Videos
|
Horoscope

Today Horoscope / ଆଜିର ରାଶିଫଳ: ୧୨ ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କାହାକୁ ମିଳିବ ଧନଲାଭ

Ritu Das
Browse all articles by Ritu Das
·1 hour ago·3 min read
ଆଜିର ରାଶିଫଳ: ୧୨ ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କାହାକୁ ମିଳିବ ଧନଲାଭ
India

Key Points

ମେଷ-
ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ଅର୍ଥଲାଭ ହୋଇପାରେ।
ମେଷ-
ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ଅର୍ଥଲାଭ ହୋଇପାରେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ବସ୍ତି ଅନୁଭବ କରିବେ। ରାଜନୀତିରେ ସମର୍ଥନ ହ୍ରାସ ପାଇପାରିବେ। ଛାତ୍ରଛାତ୍ରୀ ମାନେ ପଢାରେ ଅବେହଳା କରି ଦୁଃଖ ପ୍ରକାଶ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ
ବୃଷ-
ବେପାରରେ ବକେୟା ଅର୍ଥ ପାଇବେ। ସୁନା ଅଳଙ୍କାର କିଣିବା ଲାଗି ଭାବିବେ। ନୂଆ ଉଦ୍ୟୋଗି ଗଢିବା ପାଇଁ ଭାବିବେ। ଜମି-ବାଡିକୁ ନେଇ ଝମେଲା ଦେଖାଦେବ। ଆର୍ଥୀକ ପରିସ୍ଥିତି ଖରାପ ହେବ। କାମଧନ୍ଦାରେ ଉନ୍ନତି ହେବ। ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କ ମନ୍ତ୍ର ଜପ କରନ୍ତୁ ।
ମିଥୁନ-
ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ। ଜମିଜମା ବିବାଦ ଜଟିଳ ହୋଇପାରେ। ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ-
ସୁସ୍ଥ ଅନୁଭବ କରିବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ବାହନ କିଣିବା ଲାଗି ଆଗ୍ରହ ବଢିବ। କୌଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ।
ସିଂହ-
ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ। ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ରାଜନୀତିରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବା ସହ ଅସ୍ଥିରତା ସୃଷ୍ଟି କରିବ। ବିଦ୍ୟାର୍ଥୀ ମାନେ ବିଦେଶ ଯାଇପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ଯ୍ୟଙ୍କୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ
କନ୍ୟା-
ବୁଦ୍ଧି ବିଦ୍ୟାର ଉପଯୁକ୍ତ ପ୍ରୟୋଗ କରି ଅନେକ କଷ୍ଟସାଧ୍ୟ କାମ କରିବେ। ଦେହ, ମନକୁ ଭଲ ରଖିବା ପାଇଁ ଚେଷ୍ଟା କରିବେ। ଅଫିସ୍‌ରେ ଜରୁରୀ କାମରେ କର୍ମଚାରୀଙ୍କ ଠାରୁ ସାହାଯ୍ୟ ପାଇବେ। ଭାଗ୍ୟବାଦୀ ନ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ଚେଷ୍ଟା କରିବେ। ଆଜି ରହିଯାଇଥିବା କାମକୁ ଶେଷ କରିବାକୁ ଚିନ୍ତା କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଛୋଟପିଲାଙ୍କୁ କିଛି ପିଜୁଳି ଖାଇବାକୁ ଦିଅନ୍ତୁ
ତୁଳା-
ଶରୀରରେ ଆଘାତ ପାଇ ପାରନ୍ତି। ଗୃହ କାର୍ଯ୍ୟରେ ଆଗ୍ରହ ବଢିବ। ବ୍ୟବସାୟରେ ଅଭିବୃଦ୍ଧି ଘଟିପାରେ । ଆପଣ ଅଭିଜ୍ଞତା ଅର୍ଜନ କରିବେ ଯାହା ଫଳପ୍ରଦ ଏବଂ ମୂଲ୍ୟବାନ ପ୍ରମାଣିତ ହେବ। ପ୍ରତ୍ୟେକ ବାଧାବିଘ୍ନକୁ ଦୂର କରିବାରେ ସକ୍ଷମ ହେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ଆପଣଙ୍କର ଆତ୍ମ ବିଶ୍ୱାସ ସ୍ଥର ଉଚ୍ଚ ରହିବ । ପରିବାରର ସଦସ୍ୟଙ୍କ ସହିତ ଭଦ୍ର ଭାବରେ କଥା ହେବେ ଏବଂ ସହନଶୀଳତା ବଜାୟ ରଖିବେ। ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି । ନୂଆ ଗୃହ ନିର୍ମାଣ କରି ଘରକୁ ଅଧିକ ଆକର୍ଷଣ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୌଣସି ଲାଲ୍ ରଙ୍ଗର ଗାଈକୁ ଛୁଇଁ ପ୍ରଣାମ କରନ୍ତୁ ।
ଧନୁ-
ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ। ଶିକ୍ଷାକ୍ଷେତ୍ରରେ ବିଶୃଙ୍ଖଳା ଉପୁଜିପାରେ। ମହିଳାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ
ମକର-
ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରାଶି ଗୁଣ୍ଡ ପିମ୍ପୁଡି ଗାତ ନିକଟରେ ପକାନ୍ତୁ ।
କୁମ୍ଭ-
ପରିବାରରେ ଚିନ୍ତା ବଢିପାରେ। ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ହ୍ରାସ ପାଇବେ। ମୋହରେ ପଡି ଅପଦସ୍ତ ହେବେ। ଆକସ୍ମିକ ବିପଦ ଦେଖାଦେଇ ପାରେ। ସତର୍କତା ଅବଲମ୍ବନ ନକଲେ ପୈତୃକ ସମ୍ପତ୍ତି ହସ୍ତାନ୍ତର ହୋଇପାରେ। କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ। କାର୍ଯ୍ୟକ୍ଷେତ୍ରରେ ଖୁବଶୀଘ୍ର ସଫଳତା ପାଇବେ । ଆୟରେ ଉନ୍ନତି ଘଟିବ। ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ। କାହା ସହ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ। ଭାବିଥିବା କାମରେ ନିଜ ଦକ୍ଷତା ବଳରେ ପୁରା କରିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ବ୍ରାହ୍ନଣଙ୍କର ସେବା କରନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: