Videos
|
Horoscope

TodayHoroscope / ଆଜିର ରାଶିଫଳ: କାହାକୁ ମିଳିବ ସଫଳତା, କିଏ ରହିବେ ସତର୍କ? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

Ritu Das
Browse all articles by Ritu Das
·2 weeks ago·3 min read
ଆଜିର ରାଶିଫଳ: କାହାକୁ ମିଳିବ ସଫଳତା, କିଏ ରହିବେ ସତର୍କ? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ
India

Key Points

ମେଷ-
ଶାରିରୀକ ସମସ୍ୟା ଦୂରହେବ
ଶିଳ୍ପ, ବାଣିଜ୍ୟ, ପରିବହନ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ
ମେଷ-
ଶାରିରୀକ ସମସ୍ୟା ଦୂରହେବ। ଶିଳ୍ପ, ବାଣିଜ୍ୟ, ପରିବହନ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ। ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ। ଚାକିରି କ୍ଷେତ୍ରରେ ଅପବାଦ ସହିବାକୁ ପଡିବ। ମାଲିମକଦ୍ଦମାରେ ସାମାନ୍ୟ ଅଶାନ୍ତି ଆସିପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ
ବୃଷ-
ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ। ବେପାରରେ ପ୍ରଗତି ପାଇଁ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଜୀବନରେ ଉନ୍ନତି ସୂଚିତ ହେବ। ସମାଜରେ ଲୋକ ପ୍ରିୟତା ବଢିବ । କର୍ମଜୀବୀ ମହିଳାଙ୍କର ଦରମା ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ବିରୋଧୀ ଦଳଙ୍କ ସଂଖ୍ୟା ବଢିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ନିଜ ଲୋକଙ୍କ ପରୋକ୍ଷ ଶତ୍ରୁତା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ। ଧନ ସମ୍ପତ୍ତି ବୃଦ୍ଧି ହୋଇପାରେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ଶିକ୍ଷାର୍ଥୀ ମାନେ ଶିକ୍ଷାରେ ଏକାଗ୍ରତା ରକ୍ଷା କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା’ ବିରଜାଙ୍କର ଆରଧନା କରନ୍ତୁ
କର୍କଟ-
ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କର୍ମ କ୍ଷେତ୍ରରେ ସୁଯୋଗ ପାଇ କାମ ହାସଲ କରିବେ। ବିବାହ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ପ୍ରତିଷ୍ଠା ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟିଯିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ସିଂହ-
ଶାରୀରିକ ସମସ୍ୟା ଅଧ୍ୟୟନରେ ବାଧା ସୃଷ୍ଟି କରିପାରେ । ରାଜନୀତିରେ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ବର ସମ୍ମୁଖୀନ ହେବାକୁ ପଡିପାରେ। ଅଫିସରେ ସ୍ଥଗିତ କାମ ପାଇଁ ଉପରିସ୍ଥ କର୍ମଚାରୀ କଡା କଥା କହିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତି ପୂର୍ବ ଜୋରଦାର କରିପାରନ୍ତି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ
କନ୍ୟା-
ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି। ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ। ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଂଶସାର ପାତ୍ର ହେବେ। ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ
ତୁଳା-
ଶାରିରୀକ ସମସ୍ୟା ଦେଖାଦେବ। କର୍ମଜୀବୀ ମାନେ ଅତ୍ୟନ୍ତ ସଫଳତା ପାଇବେ। ଘରକୁ ଆସିଥିବା ବନ୍ଧୁଙ୍କ ପାଇଁ ଖୁସି ରହିବେ। ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବ। ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କୁ ପୂଜା କରନ୍ତୁ
ବିଛା-
ପାରିବାରିକ ଶାନ୍ତି ଫେରି ଆସିବ। ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମାନସିକ ଦ୍ବନ୍ଦ୍ବ ଦେଖାଦେବ। ବିବାଦୀୟ ଘଟଣାରେ ବିଜୟଲାଭ କରିପାରନ୍ତି। ମହିଳା ମାନେ ଆଭୂଷଣ ପ୍ରିୟ ହେବେ। ନିଜର ଦୋଷ ତ୍ରୁଟି ସ୍ବୀକାର କରିବେ। ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଧନୁ-
ଜୀବନସାଥୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବ । ଆଇନ ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରି ପାରନ୍ତି । ମହିଳା ମାନେ ସୁଖସମୃଦ୍ଧି ପ୍ରାପ୍ତ କରିବେ। ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ସମ୍ପତ୍ତି ବିକ୍ରୟ ବେଳେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆପଣଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ। କୌଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ। ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ। ନୂଆ କଳାକୌଶଳ ଶିଖିବାକୁ ସୁଯୋଗ ମିଳିବ। ମହିଳା ମାନେ ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମଦାଦେବଙ୍କର ଦର୍ଶନ କରନ୍ତୁ
କୁମ୍ଭ-
ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ। ମାଲିକମକଦ୍ଦମାରେ ଓକିଲଙ୍କ ସାହାଯ୍ୟ ପାଇବେ । କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଧର୍ମାନୁଷ୍ଠାନରେ କାମ କରିବାର ସୁଯୋଗ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ
ମୀନ-
କର୍ମକ୍ଷେତ୍ରରେ ଭାବୁଥିବା କାମଟିକୁ କଷ୍ଟସାଧ୍ୟ ପୁରା କରିବେ । ପ୍ରେମ ସମ୍ପର୍କ ଭଲ ରହିବ । ନୂଆ କଳାକୌଶଳ ଶିଖିବାକୁ ସୁଯୋଗ ମିଳିବ। ବିରୋଧୀ ମାନଙ୍କ ସହ ଦୃଢ ମୁକାବିଲା କରିବେ। ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ। ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope Reveals Success Luck And Warnings For Zodiacs | Argus News