ଆଜି ଏହି ରାଶିଧାରୀ ବ୍ୟକ୍ତି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କରିଲେ ମଙ୍ଗଳ ହେବ!

କଣ କହୁଛି ଆପଣଙ୍କ ରାଶିଫଳ ତୁରନ୍ତ ପଢ଼ିନିଅନ୍ତୁ ଏବଂ କିଛି ଚିନ୍ତାଜନକ ଥିଲେ ନିଶ୍ଚିତ ଭାବେ ପ୍ରତିକାର ମଧ୍ୟ କରିନିଅନ୍ତୁ।
ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଜୀବନସାଥୀଙ୍କ ସହିତ ଜିନିଷ କିଣିବାକୁ ଯିବେ। କାର୍ଯ୍ୟକ୍ଷେତ୍ର ଓ ଘର ମଧ୍ୟରେ ଭାରସାମ୍ୟ ବଜାୟ ରଖିବାକୁ ଚେଷ୍ଟା କରିବେ। ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
ଆପଣ ନିଜକୁ ସୁସ୍ଥ ଓ ଉତ୍ସାହିତ ଅନୁଭବ କରିବେ। ଚାକିରି ମିଳିବାର ସମ୍ଭାବନା ଅଛି। ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରିନିଅନ୍ତୁ। ମହିଳା ମାନେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଓ ପ୍ରଂଶସା ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ତାଳମେଳ ବଜାୟ ରଖନ୍ତୁ, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ରାଜନୈତିକ ସାହାଯ୍ୟ ସହଯୋଗ ମିଳିବ । ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପାରିବାରିକ ଜୀବନ ସୁଖମୟ ରହିବ। ଆପଣଙ୍କ କର୍ମଦକ୍ଷତାରେ ଉତ୍ତମ ଫଳ ପାଇବେ। କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ଭେଟ ହୋଇପାରେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ସିଂହ-
ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ଚାକିରିରେ ପଦୋନ୍ନତିର ଯୋଗ ଅଛି। ଆର୍ଥିକ ମାମଲାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଅଧୁରା କାମ ପୂରା କରିବା ପାଇଁ ଠିକ୍ ସମୟ। ସଭାସମିତିରେ ସୀମାରେ ନରହିଲେ ଆଗକୁ ଅସୁବିଧାର ସାମ୍ନା କରିବାକୁ ପଡିବ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – କୁଳ ଦେବତାଙ୍କ ପୂଜା କରନ୍ତୁ
କନ୍ୟା-
କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ଉପଲବ୍ଧି ମିଳିବ। ନୂଆ କାମ କରିବା ପୂର୍ବରୁ ବନ୍ଧୁର ପରାମର୍ଶ ନେବେ। ଭାଗୀଦାରି ବେପାରୀଙ୍କୁ ଦିନଟି ଲାଭ ଦେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା-
ସହକର୍ମୀଙ୍କ ସହଯୋଗରେ କାମକୁ ଭଲଭାବେ ସଂପୂର୍ଣ୍ଣ କରିବେ। ଝିଅର ଉନ୍ନତିରେ ଘରୋଇ ପରିବେଶ ଉତ୍ସବମୁଖର ରହିବ। ଶିକ୍ଷକଙ୍କୁ ଭଲ ଅବସର ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ବନ୍ଧୁ ମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ବିଛା-
ଜୀବନସାଥୀଙ୍କ ପାଇଁ ଭଲ ଉପହାର କିଣିବେ। ଅନୁଭବୀ ଲୋକଙ୍କ ପରାମର୍ଶରେ ବେପାର ଆଗକୁ ବଢ଼ାଇନେବାରେ ସଫଳ ହେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମରେ ସଫଳତା ପାଇବେ। ଶିକ୍ଷା କ୍ଷେତ୍ରରେ କୌଣସି ଶୁଭ ସମାଚାର ମଧ୍ୟ ମିଳିପାରେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା' ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଧନୁ-
ଶରୀର ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ବେପାର ବୃତ୍ତିରେ ସଫଳତା ହାସଲ କରିବେ । ଧନଲାଭ ସହିତ ଖର୍ଚ୍ଚ ବଢ଼ିବ। ସଂଯମ ବଳରେ ଅଶାନ୍ତିରୁ ବାହାରି ଆସିବେ। ବ୍ୟାବସାୟିକ ଚୁକ୍ତି ଫାଇନାଲ ହେବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ
ମକର-
ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ନିଜର ଜ୍ଞାନ ଖଟାଇ ଅଧିକ କାମ ପୂରା କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହିତ ମତାନ୍ତର ହେବ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ପରିବାର ସହିତ ଭଲ ସମୟ କାଟିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବେପାରୀଙ୍କ ଲାଗି ସମୟ ଅନୁକୂଳ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ । କୌଣସି ପୁରୁଣା ସାଙ୍ଗ ସ୍ମୃତିକୁ ମନେ ପକାଇବେ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ
ମୀନ-
ଆପଣଙ୍କର ସୃଜନଶୀଳତା ବୃଦ୍ଧି ହେବ। ଶୁଭ କାର୍ୟ୍ୟରେ ଖର୍ଚ୍ଚ କରିବେ। ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ହେବ। ପୁରୁଣା ନିବେଶରୁ ଲାଭ ପାଇବେ। ଔଷଧ ସମ୍ବନ୍ଧୀୟ ବ୍ୟବସାୟରେ ଅନେକ ସଫଳତା ପାଇବେ। ପୂର୍ବରୁ କରିଥିବା କରୋଜ ପରିଶୋଧ କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା' ତାରାଙ୍କର ମନ୍ତ୍ର ପାଠ କରନ୍ତୁ