Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

କ'ଣ କହୁଛି ଆପଣଙ୍କ ରାଶି ? ବଡ଼ପଣିଆ ଦେଖାଇ ମନ୍ଦ ଫଳ ଭୋଗିବାକୁ ପଡ଼ିବ

Sushanta Sahoo
Browse all articles by Sushanta Sahoo
·1 year ago·3 min read
କ'ଣ କହୁଛି ଆପଣଙ୍କ ରାଶି ? ବଡ଼ପଣିଆ ଦେଖାଇ ମନ୍ଦ ଫଳ ଭୋଗିବାକୁ ପଡ଼ିବ

ମେଷ-
ବ୍ୟବସାୟରେ କମ ପରିଶ୍ରମରେ ଆଶାଜନକ ଲାଭ ପାଇବା ସହ ବାକି ଥିବା ଅର୍ଥ ଆଦାୟ ହେବ । ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନାକୁ ଭଗବତ୍ ସେବା ଭଳି ମାନ୍ୟତା ଦେବେ । ଯେକୈାଣସି ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରହିବ । ସମ୍ମାନର ସହିତ ଦିନଚର୍ଯ୍ୟା କରି ଆରାମରେ ଚଳି ପାରିବେ ।


ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ଦେବୀ ବଗଲାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ


ବୃଷ-
ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ । ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖା ଦେବ ଓ ପରୀକ୍ଷା ପରିଣାମ ଅନୁକୂଳ ହେବ ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମାଛକୁ ମଇଦା ଖାଇବାକୁ ଦିଅନ୍ତୁ


ମିଥୁନ-
ଅନ୍ୟର ସାହାଯ୍ୟ, ସମର୍ଥନ ଲକ୍ଷ୍ୟ ହାସଲରେ ସହାୟକ ହୋଇ ପାରିବ । ଧର୍ମ ଓ ସାଂସ୍କୃତିକ କାର୍ଯ୍ୟରେ ଅଗ୍ରଣୀ ହେବେ । ବିଦ୍ୟାରେ ଉନ୍ନତି ହେବା ସହ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ରାଜନୀତିରେ ଅଧିକାରୀ ପ୍ରସନ୍ନ ରହିବା ଫଳରେ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ ।


ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଗୁରୁଙ୍କୁ ପ୍ରଣାମ କରନ୍ତୁ


କର୍କଟ-
ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । ସଭା ସମିତି ଏପରିକି କହିବା ଲେଖିବାର ସମ୍ପର୍କ ଯେଉଁଠାରେ ରହିଛି ସେହି ସବୁ ଦିଗ ଅନୁକୂଳ ରହିବ । ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନଙ୍କୁ ମନେଇ ନିଜ କାମରେ ଲଗାଇ ପାରନ୍ତି ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କ ସହସ୍ର ନାମ ପାଠ କରନ୍ତୁ


ସିଂହ-


ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ବ୍ୟାୟାମ କରିବା ଆବଶ୍ୟକ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜ ମାନ କରିବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇଯିବ । ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ ।


ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ


କନ୍ୟା-
କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବ ପ୍ରବଣ ରହିବେ । କର୍ମକ୍ଷେତ୍ରରେ ଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ ଉଚ୍ଚ ପ୍ରଶଂସିତ ହେବେ । ଜମିଜମା, ଗୃହ ସୀମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଏବଂ କୃତକାର୍ଯ୍ୟ ମଧ୍ୟ ହେବେ ।


ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ସର୍ବ କାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ


ତୁଳା-


ବ୍ୟବସାୟରେ ଅନେକ ଦିନ ଧରି ଚାଲିଥିବା ଦ୍ଵନ୍ଦ୍ଵର ସମାଧାନ ହୋଇଯିବ । ରାଜନୀତିରେ ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇବ । ବଡ଼ପଣିଆ ଦେଖାଇ ମନ୍ଦ ଫଳ ଭୋଗିବାକୁ ପଡ଼ିବ ।


ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଦହି ଚିନି ଖାଇ ଘରୁ ବାହାରନ୍ତୁ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଛା-


ବିଭିନ୍ନ ପ୍ରକାର ଘରୋଇ ସମସ୍ୟା ମଧ୍ୟରେ ଅଣନିଶ୍ୱାସୀ ହୋଇପାରନ୍ତି । ବନ୍ଧୁମାନଙ୍କୁ ମିଠା ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ମିଳିବ । କଥା ଦ୍ୱାରା କରି କାମ ହାସଲ କରିବେ ।


ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ


ଧନୁ-


ଶାରୀରିକ ଅସୁସ୍ଥତା ଦୂର ହେବା ସହ ସାମାଜିକ କ୍ଷେତ୍ରରେ ନିଜର ପରାକ୍ରମ ବଢ଼ିବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସୂଚାରୁରୂପେ କରି ପାରିବେ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହୋଇଯିବ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ଯୋଗ ରହିଛି ।


ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ


ମକର-


କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । କର୍ମ କ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କଲେ ଓଲଟା ଫଳ ପାଇବେ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇ ପାରେ। ଅସୁବିଧା ବଶତଃ ଅତ୍ୟାବଶ୍ୟକ କାମ ଗୁଡ଼ିକ ଅଟକି ରହିଥିବା କାରଣରୁ ଚିନ୍ତା କରି ଅନ୍ୟମନସ୍କ ରହି ପାରନ୍ତି ।


ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ


କୁମ୍ଭ-


ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ । ବାଦ ବିବାଦ ଠାରୁ ଦୂରେଇ ରହିବା ଉଚିତ୍ । କାର୍ଯ୍ୟ କ୍ଷେତ୍ରରେ ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତି ହିସାବରେ ସମ୍ମାନ ପାଇବେ । ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରି ପାରନ୍ତି ।


ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ


ମୀନ-


ଜୀବିକା ଅର୍ଜନରେ ସଫଳତା ଲାଭ ପାଇବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତି ବିଶେଷଙ୍କ ସହଯୋଗରୁ ଉପକୃତ ହେବେ । ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବାର ଅନୁଭବ କରିବେ ।


ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କଦଳୀ ଗଛ ମୂଳେ ଜଳ ଢାଳନ୍ତୁ

Sponsored
Today Horoscope 8th April 2025 | Argus News