|
logo
Live

Argus News - ଆଜି କେଉଁ ରାଶିରେ ମିଳିବ ଲାଭ, କାହାକୁ ସତର୍କତା? ଜାଣନ୍ତୁ ପୁରା ଭବିଷ୍ୟତ

Horoscope

Today Horoscope / ଆଜି କେଉଁ ରାଶିରେ ମିଳିବ ଲାଭ, କାହାକୁ ସତର୍କତା? ଜାଣନ୍ତୁ ପୁରା ଭବିଷ୍ୟତ

Ritu Das
Browse all articles by Ritu Das
·3 hours ago·3 min read
ଆଜି କେଉଁ ରାଶିରେ ମିଳିବ ଲାଭ, କାହାକୁ ସତର୍କତା? ଜାଣନ୍ତୁ ପୁରା ଭବିଷ୍ୟତ
India

Key Points

ମେଷ-
ସ୍ଥିର ମନ ନେଇ କାମକଲେ ସମସ୍ୟାର ସମାଧାନ ହେବ। ଈର୍ଷାପରାୟଣ ହୋଇ ଆତ୍ମୀୟମାନେ ଶତ୍ରୁତା କରିପାରନ୍ତି।
ମେଷ-
ସ୍ଥିର ମନ ନେଇ କାମକଲେ ସମସ୍ୟାର ସମାଧାନ ହେବ। ଈର୍ଷାପରାୟଣ ହୋଇ ଆତ୍ମୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ଏବଂ ପ୍ରତିଯୋଗିତା, ଯାତ୍ରା ପ୍ରଭୃତିରେ ଲକ୍ଷ୍ୟ ହାସଲ କରିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟଦେବଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ-
ବ୍ୟବସାୟରେ କ୍ଷତି ଘଟିବା ଯୋଗୁ କ୍ରମେ କାରବାର ସଙ୍କୁଚିତ ହେବ । ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ବିଦ୍ୟାର୍ଥୀ ମାନେ ପଢାପଢିରେ ମନଭାବ ପ୍ରକାଶ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ମିଥୁନ-
ଅଧିକାଂଶ କାମରେ ପାରିବାରିକ ପ୍ରତିରୋଧ ମଧ୍ୟ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେବେ। ଘରମାଲିକ ସହ ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କର୍କଟ-
ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୌଖିନ ଦ୍ରବ୍ୟ ସଂଗ୍ରହ କରିବେ । ଗୋଡରେ କିଛି ସମସ୍ୟା ଦେଖାଦେବ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ । ଛାତ୍ରଛାତ୍ରିମାନେ ପରୀକ୍ଷାରେ ଉତମ ଫଳ ପ୍ରଦର୍ଶନ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ସିଂହ-
ପରିବାରରେ ତିକ୍ତ ସମ୍ପର୍କ ଉଭେଇ ଯିବ, ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ଟଣାଓଟରା ଲାଗିପାରେ। ବିବାଦୀୟ ଘଟଣାରେ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସନ୍ଦେହ ଓ ସମସ୍ୟାକୁ ସୁଧାରି ନେବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗୀଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

କନ୍ୟା-
ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ କ୍ଷ ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି । ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

ତୁଳା-
କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ର, ନୂତନ ଯୋଜନାରମ୍ଭ ଓ ବନ୍ଧୁମିଳନରୁ ଖୁସି ରହିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ସାମୟିକ ପ୍ରତିବନ୍ଧକଜନିତ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମିଠା ଦହି ଖାଇ ଘରୁ ବାହାରନ୍ତୁ

ବିଛା-
କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି । ଶରୀର ପ୍ରତି ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । କ୍ୟାରିୟରେ ନୂଆ କିର୍ତ୍ତିମାନ ସ୍ଥାପନ କରିବେ । ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି । କୈାଣସି ସହପାଠୀ ଆପଣଙ୍କର ସାହାଯ୍ୟ ଆଶା କରିପାରନ୍ତି
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା' ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଧନୁ-
ଅର୍ଥ ସମ୍ବନ୍ଧୀୟ କାରବାରରେ ବନ୍ଧୁ ସହିତ ମନୋମାଳିନ୍ୟ ଘଟିବାର ଆଶଙ୍କା ରହିଛି। ସାମୟିକ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ ଏବଂ ଦୂରଯାତ୍ରା ସକାଶେ ଦିନଟି ମନ୍ଦ ନୁହେଁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ମକର-
ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । କୌଣସି କାମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବେ । ସନ୍ତାନ ଚିନ୍ତା ଦେଖା ଦେଇପାରେ । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ

କୁମ୍ଭ-
ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ଅଫିସ୍‌ରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। କାର୍ଯ୍ୟହାନି ହେତୁ କିମ୍ବା ପରୋକ୍ଷ ଶତ୍ରୁତାରୁ ମନ ଠିକ୍ ରହି ନ ପାରେ। ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଅପରାହ୍ନରେ ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ

ମୀନ-
ନିଜ ସ୍ୱାସ୍ଥ୍ୟକୁ ନେଇକି ଅଧିକ ଚିନ୍ତା କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ। ଚାକିରିଆ ମାନେ ଉପରିସ୍ଥମାନଙ୍କର ଶ୍ରଦ୍ଧା ଲାଭ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Horoscope: ଆଜି କେଉଁ ରାଶିରେ ମିଳିବ ଲାଭ, କାହାକୁ ସତର୍କତା? ଜାଣନ୍ତୁ ପୁରା ଭବିଷ୍ୟତ | Argus News