Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / କଳା, ସାହିତ୍ୟ, ସଂଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ

Sushanta Sahoo
Browse all articles by Sushanta Sahoo
·3 months ago·3 min read
କଳା, ସାହିତ୍ୟ, ସଂଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ
Career, Money, Love Predictions for All Signs

Key Points

ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି ।
ମେଷ-
ପରିବାରରେ ସମ୍ପତ୍ତିକୁ ନେଇ ବିବାଦ ଉପୁଜିଲେ ବି ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ । ଆପଣ ଧନ ସଂଗ୍ରହ କରିବାରେ ସକ୍ଷମ ହେବେ । ଶିକ୍ଷାରେ ଭଲ ଫଳାଫଳ ପାଇବାକୁ ସକ୍ଷମ ହେବେ । କଠିନ ଶ୍ରମ ଓ ଦୂରଦର୍ଶିତା ସଫଳତା ଆଣିପାରେ । ଦୀର୍ଘ ଦିନର ସମସ୍ୟା ଦୂର ହୋଇଯିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

ବୃଷ-
ଆର୍ଥିକ ସ୍ଥିତି ବଦଳିଯାଇପାରେ । ଚାକିରି ସମସ୍ୟା ନେଇ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ । କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରିବ କିନ୍ତୁ ପାରିବାରିକ କ୍ଷେତ୍ରରେ ଭଲ କାମ କଲେ ସୁଦ୍ଧା ଆଦର ପାଇପାରିବେ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
କାର୍ଯ୍ୟ କ୍ଷେତ୍ରରେ ଏକ ଚ୍ୟାଲେଞ୍ଜିଂ ସମୟ ଅନୁଭବ କରିବେ । ବ୍ୟବସାୟିକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଚେଷ୍ଟା କରିବେ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ । ଗାଡ଼ି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡ଼ିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ-
କର୍ମକ୍ଷେତ୍ରରେ ଗୌରବାର୍ଜନ ପୂର୍ବକ ଉଚ୍ଚ ପ୍ରଶଂସା ପ୍ରଦାନ କରିବ । କଳା, ସାହିତ୍ୟ, ସଂଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପଡ଼ୋଶୀ ଓ ସହକର୍ମୀଙ୍କ ତରଫରୁ ସାହାଯ୍ୟ ଅଭାବ ରହିବ ନାହିଁ । ଅନ୍ୟମନସ୍କତା ପରିହାର କରି ଯାନବାହନରେ ସତର୍କ ରୁହନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-
ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ପରିବାରରେ ବୁଝାମଣା ସହିତ ସବୁ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର କରିବେ । କୌଣସି ବଡ଼ ବିନିଯୋଗ କରିବା ସହିତ ଆର୍ଥିକ ଅଭିବୃଦ୍ଧି ଘଟିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଶ୍ରୀ ମାତଙ୍ଗିଙ୍କର ପୂଜା କରନ୍ତୁ

କନ୍ୟା-
ପ୍ରତ୍ୟେକ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ । କଳା ସାହିତ୍ୟ, ପରିବାର ଭିତରେ, ପରିବହନରେ ସମସ୍ୟା ସମାଧାନ ହୋଇଯିବ । ବିବାଦୀୟ ପରିସ୍ଥିତିରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି । ଭୁଲ୍ ବୁଝାମଣା ଯୋଗୁଁ ପଡ଼ୋଶୀଙ୍କ କାର୍ଯ୍ୟ କଳାପ ସନ୍ଦେହଜନକ ମନେ ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ପୂଜାପାଠ କରନ୍ତୁ

ତୁଳା-
ପୁସ୍ତକ ବ୍ୟବସାୟ, ପ୍ରସାଧନ ସାମଗ୍ରୀ ବ୍ୟବସାୟରେ ସଫଳତା ପାଇବେ । ବିଦ୍ୟାର୍ଥୀମାନେ ପଢ଼ାରେ ଶିକ୍ଷକଙ୍କ ସହାୟତା ପାଇବେ । ସଭା ସମିତିରେ କୌଣସି କଥାରେ ଆପଣଙ୍କ ସପକ୍ଷରେ ଯିବ ନାହିଁ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇବେ । ସମ୍ପତ୍ତି କ୍ରୟ କରିବାର ସୁଯୋଗ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-
ବ୍ୟବସାୟରେ ଲାଭାଂଶ କମାଇବେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । ଆତ୍ମୀୟମାନଙ୍କ ସହଯୋଗରେ ଧର୍ମ କାର୍ଯ୍ୟ, ସତ୍‌ସଙ୍ଗ ଓ ଆନୁଷ୍ଠାନିକ କାମ ପାଇଁ ଯୋଜନା କରିପାରନ୍ତି । କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହୋଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-
ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବେ । ନିଜ ପରିବାରକୁ ଅଧିକ ସମୟ ଦେବା ସହିତ ହସ ଖୁସିରେ ସମୟ କାଟିବେ । ଖେଳାଳି ମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଶଂସା ଭାଜନ ହେବେ । ନୂଆ ପ୍ରସ୍ତାବ ଉପରେ ବିଚାର କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶନି ଦେବଙ୍କ ପୂଜା ପୂଜା କରନ୍ତୁ

ମକର-
ପ୍ରତିଦ୍ୱନ୍ଦ୍ୱୀତା, କ୍ରୀଡ଼ା ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ବିଚଳିତ ହୋଇପାରନ୍ତି । ବନ୍ଧୁ ପରିଜନଙ୍କ ସହିତ ଯାତ୍ରାରୁ ସୁଫଳ ପାଇବେ ଏବଂ ଲକ୍ଷ୍ୟ ପୂରଣ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ରହିବ । ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଠିକ୍ ଭାବେ ସମ୍ପନ୍ନ ହେବା କଷ୍ଟକର ହେବ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ନାଲି ପୋଷାକ ବ୍ୟବହାର କରନ୍ତୁ

ମୀନ-
ହଠାତ୍ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ । ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି । କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ । ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope in Odia: All 12 Zodiac Signs Rashifal & Lucky Color | Argus News | Argus News