Videos
|
Horoscope

Horoscope / କେମିତି କଟିବ ଆଜି ? ପରିସ୍ଥିତି ପ୍ରତି ସଚେତନ ରହି କାମ କଲେ ମିଳିବ ସଫଳତା

Sushanta Sahoo
Browse all articles by Sushanta Sahoo
·1 hour ago·3 min read
କେମିତି କଟିବ ଆଜି ? ପରିସ୍ଥିତି ପ୍ରତି ସଚେତନ ରହି କାମ କଲେ ମିଳିବ ସଫଳତା
Today's horoscope for Aries to Pisces

Key Points

ଛାତ୍ରଛାତ୍ରୀ ମାନେ ପଢାପଢିରେ ନିରନ୍ତର ମନ ଦେବେ । ଘରୋଇ ଚାକିରିଆଙ୍କୁ ନୂଆ ପକଳ୍ପ ମିଳିବ । ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାଯ୍ୟ କରିବେ ।
ମେଷ-
ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଜୀବନ ସାଥି ଆପଣଙ୍କର ପ୍ରଶଂସା କରିବେ । ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ବେପାର ବୃତ୍ତିରୁ ସଫଳତା ହାସଲ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ

ବୃଷ-
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ଦେଖା ଦେଇପାରେ । ଆଳସ୍ୟ ଯୋଗୁଁ ବନ୍ଧୁ ମହଲରେ ଅପମାନିତ ହୋଇପାରନ୍ତି । କାହାକୁ କିଛି ନ କହିଲେ ମଧ୍ୟ ମନ ଭିତରଟା ବିଶେଷ ଭଲ ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କଠାରୁ ଦୂରତା ରଖି କାମ କରିବା ଭଲ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ । କାରବାରରେ ଆପଣଙ୍କର ବହୁତ ଲାଭ ହେବ । ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ । ମିଥ୍ୟା ଅଭିଯୋଗରେ କୋର୍ଟର ଦ୍ଵାରସ୍ଥ ହେବେ । ମହିଳା ମାନେ ପୂଜାପାଠରେ ମନ ଲଗାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ସ୍ଵାସ୍ଥ୍ୟ  ସମସ୍ୟା କେତେକାଂଶରେ ସୁଧୁରି ଯାଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ଵ ନେଇ ପ୍ରଶଂସିତ ହୋଇପାରନ୍ତି । ଅଭିଳଷିତ ଜିନିଷ ପ୍ରାପ୍ତି ହେବା ସାଙ୍ଗକୁ ବନ୍ଧୁଙ୍କ ଆଦରଣୀୟ ହେବେ । ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶ୍ରୀ ଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ

ସିଂହ-
ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । ଆଇନ୍ ଛାତ୍ର ମାନେ ସମୟର ସଦୁପଯୋଗ କରନ୍ତୁ । ରାଜନୀତିରେ ମନ କାମନା ପୂରଣ ହେବ । ମାଲି ମକଦ୍ଦମାରେ ସଫଳତା ହାସଲ କରିବେ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଲୋକେ ଆପଣଙ୍କ ବ୍ୟକ୍ତିତ୍ଵକୁ ପ୍ରେରଣା ଦେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା-
କେତେ ଗୁଡ଼ିଏ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟର ପରିବର୍ତ୍ତନ ହୋଇ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଓ ସହାନୁଭୂତି ଲାଭ କରିବେ । ଆଇନ୍‍ ଅଦାଲତ, କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ କ୍ଷେତ୍ର ଭଲ ରହିବ । ଜମି ଜମା, କଳ କାରଖାନା, ହୋଟେଲ ଶିଳ୍ପ, ରେଷ୍ଟୁରାଣ୍ଟ ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ତୁଳା-
ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ ହୋଇ ପାରନ୍ତି । ବିଶ୍ୱାସୀ ଲୋକ ବିଶ୍ୱାସଘାତ କାମ କରିପାରନ୍ତି । ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-
ଦୁର୍ବଳତା କାରଣରୁ ପରିବେଶରେ କିଛି ଗଡ଼ବଡ଼ ସୃଷ୍ଟି ହେବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ । କର୍ମ କ୍ଷେତ୍ରରେ ବାଧା ଉପୁଜିବ। ସାମନାରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ । ପଡ଼ୋଶୀ ସହଯୋଗରୁ କୌଣସି କାମ ଅଟକିବ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ-
ଆୟ ଖୁବ୍ ଭଲ ହେବ । ପାରିବାରିକ ଜୀବନ ହସ, ଖୁସିରେ କଟିବ । ଚାକିରିରେ ପ୍ରାଧାନ୍ୟ ବଜାୟ ରଖିବେ । ଜମି ଜମା କିଣିବାର ସୁଯୋଗ ରହିଛି । ନିଜ ଜିନିଷ କେଉଁଠି ରଖି ପାସୋରି ଯିବେ । କୌଣସି ଗୋଟେ ବଡ଼ ପଦବୀ ଯାଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ

ମକର-
ପରିସ୍ଥିତି ପ୍ରତି ସଚେତନ ରହି କାମ କରିବାରେ ସଫଳ ହେବେ । କୁଟୁମ୍ବ ଲୋକଙ୍କ ସହ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ କିଛି କହିପାରିବେ ନାହିଁ । ସଭା ସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ରାଜନୀତି, ସାଙ୍ଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
ଦାମ୍ପତ୍ୟ ଜୀବନ ସାମଞ୍ଜସ୍ୟ ବଜାୟ ରହିବ । ଛାତ୍ରଛାତ୍ରୀ ମାନେ ପଢାପଢିରେ ନିରନ୍ତର ମନ ଦେବେ । ଘରୋଇ ଚାକିରିଆଙ୍କୁ ନୂଆ ପକଳ୍ପ ମିଳିବ । ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାଯ୍ୟ କରିବେ । କେହି ଆପଣଙ୍କୁ ସାହାଯ୍ୟର ହାତ ବଢାଇବେ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ-
କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଇପାରନ୍ତି । ପାରିବାରିକ ସ୍ଥିତି ପ୍ରାୟତଃ ପୂର୍ବପରି ରହିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ସ୍ଵାସ୍ଥ୍ୟ  ସମସ୍ୟା ପ୍ରାୟତଃ ନିୟନ୍ତ୍ରଣାଧୀନ ରହିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କୌଣସି ବ୍ରାହ୍ମଣର ସେବା କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored