Videos
|
Horoscope

Daily Horoscope / କାହାର ଭାଗ୍ୟରେ ଅର୍ଥଲାଭ, କିଏ ରହିବେ ଅଶାନ୍ତ? ଜାଣନ୍ତୁ ଆଜିର ୧୨ ରାଶିର ରାଶିଫଳ

Ritu Das
Browse all articles by Ritu Das
·1 hour ago·3 min read
କାହାର ଭାଗ୍ୟରେ ଅର୍ଥଲାଭ, କିଏ ରହିବେ ଅଶାନ୍ତ? ଜାଣନ୍ତୁ ଆଜିର ୧୨ ରାଶିର ରାଶିଫଳ
India

Key Points

ମେଷ ଓ ଧନୁ ରାଶିଙ୍କୁ ଅର୍ଥଲାଭର ଯୋଗ, ବନ୍ଧୁଙ୍କ ସାନ୍ନିଧ୍ୟରୁ ମିଳିବ ଖୁସି
ବୃଷ ଓ ମକର ରାଶି ସତର୍କ ରୁହନ୍ତୁ, ସ୍ୱାସ୍ଥ୍ୟ ଓ କିଣାବିକାରେ ସମସ୍ୟା ହୋଇପାରେ

ମେଷ-
ଆଜି ଅର୍ଥଲାଭ ସାଙ୍ଗକୁ ବନ୍ଧୁମାନଙ୍କ ମତାନ୍ତର ଜନିତ କଳହର ମଧ୍ୟ ସୂଚନା ରହିଛି। ଅବଶ୍ୟ ଆନୁଷ୍ଠାନିକ କାର‌୍ୟ୍ୟ, ପ୍ରତ୍ୟୁଷ ଯାତ୍ରାଦିରେ ସଫଳତା ହାସଲ କରିବେ।କେତେକ ଆକସ୍ମିକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପ୍ରକାଶନ, ପ୍ରଶାସନ, କଳା, ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ମଙ୍ଗଳବାର ଦିନ ନିଜର ସ୍ନାନ ଜଳରେ କିଛି ହେଙ୍ଗୁ ମିଶାଇ ସ୍ନାନ କରନ୍ତୁ

ବୃଷ-
ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି। ନିଜ ଲୋକଙ୍କ ଉପରେ ଭରସା କରିବାରେ ମନରେ ଦ୍ୱନ୍ଦ ଆସିବ । ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ। ପରିବହନ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପାଇବ। ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା’ କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ

ମିଥୁନ-
ଯାହାକୁ ଅତି ନିଜର ମନେ କରୁଥିବେ ସିଏହିଁ ମୁହଁ ପଛରେ ସମାଲୋଚନା କରିବ। ଅର୍ଥ ଓ ସମ୍ମାନ ପାଇବେ, ସହକର୍ମୀଙ୍କ ସହାନୁଭୂତି ଯୋଗୁ କର୍ମ ମୁଖର ହେବେ ଓ କାମ ମଧ୍ୟ ଅଟକିବ ନାହିଁ। ମୃଗଶିରା ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହେବେ। କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
ଶୁଭ ସଂଖ୍ୟା- ୫ ଶୁଭ ରଙ୍ଗ- ସବୁଜ ଏବଂ
ପ୍ରତିକାର- ବୁଧବାର ଦିନ ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

କର୍କଟ-
ପାରିବାରିକ ସ୍ଥିରତା ହଠାତ୍ ଆସି ନପାରେ। ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଏକାନ୍ତବୋଧ ହ୍ରାସ ପାଇବ। କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ। ଜମିଜମା ଓ ଯାନବାହନ କ୍ରୟ କରିବାର ସୁବିଧା ପାଇବେ। ମାଲିମକଦ୍ଦମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଜଳସ୍ରୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିଂହ-
ସ୍ଥଗିତ କାମକୁ ସମ୍ପନ୍ନ କରିବା ସକାଶେ ଖର୍ଚ୍ଚାନ୍ତ ହେବେ। ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମନକୁ ବିବ୍ରତ କରିପାରେ। ପାରିବାରିକ ଜୀବନରେ ଉଚିତ୍ ବୁଝାମଣା ପାଇଁ ଚେଷ୍ଟା କରିପାରନ୍ତି। ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ରବିବାର ଦିନ ନିରାମିଶ ରୁହନ୍ତୁ

କନ୍ୟା-
କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ। ରାଜନୀତିରେ ସାଧାରଣ କଥାକୁ କେନ୍ଦ୍ରକରି ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ତୁଳା-
କର୍ମାରମ୍ଭ ସକାଶେ ମାନସିକତା ସୃଷ୍ଟି କରିବେ। ଅତୀତର ଅପମାନ, ସମସ୍ୟା ଓ କାର୍ଯ୍ୟ ସାଧନରେ ଅସାମର୍ଥ୍ୟତା ବିଷୟରେ ସମୀକ୍ଷା କରିପାରନ୍ତି। କାମ ହାସଲ ଉଦ୍ଦେଶ୍ୟରେ ବନ୍ଧୁଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବିବାଦୀୟ ଘଟଣାର ଫଳାଫଳ ସପକ୍ଷରେ ଯିବାର ସମ୍ଭାବନା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଇଷ୍ଟଦେବୀ ମା କମଳାଙ୍କର ଓଁ ଶ୍ରୀଂ ଏହି ମନ୍ତ୍ର ପାଠ କରନ୍ତୁ
ବିଛା-
ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ। ବିଦ୍ୟାର୍ଥୀ ମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ଭଲ ଫଳ ମିଳିବ। ମାଲିମକଦ୍ଦମାରେ ଓକିଲଙ୍କ ସାହାଯ୍ୟ ପାଇବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳାମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ-
ଆଜି ଆର୍ଥିକ ସ୍ବଚ୍ଛଳତା ଓ ବନ୍ଧୁଙ୍କ ସାନ୍ନିଧ୍ୟରୁ ଖୁସି ହେବେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ନିଜର କାମଗୁଡିକୁ ସ୍ଥଗିତ ରଖି ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଗୁରୁବାର ଦିନ ବିଷ୍ଣୁଙ୍କ ପାଖରେ ଖେଚୋଡି ଭୋଗ ଲଗାନ୍ତୁ

ମକର-
ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କିଛି ନୂଆ କାମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଂଶସିତ ହେବେ । କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଓ ଜିଦ୍ ମନକୁ ବିଭାନ୍ତ କରିପାରନ୍ତି।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା’ ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
ସମସ୍ୟା ରହିଥିଲେ ମଧ୍ୟ ହାତକୁ ନେଇଥିବା ଗୁରୁତ୍ୱପୂର୍ଣ୍ଣ କାମଟି ବାଧାପ୍ରାପ୍ତ ହେବ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତୀକ୍ଷା କରିଥିବା ଲୋକଟିକୁ ନ ପାଇ ବ୍ୟସ୍ତ ହୋଇପଡିବେ। ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଆତ୍ମୀୟଙ୍କ ସହୃଦୟତାରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ନୀଳ ରଙ୍ଗର ପୋଷାକ ବ୍ୟବହାର କରିବା ସହିତ ନିଜ ପାଖରେ ଲୁହାରେ ନିର୍ମିତ ଶନିଙ୍କର ଯନ୍ତ୍ରଟିଏ ରଖନ୍ତୁ

ମୀନ-
ପୁରୁଣା ଗାଡି ବିକିବାରେ ମନ ବଳାଇବେ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ। ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା ସହିତ ମନ୍ତ୍ର ପାଠ କରନ୍ତୁ