|
logo
Live
Argus News App
GET APP

Argus News - କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...

Horoscope

Today Horoscope / କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·3 months ago·3 min read
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...
Horoscope

Key Points

ଆଜି କେମିତି କଟିବ ଆପଣଙ୍କ ଦିନ ?
କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ...

ମେଷ-
ଦୀର୍ଘଦିନ ହେଲା ଯାହା ପାଉ ନ ଥିଲେ ଆଜି ତାହା ପାଇ ଖୁସି ହୋଇଯିବେ। ହାତକୁ ନେଇଥିବା କାର‌୍ୟ୍ୟ କୌଶଳ ପୂର୍ବକ ସମ୍ପନ୍ନ କରିନେବେ। ଯେକୌଣସି କ୍ଷେତ୍ରରେ ଧୈର‌୍ୟ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ। କଳା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ସୂର‌୍ୟ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ

ବୃଷ-
ନିଜଲୋକଙ୍କ ଠାରୁ ସାହାଯ୍ୟରୁ ଆଶା ପୂରଣ ହେବ। କଠୋର ପରିଶ୍ରମରୁ ରାତ୍ରିରେ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ବ୍ୟସ୍ତତାର ସହ କରିଥିବା ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ଯାଇ ପାରନ୍ତି। ଇଚ୍ଛା ନ ଥାଇ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ-
ଦୁଶ୍ଚିନ୍ତା କାରଣରୁ ଟେନ୍ସନ ଲାଗିରହିଥିଲେ ମଧ୍ୟ ଦୃଢ଼ତା ଓ ଧୈର‌୍ୟ୍ୟର ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିନେବେ। ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର, ମାଲିମକଦ୍ଦମା ପ୍ରଭୃତି କ୍ଷେତ୍ରରେ ଅଭିଳଷିତ ଫଳ ପାଇବେ। ସ୍ବାସ୍ଥ୍ୟହାନି ସାଙ୍ଗକୁ ଆର୍ଥିକ ଅନଟନ କାରଣରୁ କରଜ କରିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ

କର୍କଟ-
ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିବ। ଅତୀତର ସମସ୍ୟା ସମୀକ୍ଷା କରି ତଦନୁଯାୟୀ କାର‌୍ୟ୍ୟପନ୍ଥା ସ୍ଥିର କରିପାରନ୍ତି। ନିର୍ମାଣାଧୀନ ଗୃହ କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ବନ୍ଧୁଙ୍କୁ ବିଶ୍ୱାସ କଲେ ନିଜର ଲକ୍ଷ୍ୟ ହାସଲରେ ସମର୍ଥ ହେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ସିଂହ-
ବନ୍ଧୁ ଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ରାଜନୈତିକ କ୍ଷେତ୍ରରେ, ସାଂଗଠନିକ ସ୍ତରରେ କିମ୍ବା ପ୍ରଶାସନିକ ନିଷ୍ପତ୍ତି ନେବା କ୍ଷେତ୍ରରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ

କନ୍ୟା-
ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ବ୍ୟବହାରିକ ପରିବର୍ତ୍ତନ ପରିଲକ୍ଷିତ ହେବ। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ଆଶଙ୍କା ରହିଛି। ସୁବିଧା ସୁଯୋଗ ପାଇ କାମ ହାସଲ କରିବେ । ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ରଚନାତ୍ମକ କାମରେ ସମସ୍ୟା ସମାଧାନ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ

ତୁଳା-
ବିଳାସବ୍ୟସନ ଦିଗକୁ ମନ ଢଳିବ । ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିପାରନ୍ତି। ଅଫିସରେ କାମର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଶିଳ୍ପ, ବ୍ୟବସାୟ ଭଲରେ ଚାଲିଲେ ମଧ୍ୟ ପରିବହନରେ କ୍ଷତି, କିମ୍ବା ଆକସ୍ମିକ ସମସ୍ୟାର ଆଶଙ୍କା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ

ବିଛା-
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିପାରିବେ। ଅଟକି ରହିଥିବା ନିର୍ମାଣାଧୀନ କାମ ଆରମ୍ଭକରିବାକୁ ମନ ବଳାଇବେ। ନିଜ ଚତୁଃପାର୍ଶ୍ୱରେ ବିରୋଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଧନୁ-
ସୁଖ, ସୁବିଧା ଓ ସୁଯୋଗ ବିଷାଦିତ ମନକୁ ଆହ୍ଲାଦିତ କରିବାରେ ସହାୟକ ହେବ। ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ବ୍ୟକ୍ତି ମୁଖ୍ୟ ଭୂମିକା ନେଇପାରନ୍ତି। ସଭାସମିତିରେ ଆଲୋଚନା ଅମୀମାଂସିତ ରହିପାରେ। ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ମକର-
ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହୋଇପାରନ୍ତି । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଭଲ ସମ୍ପର୍କ ନ ଥିବା କୌଣସି ବନ୍ଧୁଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ। ଆତ୍ମୀୟଙ୍କ ଅସହଯୋଗ ଏବଂ ଅସମ୍ମାନ ପାଇ ଦୁଃଖିତ ହେବେ। ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ଝଗଡ଼ା ସୃଷ୍ଟି ହୋଇପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ

ମୀନ-
ପରିବହନ ଓ ଖାଦ୍ୟ ପଦାର୍ଥକୁ ନେଇ ବ୍ୟବସାୟରେ ନିଜ ଆଶାନୁରୂପକ ବ୍ୟବସାୟ କରିବେ । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ । ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କ ଗାୟତ୍ରି ମନ୍ତ୍ରକୁ ପାଠ କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope: କ'ଣ ରହିଛି ଆଜି ଆପଣଙ୍କ ରାଶିରେ ? ଜାଣନ୍ତୁ... | Argus News