Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ଆଜିର ରାଶିଫଳ: ଏହିର ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ

Ritu Das
Browse all articles by Ritu Das
·3 months ago·3 min read
ଆଜିର ରାଶିଫଳ: ଏହିର ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ
India

Key Points

ମେଷ-
ନୂଆ, ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗିରହିବ। ଗତକାଲିଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ।
ମେଷ-
ନୂଆ, ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗିରହିବ। ଗତକାଲିଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ। ଲେଖା ପଢ଼ାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

ବୃଷ-
କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ । ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ । ଘରକୁ ବନ୍ଧୁ ଆସିପାରନ୍ତି । ଖେଳାଳିମାନେ ନିଜର ହୃତଗୌରବ ଫେରି ପାଇବେ। ଆପଣ ଯେଉଁ ନିଷ୍ପତ୍ତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ-
କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ମନରେ ଭାବାନ୍ତର ସୃଷ୍ଟି କରିବ। ଦୁର୍ବଳତାରୁ ସ୍ବାସ୍ଥ୍ୟ ବିଗିଡ଼ିପାରେ କିନ୍ତୁ ବିଶେଷ ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହାୟତାରେ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବେ। ଟେନସନ୍ ଲାଗି ରହିପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କର୍କଟ-
ସାହସର ସହିତ କାମ କରନ୍ତୁ ସଫଳତା ପାଇବେ । ଶାରିରୀକ ଦୁର୍ବଳତା ଦେଖାଦେବ । ମିତ୍ର ବନ୍ଧୁ ମାନଙ୍କ ପରିସର ବୃଦ୍ଧି ପାଇବ । ସରକାରୀ କାମରେ ସଫଳତା ପାଇବେ । ଅଧିକ କ୍ରୋଧ କରି ନିଜର କ୍ଷତି କରିପାରନ୍ତି । ପାରିବାରିକ ଜୀବନରେ ପତ୍ନୀ ପିଡା ସହ ସନ୍ତାନ ଲାଭର ଯୋଗ ରହିଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା' ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଏକାଧାରେ ଅର୍ଥ, ସମ୍ମାନ ବିଭିନ୍ନ କ୍ଷେତ୍ରରୁ ଲାଭ କରିବାର ସୁଯୋଗ ପାଇବେ। ବନ୍ଧୁ ମିଳନ ସଙ୍ଗକୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନାଦି ମଧ୍ୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା-
ନିଜ ମନରେ ନୂଆ ନୂଆ ବିଚାର ଆସିପାରେ ବ୍ୟବସାୟ ସଂପୂର୍ଣ୍ଣ କ୍ଷତିରେ ଚାଲିପାରନ୍ତି । ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି । ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ତୁଳା-
ଘର ସକାଶେ, ଜମିଜମା କ୍ରୟ ହେତୁକ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। କ୍ରୀଡ଼ା, ସଙ୍ଗୀତ, କଳା କିମ୍ବା ସାହିତ୍ୟ ଚର୍ଚ୍ଚାଦିରେ ସଫଳତା ପାଇପାରିବେ। ଆକସ୍ମିକ ଭାବରେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ବିଛା-
ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । କର୍ମଜୀବୀ ମାନେ କର୍ମପ୍ରବଣତା ପ୍ରିତି ବୃଦ୍ଧି ପାଇବ । ରାଜନୈତିକ ଜୀବନ ଉଥାନ୍ , ପତନରେ ଗତି କରିବେ। ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା' ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ-
ଆଶା ଓ ଅଭିଳାଷ ପୂରଣ ହେବ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ଖୁସି ହେବେ। ଶିଳ୍ପ, ସାମ୍ବାଦିକତା, ପରିବହନ, ବାଣିଜ୍ୟରେ ଲାଭ ଆଶାନୁରୂପ ପାଇପାରିବେ। ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ସବୁ କଥାରେ ନରମି ରହି ପାରିଲେ ହିଁ ସୁଫଳ ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ଭୋଗ ଲଗାନ୍ତୁ

ମକର-
ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି । ସାମୟିକ ଶାରିରୀକ ପିଡା ଭୋଗିବାକୁ ପଡିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ । ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ । ଫିଲ୍ମ ଉଦ୍ୟୋଗୀ କ୍ଷେତ୍ରରେ ଥିବା ଭଲ ସୁଯୋଗ ମିଳିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍ ବୁଝାମଣା ପ୍ରଧାନ କାରଣ ହେବ। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯାଇପାରେ। ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
ବାନ୍ଧବୀଙ୍କ ଠାରୁ ଶୁଭ ଖବର ଶୁଣିବାକୁ ପାଇବେ । ଉଦର ରୋଗରେ ଆକ୍ରାନ୍ତ ହେବେ । ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ। ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଳକ ଭାବରେ ମଥାରେ ଲଗାନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope: Financial Improvement Expected for These Zodiac Signs | Argus News