Horoscope / ଜାଣନ୍ତୁ ଆଜି କଣ କହୁଛି ଆପଣଙ୍କ ଭାଗ୍ୟ: ଏମାନଙ୍କ ଅଛି ଭ୍ରମଣ ଯୋଗ

Key Points
ଜାଣନ୍ତୁ ଆଜି କଣ କହୁଛି ଆପଣଙ୍କ ଭାଗ୍ୟ
ଏମାନଙ୍କ ଅଛି ଭ୍ରମଣ ଯୋଗ
ମେଷ-
ପାରିବାରିକ କ୍ଷେତ୍ରରେ ଅର୍ଥସଂକଟ ଦେଖାଦେବ। ସ୍ଥଗିତ କର୍ମ ସମ୍ପାଦନ କରିବାରେ ସମସ୍ୟାର ସମ୍ମୁଖୀନ ହେବେ। ବ୍ୟବସାୟୀ ମାନଙ୍କୁ ବ୍ୟବସାୟରେ ବହୁତ ଲାଭ ହୋଇପାରେ । ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ପରିବର୍ତ୍ତନ ପାଇଁ ଚେଷ୍ଟା କରିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ
ବୃଷ-
କୌଣସି କାମରେ ଅଧିକ ଯାତୟାତ କରିବାକୁ ପଡ଼ିପାରେ। ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ରାଜନୀତିରେ ସଫଳତା ପାଇବେ। କାହାରିକୁ ଧାର ଦେଲେ ଆର୍ଥିକ ସ୍ଥିତି ଦୁର୍ବଳ ହେବ। ଇଂଜିନିୟର୍ସଙ୍କୁ ଦିନଟି ଲାଭ ଦେବ। ବ୍ୟବସାୟରେ ବାପାଙ୍କର ସାହାଯ୍ୟ ପାଇବେ। ଘରେ ପିଲାମାନଙ୍କ ସହିତ ସମୟ ବିତାଇବେ। ଯାନ କିଣିବା ଲାଗି ମନ ବଳିବ। ଘରକୁ କୁଣିଆ ଆସିବେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ପାରିବାରିକ କ୍ଷେତ୍ରରେ ଅଶାନ୍ତ ରହିପାରନ୍ତି। ବନ୍ଧୁମାନଙ୍କ ନିକଟରୁ କିଛି ଖରାପ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ସାହାଯ୍ୟରେ ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଚିନ୍ତା ଦୂର ହେବ। ପ୍ରତିଦ୍ୱନ୍ଦ୍ୱିତା ନ କରି ଆଲୋଚନା ମଧ୍ୟରେ କାମ କରିବା ଭଲ ହେବ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
କର୍କଟ-
ଅଫିସ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ଜୀବନ ଭଲ ରହିବ। ଚାକିରିଆଙ୍କୁ ପଦୋନ୍ନତିର ଅବସର ମିଳିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉପକୃତ ହେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ମନ କଥାକୁ ଖୋଲିକରି କହିଲେ ମଧ୍ୟ ନିଜର ଲୋକମାନେ ତାହାର ସମାଲୋଚନା କରିପାରନ୍ତି। ସ୍ତ୍ରୀ କିମ୍ବା ସ୍ବାମୀଙ୍କ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା, ସଭାସମିତି, ବିନା ବାଧାବିଘ୍ନରେ ସମାପନ ହେବ। କର୍ମକ୍ଷେତ୍ରରେ କିଛି ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଅଫିସରେ କାମର ବୋଝ ବଢ଼ିପାରେ। ପାରିବାରିକ କାମ ସଂପୂର୍ଣ୍ଣ କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଆପଣଙ୍କୁ ଲାଭର ଅବସର ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଆପଣଙ୍କ ଚଞ୍ଚଳ ସ୍ବଭାବ ପାଇଁ ଲୋକେ ପ୍ରଭାବିତ ହେବେ। ଦୀର୍ଘ ଦିନରୁ ଲାଗି ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କତୃପକ୍ଷ ଆପଣଙ୍କ ଦେଖି ପ୍ରଶଂସା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ତୁଳା-
କର୍ମକ୍ଷେତ୍ରରେ ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିବେ। ପାରିବାରିକ ସମ୍ପର୍କ ମନ୍ଦ ହେବନି, ତଥାପି ସାଧାରଣ କଥାକୁ ନେଇ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରିବେ। ବନ୍ଧୁଙ୍କ ପାଖରେ ସମସ୍ୟାକୁ ଜଣାନ୍ତୁ; ଅବଶ୍ୟ ସହଯୋଗ ମିଳିଯିବ। ସନ୍ତାନମାନଙ୍କର କିଛି ରହିଥିବା ସମସ୍ୟାର ସମାଧାନ ସକାଶେ ବ୍ୟସ୍ତତା ବଢ଼ିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ବିଛା-
ବ୍ୟବସାୟୀଙ୍କୁ ଧନଲାଭ ହେବ। ସିଭିଲ୍ ଇଂଜିନିୟରଙ୍କୁ କୌଣସି ବଡ଼ ଉଦ୍ୟୋଗରେ ଚାକିରି ପାଇଁ ଡ଼ାକରା ଆସିପାରେ। ଶତ୍ରୁ ଦବି ରହିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଧର୍ମକାର୍ୟ୍ୟରେ ମନ ଲଗାନ୍ତୁ ଶାନ୍ତି ପାଇବେ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଦୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ସମ୍ପର୍କୀୟଙ୍କ ସହ ମିତ୍ରତା ବଢ଼ାଇବା ସକାଶେ ଚେଷ୍ଟା କରି ନିରାଶ ହେବେ। ଆନୁଷ୍ଠାନିକ କାର୍ୟ୍ୟ ପ୍ରସ୍ତୁତି ସକାଶେ ବ୍ୟସ୍ତ ରହିପାରନ୍ତି।ପ୍ରତ୍ୟେକ ପରିସ୍ଥିତିକୁ ସଜାଡ଼ି ନେବେ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍ ସମ୍ଭାବନାକୁ ଦେଖି ମାନସିକ ଚିନ୍ତା ବଢ଼ିଯିବ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
ପରିବାରର ସବୁ ଲୋକ ମିଳିମିଶି ମନୋରଂଜନ କାର୍ୟ୍ୟରେ ଆନନ୍ଦ ଉପଭୋଗ କରିବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ବିନା କାରଣରେ ପରିବାର ଲୋକଙ୍କ ଉପରେ ରାଗନ୍ତୁ ନାହିଁ। ମହତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ତାହା ପୂରା ହୋଇଯିବ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। ଘର ସଜାଇବା କାମ କରାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
ଶତ୍ରୁତା କରୁଥିବା ଲୋକ ନିଜର ଫାଇଦା ହାସଲର ଅପଚେଷ୍ଟା ଲାଗି ମନ ବଳାଇ ପାରନ୍ତି। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ସଭାସମିତିରେ ସଫଳତା ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ କାମ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ କାର୍ୟ୍ୟକଳାପ ଦୁଃଖ ଦେଇପାରେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମୀନ-
କଳାତ୍ମକ କାର୍ୟ୍ୟରେ ରୁଚି ବଢ଼ିବ। କୌଣସି କାମରେ ଜୀବନସାଥୀର ସହଯୋଗ ପାଇବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସୁଯୋଗ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ସ୍ମରଣୀୟ।ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ପରିବାର ଲୋକଙ୍କ ସହିତ କୌଣସି ଜରୁରୀ ମାମଲାରେ କଥା ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
📱 Get Argus News App
✨Related Topics
Explore more stories