Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଆଜିର ଦିନରେ କଣ କହୁଛି ଆପଣଙ୍କ ଭାଗ୍ୟ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·10 months ago·3 min read
ଆଜିର ଦିନରେ କଣ କହୁଛି ଆପଣଙ୍କ ଭାଗ୍ୟ ଜାଣନ୍ତୁ...

Key Points

ବୃଷ ରାଶି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବେ

ମେଷ ରାଶି କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ

ମିଥୁନ ରାଶି ପ୍ରେମିକ, ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ମେଷ-
ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ସହକର୍ମୀଙ୍କ ଆନୁଗତ୍ୟ ଫଳରେ କର୍ମକ୍ଷେତ୍ରରେ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ। ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ

ବୃଷ-
ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ।କ୍ରୟ, ବିକ୍ରୟ କ୍ଷେତ୍ରରେ ସତର୍କ ନହେଲେ ଠକାମିରେ ପଡ଼ିପାରନ୍ତି। ଏକାଧାରରେ ଶାରୀରିକ ଓ ମାନସିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ-
ଦୀର୍ଘଦିନରୁ ଋଣ ପରିଶୋଧ ନ କରିପାରିବା କାରଣରୁ କରଜଦାତାଙ୍କ ଚାପ ବୃଦ୍ଧି ପାଇବ । ଆଇନ ଅଦାଲତର ରାୟ ସପକ୍ଷରେ ଯିବାରୁ ସାମୟିକ ଖୁସି ରହିବେ । ଆଲୋଚନା ପ୍ରସଙ୍ଗରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ

କର୍କଟ-
ବାକି ପଡ଼ିଥିବା ଅର୍ଥ ଆଦାୟରେ ସକ୍ଷମ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ପୂରଣ ହୋଇଯିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବାରେ ଆପଣଙ୍କ କୌଶଳପୂର୍ଣ୍ଣ କାର‌୍ୟ୍ୟକଳାପ ସହାୟକ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଚୁପ୍‌ଚାପ ହୋଇ ବସିରହିବା ଅପେକ୍ଷା କିଛି କରିବା ଠିକ୍ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ-
ପାରିବାରିକ ସ୍ଥିତି ପୂର୍ବ ପରି ଶାନ୍ତ ରହିବ । ଇଚ୍ଛା ନଥିଲେ ମଧ୍ୟ ଅଫିସ୍ କାମ ପାଇଁ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ଉଚ୍ଚସମ୍ମାନ ପାଇବା ସହ ବନ୍ଧୁ ବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ । କିଣାବିକାରେ ଠକାମିରେ ପଡିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା-
ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ। ବିଭିନ୍ନ ଦିଗରୁ ଅର୍ଥ ରୋଜଗାର କରିବେ ଏବଂ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସେମିତି କିଛି ଅସୁବିଧା କରିପାରିବେନି। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା ଓ ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କିଛି ଖାଦ୍ୟ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ

ତୁଳା-
ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି । ରାଜନୀତିରେ ସୁନାମ ଅର୍ଜନ କରିପାରବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ଊଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସି ଉପକୃତ ହୋଇପାରନ୍ତି । ନିଜର ଲୋକପ୍ରିୟତା କାରଣରୁ ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ପ୍ରତିହତ କରିବାର ସାମର୍ଥ୍ୟ ରହିବ।ଅନ୍ୟମନସ୍କତା କାରଣରୁ କେତେକ ଭୂଲ୍ କରିବେ। କାର‌୍ୟ୍ୟସାଧନ ପରିସରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବାକାରଣରୁ ବ୍ୟସ୍ତତା ବୃଦ୍ଧି ପାଇପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଧନୁ-
ପାରିବାରିକ ଜୀବନରେ ଆବଦ୍ଧ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ବହୁ ଚେଷ୍ଟା କରି ଲାଭ ପାଇବେ । କର୍ମକ୍ଷେତ୍ରରେ କାମର ଭାର ବଢିବ । ଆଜି ବିବାଦୀୟ କଥାରେ ମୁଣ୍ଡ ନ ପୁରାଇବା ଭଲ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ସମସ୍ୟା ସମାଧାନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅସଫଳ ହେବେ। ପରିବାରରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିପାରେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦର ଅନୁଭବ କରିପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

କୁମ୍ଭ-
ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ପ୍ରାପ୍ତିର ଆଶା ରଖିପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ସମ୍ମାନ ଲାଭ ଓ ପଦମର‌୍ୟ୍ୟଦା ବୃଦ୍ଧି ପାଇବ । ବିଦ୍ୟାର୍ଥୀଙ୍କ ମନ ନୈରାଶୀଯୋଗ ରହିବ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନିତିରେ ସମ୍ମାନ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
କର୍ମକ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। ଅନ୍ୟାୟ ବିରୋଧରେ ସ୍ବର ଉଠାଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି। ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟାଜନିତ ମନ ବିଚଳିତ ରହିବ। ଏଜେନ୍ସିପ୍‌, ସାମ୍ବାଦିକତା, ରାଜନୀତି, କର୍ମାରମ୍ଭ, କଳା ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୁଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today’s Horoscope: Discover What Your Fortune Says | Argus News | Argus News