Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କାହାକୁ ମିଳିବ ଧନଲାଭ, କିଏ ରହିବେ ସତର୍କ? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

Horoscope

TodayHoroscope / କାହାକୁ ମିଳିବ ଧନଲାଭ, କିଏ ରହିବେ ସତର୍କ? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

Ritu Das
Browse all articles by Ritu Das
·2 hours ago·3 min read
କାହାକୁ ମିଳିବ ଧନଲାଭ, କିଏ ରହିବେ ସତର୍କ? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ
India

Key Points


କର୍ମକ୍ଷେତ୍ରରେ ସାଧାରଣ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି।
ମେଷ-
କର୍ମକ୍ଷେତ୍ରରେ ସାଧାରଣ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘରକଥା ଆଲୋଚନା କରି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲାଭଳି କାମ କରିପାରନ୍ତି। ରାଜନୀତି କ୍ଷେତ୍ରରେ ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ । ଉପରିସ୍ଥ ଙ୍କୁ ଆପଣାର କରି କୃପା ଭାଜନ ହବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ
ବୃଷ-
ବ୍ୟବସାୟରେ ପ୍ରଭାବ ବିସ୍ତାର କରିବେ । ନିଜର ଖର୍ଚ୍ଚ ଉପରେ ଆୟତ ରଖନ୍ତୁ । ମହିଳା ମାନେ ଦାୟିତ୍ୱବାନ୍ ରହିବେ । ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିପାରନ୍ତି । ଶତ୍ରୁ ମାନେ ପରାଜିତ ହେବେ ଏବଂ ସରକାରୀ ସହୟତା ପାଇବେ । ଛାତ୍ର ଛାତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ
ମିଥୁନ-
ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ସମ୍ମାନର ଅଧିକାରି ହୋଇପାରିବେ । ସ୍ୱାସ୍ଥ୍ୟ ଠିକ୍ ରହିବାସହ ଅଚାନକ ଧନ ପ୍ରାପ୍ତି ହେବ । ଆନୁଷ୍ଠାନିକ କାମରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଅତୀତ କଥାକୁ ମନରେ ସ୍ଥାନ ଦେଇ ବିଫଳତାର କାରଣ ଖୋଜିବୁଲିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ-
ଶାରୀରିକ ପୀଡ଼ା ଭୋଗ କରି ପାରନ୍ତି । ପଇସାର ଅଭାବ ଅନୁଭବ କରିପାରନ୍ତି । ଘରକୁ ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ମହିଳା ମାନେ ସମସ୍ତଙ୍କ ପ୍ରିୟ ଭାଜନ ହେବେ । ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ବଡ ଯୋଜନାର ଶୁଭାରମ୍ଭ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୌଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ
ସିଂହ-
ପ୍ରତ୍ୟେକ କ୍ଷେତ୍ରରେ ପରିବାରର ପୂର୍ଣ୍ଣ ସହଯୋଗ ମିଳିବ । ଧୈର୍ଯ୍ୟ ନ ହରାଇ କାର୍ଯ୍ୟ କଲେ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ଏବଂ ପ୍ରଶଂସିତ ହୋଇପାରନ୍ତି । ରାଜନୀତିରେ ଭାବମୂର୍ତ୍ତି ରକ୍ଷା କରି ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ଛାତ୍ର ଛାତ୍ରୀମାନେ ପଢାରେ ମନଦେବେ। ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି। ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି। ଆଜି ଦିନଟି ବନ୍ଧୁମେଳରେ କଟିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା-
ସାଧାରଣ ଘଟଣା ଯୋଗୁ ବନ୍ଧୁଙ୍କ ସହ ବାଦବିବାଦ ଠାରୁ ଦୂରେଇ ରହିବା ଉଚିତ। ସମ୍ପର୍କୀୟ ମାନଙ୍କ ଦ୍ୱାରା ସୁବିଧା ପାଇବେ। ଜମିଜମା ସଂକ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ମାନସିକ ଶାନ୍ତି ମିଳିବ । ରାଜନୀତି ରେ ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବନ୍ଧୁମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇପାରନ୍ତି । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ । କଚେରୀ ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିବେ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାର ସମ୍ଭାବନା ଅଛି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ-
ବ୍ୟବସାୟରେ ବାଧା ଉପୁଜିବା ସହ ସଂଘର୍ଷ ମଧ୍ୟ ଦେଇ ଗତି କରିବେ। ସନ୍ତାନ ପକ୍ଷରୁ ଚିନ୍ତା ଦେଖାଦେଇପାରେ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧି ହେବ। ଉଚ୍ଚ ବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀରାମଙ୍କୁ ଆରଧନା କରନ୍ତୁ
ମକର-
ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ମିଳିବ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାର ଭିତରେ ଯୁକ୍ତିତର୍କ ହୋଇପାରେ। ରାଜନୀତି, ସଭାସମିତି, ପ୍ରଶାସନ କ୍ଷେତ୍ରରେ ଲୋକମାନଙ୍କ ସହ ଭଲ ସମ୍ପର୍କ ଗଢିବା ପାଇଁ ଚେଷ୍ଟା କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ
କୁମ୍ଭ-
ଭ୍ରାତୃତ୍ୱ ବନ୍ଧନରେ ନିବିଡତା ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟରେ ସହାୟକ ହେବ। ବନ୍ଧୁମିଳନ ସାଙ୍ଗକୁ ଖୁସିର ଆସର ଜମିବ। ବହୁତ ଦିନର ବାକିପଡିଥିବା ଅର୍ଥ ପାଇବା ସହ ଆୟର ମାର୍ଗ ପ୍ରଶସ୍ତ ହେବ। ରାଜନୀତିରେ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ପରିବାରର ସମସ୍ତ ବ୍ୟକ୍ତି ମନ୍ଦିର ଭ୍ରମଣ ପାଇଁ ଯିବେ । ବ୍ୟବସାୟରେ ଅତ୍ୟଧିକ ଲାଭବାନ୍ ହେବେ । ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତ୍ତିକୁ ଆୟତ କରିପାରିବେ । ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ବିଭିନ୍ନ ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored