|
logo
Live
Argus News App
GET APP

Argus News - ଆଜି କାହାର ଭାଗ୍ୟ ଖୋଲିବ? କେଉଁ ରାଶିଧାରୀ ବ୍ୟକ୍ତି ସତର୍କ ରହିବେ ଜାଣିନିଅନ୍ତୁ...

Horoscope

Today Horoscope / ଆଜି କାହାର ଭାଗ୍ୟ ଖୋଲିବ? କେଉଁ ରାଶିଧାରୀ ବ୍ୟକ୍ତି ସତର୍କ ରହିବେ ଜାଣିନିଅନ୍ତୁ...

Ritu Das
Browse all articles by Ritu Das
·2 hours ago·3 min read
ଆଜି କାହାର ଭାଗ୍ୟ ଖୋଲିବ? କେଉଁ ରାଶିଧାରୀ ବ୍ୟକ୍ତି ସତର୍କ ରହିବେ ଜାଣିନିଅନ୍ତୁ...
India

Key Points

ମେଷ-
ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ । ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ 
ମେଷ-
ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ । ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ । ରାଜନୈତିକ ସମର୍ଥନ ପାଇବେ । କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଘରୁ ବାହାରିବା ସମୟରେ ଠାକୁରଙ୍କ ପାଖରେ ଦୀପଟିଏ ଜାଳନ୍ତୁ

ବୃଷ-
ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ । ନୂତନ ସ୍ଥାନ ବୁଲିଯିବାର ସୁଯୋଗ ମିଳିବ । ଭୂ-ସମ୍ପତ୍ତି କିଣିବାର ଯୋଗ ରହିଛି । ମହିଳାଙ୍କ ଭାଗ୍ୟ ଉଦ୍ୟୟ ହୋଇପାରେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ

ମିଥୁନ-
ଖାଦ୍ୟ, ପ୍ରତି ସଜାଗ ରୁହନ୍ତୁ । ବୃତ୍ତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ମିତ୍ର ଆପଣଙ୍କ ପ୍ରଶଂସା କରିଲେ ମଧ୍ୟ ସାବଧାନ ରୁହନ୍ତୁ । ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୌଭାଗ୍ୟ ପ୍ରଦାନ କରିବ । କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ । ପଡୋଶୀଙ୍କ ସହ ଲାଗିରହିଥିବା ବିବାଦ ଦୂର ହେବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ

କର୍କଟ-
ବ୍ୟଥାରୁ ମୁକ୍ତି ମିଳିବ । ଯେ କୌଣସି କାମ କରିବା ବେଳେ ମନକୁ ଶାନ୍ତ ଋଖନ୍ତୁ । ବ୍ୟବସାୟରେ ପରିଶ୍ରମ ଅନୁଯାୟୀ ଫଳ ପାଇବେ । ସମ୍ପତ୍ତିକୁ ନେଇ ଦୀର୍ଘଦିନର ଚିନ୍ତା ଦୂର ହେବ । ମହିଳା ମାନେ ରକ୍ଷଣଶୀଳ ରହିବେ । ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଯଶମାନ ବୃଦ୍ଧି ହୋଇପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶିବଙ୍କ ସହସ୍ର ନାମ ପାଠ କରନ୍ତୁ

ସିଂହ-
କର୍ମ କ୍ଷେତ୍ରରେ ବୁଦ୍ଧି ପୟୋଗ କରି କାର୍ଯ୍ୟ ହାସଲ କରିବେ । ପାରିବାରିକ ଜୀବନ ଶାନ୍ତିମୟ ହେବ। ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ । ଗୃହିଣୀ ମାନେ କର୍ତ୍ତବ୍ୟପରାୟଣ ରହିବେ । ପଢାପଢି ଓ ପରୀକ୍ଷାରେ ସଫଳତା ପାଇବେ । ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ

