ପାରିବାରିକ ଜୀବନ ସୁଖମୟ ରହିବ । ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ । ସାମଗ୍ରୀକ କ୍ଷେତ୍ରରେ ଶୁଭଫଳ ଲାଭକରି ଆନନ୍ଦ ଅନୁଭବ କରିବେ। ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କର୍ମ ଆରମ୍ଭ କରିପାରନ୍ତି। ଅବଶ୍ୟ ଅସମର୍ଥିତ ସୂତ୍ରରୁ କୌଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ପଡ଼ୋଶୀ ସାହାଯ୍ୟ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଗୋ ମାତାଙ୍କୁ କିଛି ଘାସ ଖାଇବାକୁ ଦିଅନ୍ତୁ
ଯାତ୍ରାର ଲକ୍ଷ୍ୟ ପୂରଣ ହେବ କିନ୍ତୁ ବ୍ୟସ୍ତତା ବଢ଼ିଯିବ। ଅବହେଳିତ କାମ କିମ୍ବା ଆଳସ୍ୟ ଯୋଗୁ କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି। କୋର୍ଟରେ ରାୟ ଆପଣଙ୍କ ସପୋର୍ଟରେ ଆସିପାରେ । ମହିଳା ମାନେ ଆଭୂଷଣ ପ୍ରିୟ ହେବେ । ଚୟନ ଭୂମିକୁ କ୍ରୟ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ବନ୍ଧୁ ପରାମର୍ଶରେ ଅଭାବ ପୂରଣ ଦିଗରେ ଚେଷ୍ଟା କଲେ ସଫଳତା ମିଳିବ। କାମ ପୂର୍ଣ୍ଣାଙ୍ଗ କରିବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ସରକାରୀ ସ୍ତରରୁ ବକେୟା ପାଇବାରେ ବିଳମ୍ବ କାରଣରୁ ଅଶାନ୍ତ ରହିପାରନ୍ତି। ସଭା ସମିତିରେ କୌଣସି କଥାରେ ଆପଣଙ୍କ ସପକ୍ଷେର ଯିବ ନାହିଁ । ପାଖରେ ଥିବା ଲୋକଟିର କଥା ସନ୍ଦେହ ଜନକ ରହିପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ପରିବାରରେ ଛୋଟ ଛୋଟ କଥାକୁ ନେଇ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସକାଶେ ବିଶେଷ ଚିନ୍ତା କରିବାକୁ ପଡ଼ିପାରେ। ଅଫିସରେ ସହଯୋଗୀ ଆପଣଙ୍କ ବିଚାର ଦ୍ଵାରା ପ୍ରଭାବିତ ହେବେ। ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା’ ଭୁବନେଶ୍ବରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି।
ମାନସିକ ଅସ୍ଥିରତା ମଧ୍ୟରେ ଦୂରଯାତ୍ରା ସହ କାମକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ। ଯାହା ଖୋଜୁଥିଲେ ତାହା ନିର୍ଦ୍ଦିଷ୍ଟ ସମୟରେ ନ ପାଇଲେ ମଧ୍ୟ ବିଳମ୍ବରେ ପାଇବେ। ଖାଦ୍ୟର ଅନିୟମିତତା କାରଣରୁ ପେଟ ଗୋଳମାଳରୁ ପୀଡ଼ା ଅନୁଭବ କରିପାରନ୍ତି।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି । ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଦୃଢ଼ତାର ସହ କାମ ହାସଲରେ ସମର୍ଥ ହେବେ। ବ୍ୟକ୍ତିଙ୍କର ସଭାସମିତିରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କାଉକୁ ଖାଇବାକୁ ଦିଅନ୍ତୁ
ଅନ୍ୟମନସ୍କଜନିତ ଧନହାନି ଘଟିବାର ସୂଚନା ରହିଛି। କର୍ମକ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ ମାତ୍ର ପରିଶେଷରେ ସଫଳତା ହାସଲ କରିବେ। ତଥାପି ପ୍ରତ୍ୟେକ କାମରେ ଆଗପଛ ବିଚାର କରି ହାତ ଦେବା ଭଲ ହେବ। ପୂର୍ବ ବିବାଦକୁ କେନ୍ଦ୍ରକରି ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ
ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ । କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ତ୍ବେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ପୂର୍ବ ସମସ୍ୟାର ସମାଧାନ, ଆର୍ଥିକ ଉନ୍ନତି, ପାରିବାରିକ ସୌଖ୍ୟ ଲାଭ ଯୋଗ ରହିଛି। ସମ୍ପର୍କୀୟ ଜଣେ ବନ୍ଧୁ ଘରୋଇ ସମସ୍ୟା ସମାଧାନରେ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ନିଜ ଚିନ୍ତାଧାରାର ବିପରୀତ କାର୍ଯ୍ୟକଳାପକୁ ଦେଖିଲେ ମଧ୍ୟ ନ ଦେଖିଲା ପରି ରହିବାକୁ ବାଧ୍ୟ ହେବେ। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବାରୁ ମନ ଖୁସି ରହିବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ। ଅନ୍ୟଦ୍ୱାରା ଅନୁପ୍ରେରିତ ହୋଇ ଭୁଲ୍ ବୁଝାମଣା ଯୋଗୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ହାସଲ କରିବେ। ଧାତୁ, ଅଳଙ୍କାର କିମ୍ବା ମୂଲ୍ୟବାନ ଗୃହୋପକରଣ କ୍ରୟ କରିପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବା ଯୋଗୁ ଆଶ୍ୱସ୍ତିଲାଭ କରିବେ। ସଂଗଠନ, ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ନିଜ ପରିଜନଙ୍କ ସହିତ ସତ୍ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ୟ୍ୟ ପ୍ରତି ରୁଚି ବଳିବ। ବିଦ୍ୟାର୍ଥୀ ମାନେ ବିଦ୍ୟାପ୍ରେମୀ ହୋଇପାରନ୍ତି । ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ୍ତ ରୁହନ୍ତୁ । ସମାଜ ସେବାରେ ସ୍ୱନାମ ପାଇବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ ଏବଂ ସମସ୍ତ କାର୍ଯ୍ୟ ଶୁଭପ୍ରଦ ହେବ । ସଭାସମିତିରେ ଆପଣଙ୍କ ଯୁକ୍ତିକୁ ଅନ୍ୟମାନେ ଗ୍ରହଣ କରିବାକୁ ବାଧ୍ୟ ହେବେ। ଅର୍ଥ ସମ୍ପର୍କ ଓ ପ୍ରଶାସନିକ ସ୍ତରରେ ସଫଳତା ଅର୍ଜନ କରିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