Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ, ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି

Horoscope

Horoscope / ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ, ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି

Rashmita Mishra
Browse all articles by Rashmita Mishra
·1 hour ago·4 min read
ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ, ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି
Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ? 
ଜାଣନ୍ତୁ ଆଜିର ରାଶିଫଳ ଖବର 

ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ 

ମେଷ-
ପତୀ ପତ୍ନୀଙ୍କ ସମ୍ପର୍କରେ ଉନ୍ନତି ଆସିବ। ସରକାରି କ୍ଷେତ୍ରରୁ ମଧ୍ୟ କିଛି ଆର୍ଥିକ ସହୟତା ମିଳିପାରେ । ଶିକ୍ଷାର୍ଥୀ ମାନେ ଶିକ୍ଷକଙ୍କର ପରାମର୍ଶ ମାନି ଅଗ୍ରସର ହେବେ । ଦୂର ସ୍ଥାନକୁ ଯିବାର ସୁଯୋଗ ପାଇବେ । ନିଦ୍ଧିଷ୍ଟ କାର‌୍ୟ୍ୟରେ କୃତକାର‌୍ୟ୍ୟ ହେବେ । ଭଲକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ବୃଷ-
ପ୍ରତ୍ୟେକ କ୍ଷେତ୍ରରେ ପଛଧାଡିରେ ରହି କାମ କରିବାକୁ ପସନ୍ଦ କରିପାରନ୍ତି। ପରିବାରରେ କୌଣସି ପିଲାର ସ୍ବାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ। ସାହିତ୍ୟ, କଳା, କ୍ରୀଡ଼ା, ସଙ୍ଗୀତ ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହେବ। ବାଣିଜ୍ୟ, ପରିବହନ, ଯାତ୍ରା ଓ ଆଲୋଚନା କ୍ଷେତ୍ର ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ

ମିଥୁନ-
ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ । ଧୈର‌୍ୟ୍ୟ ଓ ସହନଶୀଳତା ସମ୍ବଳ କରି ଲକ୍ଷ୍ୟ ସାଧନ ଦିଗରେ ଆଗେଇ ଚାଲିବେ । ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି । ସମ୍ପତି ବାଡିକୁ ନେଇ ଲାଗିଥିବା ଆୟନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କର୍କଟ-
ସମ୍ପର୍କୀୟମାନେ ପରିବାରର ଅସଜଡା ପରିସ୍ଥିତିକୁ ସଜାଡି ନେବାରେ ସାହାଯ୍ୟ କରିବେ। ଅଭାବ ଓ ଅସୁବିଧା ନ ଥିଲେ ମଧ୍ୟ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ନିଷ୍ପତ୍ତି ନେବାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶିବଙ୍କ ସହସ୍ର ନାମ ପାଠ କରନ୍ତୁ

ସିଂହ-
ଭାଇ ଭଉଣୀଙ୍କର ସମ୍ପର୍କରେ ଉନ୍ନତି ଆଣିବେ । ସଞ୍ଚିତ ଅର୍ଥ ଖର୍ଚ୍ଚ ହେବାର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ପରିକ୍ଷାରେ ଶ୍ରେୟ ହାସଲ କରିବେ । ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି । ଧର୍ମ ଓ ସାଂସୃତିକ କାର‌୍ୟ୍ୟରେ ଅଗ୍ରଣି ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା-
ଦାମ୍ପତ୍ୟ ଜୀବନ ସାମଞସ୍ୟ ବଜାୟ ରହିବ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ । ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ । କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ

ତୁଳା-
ପୂର୍ବ ସମୟ ଠାରୁ ସ୍ୱାସ୍ଥ୍ୟ ସମସ୍ୟା ଅନେକାଂଶରେ କମ୍ ରହିବ କିନ୍ତୁ ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାକରି ପାରନ୍ତି । ଅଧାରୁ ଛାଡିଦେଇଥିବା ବ୍ୟବସାୟକୁ ପୁନର୍ବାର ଆରମ୍ଭ କରିବେ
। ଧୀରେ ଧୀରେ ଧନ ସଂଗ୍ରହରେ ବୃଦ୍ଧି ଘଟିବ । ଛାତ୍ରମାନେ ଶିକ୍ଷା ସମ୍ବନ୍ଧୀୟ ସୂଚନା ମଧ୍ୟ ପାଇବେ । କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ବିଛା-
ଆପଣଙ୍କର ବହୁତ କାମ ଅଧୁରା ରହିପାରେ । ବହୁ ଦିନରୁ ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । ଧାର ଦେବା ନେବାରେ ନିବୃତ ରୁହନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ-
କୋର୍ଟର ଫଇସଲା ଆପଣଙ୍କ ପାଖକୁ ଆସିପାରେ । କାରବାରରେ ବକୟ ଅର୍ଥ ପାଇବେ । ଆପଣଙ୍କ ସ୍ୱଭାବ ଆଖପାଖର ବାତା ବରଣକୁ ମଜାଦାର କରିବେ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ । ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି । ଭାତୃ ସଂପର୍କରେ ଉନ୍ନତି ଘଟିବ
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ସକାଳୁ ସୂର‌୍ୟ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ

ମକର-
ପିଲାମାନେ ପରିଶ୍ରମ କରି ମଧ୍ୟ ବିଫଳ ହେବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ । ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-
ସମସ୍ତ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । କର୍ମ କ୍ଷେତ୍ରରେ ନିଜ ମନ ଅନୁଯାୟୀ କର୍ମ କରିବାର ସ୍ୱାଧିନତା ପାଇବେ ଅନ୍ୟ ରାଜ୍ୟକୁ ବ୍ୟପାର କରିବାକୁ ଯାଇ ପାରନ୍ତି । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ

ମୀନ-
ବ୍ୟବସାୟରେ ଉନ୍ନତି ସହିତ ଅନେକ ସୁବିଧା ସୁଯୋଗ ପ୍ରାପ୍ତି ହେବ । ପୋଲିସ୍ ଓ ଟିକସ କର୍ମଚାରୀ ମାନଙ୍କ ଠାରୁ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସହିତ ସତାନ୍ତର ଫଳରେ ସେମାନେ ଆପଣଙ୍କୁ ବିରୁଦ୍ଧାଚରଣ କରିବେ । ମହିଳା ମାନଙ୍କର କାହା ସହିତ ତାଳମେଳ ରହିବ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horoscope | Today These Zodiac Signs May Feel Happy And Positive | Argus News