନ ରହିବ । ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଶନି ରାଶିରେ ପରିବର୍ତ୍ତନ ଏବଂ ସୂର୍ଯ୍ୟଗ୍ରହଣ ଗୋଟିଏ ଦିନରେ ହେଉଥିବାରୁ ଏକ ଖାସ ସଂଯୋଗ କିଛି ରାଶି ପାଇଁ ହୋଇଛି । ଯାହା ସେହି ରାଶିଗୁଡିକ ପାଇଁ ଖୁବ ଶୁଭଫଳ ପ୍ରଦାନ କରିବ । ମାର୍ଚ୍ଚ ୨୯ରେ ଶନି ଚଳନ ଏବଂ ସୂର୍ଯ୍ୟଗ୍ରହଣ ଗୋଟେ ଦିନରେ ପଡିବ । ସେଥିପାଇଁ ଏହି ରାଶିପାଇଁ ଅଛି ଶୁଭଫଳ ।

ମୀନ ରାଶି
ମୀନ ରାଶି ପାଇଁ ଶନି ପରିବର୍ତ୍ତନ ଏବଂ ସୂର୍ଯ୍ୟଗ୍ରହଣର ସଂଯୋଗ ଖୁବ ଶୁଭ ଅଟେ । ଆୟ ବୃଦ୍ଧି ର ସଂକେତ ରହିଛି । ଚାକିରି କ୍ଷେତ୍ରରେ ଖୁବ ଭଲ ଫଳ ପ୍ରଦାନ କରିବ । ପଦୋନ୍ନତିର ସମ୍ଭାବନା ରହିଛି । ଏହି ରାଶିର ଲୋକମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ସବୁ କାର୍ଯ୍ୟରେ ସୁଖଦ ପରିଣାମ ମଳିବ ।

ଧନୁ ରାଶି
ଧନୁରାଶି ପାଇଁ ଶନି ଏବଂ ସୂର୍ଯ୍ୟଗ୍ରହଣର ସଂଯୋଗ ଅଧିକ ଲାଭ ରହିବ । ସବୁ କରଜରୁ ମୁକ୍ତି ମିଳିବ । ମନ ଖୁସି ରହିବ । ଆୟ ବୃଦ୍ଧି ହେବ । ସନ୍ତାନ ପ୍ରାପ୍ତି ହେବ ।

ତୁଳା ରାଶି
ତୁଳା ରାଶି ପାଇଁ ଏହି ସଂଯୋଗ ଖୁବ ଭାଗ୍ୟଶାଳୀ ଅଟେ । ଅଟକି ଯାଇଥିବା କାର୍ଯ୍ୟ ପୂରା ହେବ । ନିବେଶ ପାଇଁ ଏହି ସମୟ ଖୁବ ଉପଯୁକ୍ତ ଅଟେ । ଅତ୍ୟଧିକ ଲାଭ ମିଳିବାର ସଂଯୋଗ ରହିଛି ।

ମିଥୁନ ରାଶି
ମିଥୁନ ରାଶି ପାଇଁ ଶନି ଏବଂ ସୂର୍ଯ୍ୟଗ୍ରହଣ ଏକ ଲାଭଫଳ ପ୍ରଦାନ କରିବ । ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଲମ୍ବା ସମୟ ଧରି ଅଟକି ଥିବା କାର୍ଯ୍ୟ ପୁରା ହେବ । ଆର୍ଥିକ ଲାଭ ମିଳିବ । କିଛି ସମ୍ପତ୍ତି କିଣାବିକାର ଲାଭ ମଧ୍ୟ ପ୍ରାପ୍ତି ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
these 4 zodiac signs will change their fortunes | Argus News