କନ୍ୟା-
ଆପଣଙ୍କ ଚିନ୍ତା ଧାରାକୁ ବଦଳାଇ ବ୍ୟବସାୟରେ ଲାଭବାନ୍ ହେବାକୁ ଚେଷ୍ଟା କରିବେ । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ଜମିଜମା ପାଇଁ ଅର୍ଥ ବ୍ୟୟ କରିପାରିବେ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ମହିଳା ମାନେ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ

ତୁଳା-
ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ । ଆପଣଙ୍କର ଧ୍ୟାନ ଅଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ। ଭାବିଚିନ୍ତି ଜମିରେ ନିବେଶ କରନ୍ତୁ । ମହିଳା ମାନଙ୍କର କାମରେ ଉତ୍ସାହ ବଢିବ । ଆପଣଙ୍କ ମସ୍ତିଷ୍କରେ ନୂଆ ନୂଆ ଚିନ୍ତାରେ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଆରଧନା କରନ୍ତୁ

ବିଛା-
ସାଥୀଙ୍କ ମଧ୍ୟରେ ଏକ ଭଲ ପାରସ୍ପରିକ ବୁଝାମଣା ହେବ । ସରକାରୀ କ୍ଷେତ୍ରରୁ ଲାଭ ପାଇପାରିବେ। ଲେଖାପଢାରେ ସାଥୀଙ୍କ ସାହାଯ୍ୟ ସହଯୋଗ ମିଳିବ । ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକାନା ପାଇପାରନ୍ତି । ଶିକ୍ଷା ସହ ଜଡିତ କିଛି ଅସୁବିଧା ସାମ୍ନା କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ-
ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ପ୍ରିୟତମଙ୍କ ସହିତ ସମ୍ବନ୍ଧ ଭଲ ରହିବ । ସମ୍ପତ୍ତି ବଢାଇବାର ଯୋଜନା ସଫଳ ହେବ । ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣ ହେବ । ମନରେ ଦୁଶ୍ଚିନ୍ତା ବଢିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ପୂଜାର୍ଚ୍ଚନା କରନ୍ତୁ

ମକର-
ଦାମ୍ପତ୍ୟ ଜୀବନରେ ସମ୍ପର୍କକୁ ଆଗକୁ ନେବାରେ ସଫଳ ହେବେ । ରାଜନୀତିରେ ବିରୋଧୀର ସମ୍ମୁଖୀନ ହେଲେ ମଧ୍ୟ ବିରୋଧି ପକ୍ଷ କିଛି କ୍ଷତି କରି ପାରିବେ ନାହିଁ । ଚାକିରି କ୍ଷେତ୍ରରେ ଭଲ ବେତନ ପାଇବେ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ

କୁମ୍ଭ-
କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ। ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । ଅଦାଲତରେ ଜୟଯୁକ୍ତ ହେବେ ।ଆପଣଙ୍କ କାମରେ ଜୀବନ ସାଥି ପ୍ରଂଶନ ରହିବେ । ମହିଳା ମାନେ ଖାଦ୍ୟ ପ୍ରିୟ ରହିବେ । କର୍ମଜୀବୀ ମାନେ ଅତ୍ୟନ୍ତ ସଫଳତା ପାଇବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମୀନ-
ପରିବାରରେ କିପରି ତିକ୍ତତା ନଆସେ ସେଥି ଉପରେ ନଜର ରଖିବା ଆବଶ୍ୟକ । ଆପଣଙ୍କର ଦାମ୍ପତ୍ୟ ଜୀବନକୁ ସୁନ୍ଦର କରିବେ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଧୈର୍ଯ୍ୟ ସହିତ ସବୁ କାର୍ଯ୍ୟକୁ ସମାଧାନ କରିପାରିବେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଜେ ମନ୍ତ୍ର ପାଠ କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope: ଆଜି କାହାର ଭାଗ୍ୟ ଖୋଲିବ? କେଉଁ ରାଶିଧାରୀ ବ୍ୟକ୍ତି ସତର୍କ ରହିବେ ଜାଣିନିଅନ୍ତୁ... | Argus News