Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Zodiac Sign Today / ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତି କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ପାଇବେ

Ritu Das
Browse all articles by Ritu Das
·5 months ago·3 min read
ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତି କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ପାଇବେ
india

Key Points

ମେଷ-
ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ । ଅଫିସରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ତ ହେବେ ।
ମେଷ- ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ । ଅଫିସରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ଥ ହେବେ । କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୌଣସି ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ

ବୃଷ-
ଶରୀର ଭଲ ରହିବା ସହିତ ମିଷ୍ଟାନ୍ନ ଭୋଜନର ଯୋଗ ବୃଦ୍ଧି ରହିଅଛି । ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ଚାକିରିରେ କୌଶଳ କ୍ରମେ ନିଜର ସ୍ଥିତି ସୁଦୃଢ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ବେପାରରେ ଯୋଜନା ବଦ୍ଧ ରୂପେ କାମ କରିବେ । ସାମ୍ବାଦିକତା ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ । ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଉଚିତ୍ । ବିବାହିତ ଜୀବନରେ କୌଣସି ପ୍ରକାରର ସମସ୍ୟା ହେବାର ସମ୍ଭାବନା କମ୍ ରହିବ । ଗାଡି କିଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କର୍କଟ-
କର୍ମକ୍ଷେତ୍ରରେ କେତେକ ସମସ୍ୟାକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଈର୍ଷା ପରାୟଣ ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ଦୂରେଇ ରହିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-
କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଉପରେ ଆଧାର କରି ଏକ ଭଲ ପଦୋନ୍ନତି ପାଇ ପାରନ୍ତି । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ନୂତନ ଯାନବାହନ କିଣିବାରେ ସକ୍ଷମ ହୋଇପାରନ୍ତି । ଧନର ଠିକ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆଶୀର୍ବାଦ ନେଇ କର୍ମ ଆରମ୍ଭ କରନ୍ତୁ

କନ୍ୟା-
ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ ସ୍ୱାସ୍ଥ୍ୟ ଜନିତ ଅବସ୍ଥା ନିୟାନ୍ତ୍ରଣାଧୀନ ରହିବ। ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବିଶେଷ ଶୁଭଦାୟକ ନୁହେଁ ।
ଅଫିସରେ କାହାକୁ କିଛି ନକହି ମନ କଥା ମନରେ ମାରି ରହିବାକୁ ପଡିପାରେ। ସଭାସମିତିରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କୁକୁର, କାଉକୁ ଖାଇବାକୁ ଦିଅନ୍ତୁ

ତୁଳା-
ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିବ ଓ ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ସୃଷ୍ଟି ହେବ । ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବାର ସୂଚନା ରହିଛି । ଏକ ନୂତନ ଜମି କିମ୍ବା ଘର କ୍ରୟ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ବିଛା-
ଅଫିସର ଗୁରୁତ୍ୱପୂର୍ଣ୍ଣ କାମଟିକୁ କରି ନ ପାରି ଦୁଃଖ ଅନୁଭବ କରିବେ । ତରବରିଆ ପଦକ୍ଷେପ ନେଲେ ଅସୁବିଧା ଦେଖାଦେଇପାରେ। ଦୂର ଯାତ୍ରା ସମୟରେ ଝଗଡାର ସମ୍ଭାବନା ଅଛି । ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହେବାର ସମ୍ଭାବନା ଅଛି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ । କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରିବା କ୍ଷତିକାରକ ହୋଇପାରେ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା ପାଇଁ ମନ ବଳାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ମାନସିକ ଅସ୍ଥରତା ରହିଥିଲେ ମଧ୍ୟ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ଅତୀତ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି,ତାହା ସାମାନ୍ୟ ବିଳମ୍ବରେ ପାଇବେ। କଳା, ସଙ୍ଗୀତ ତଥା କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ବଡ କମ୍ପନୀ ସହିତ ବ୍ୟବସାୟରେ ଜଡିତ ହୋଇପାରନ୍ତି । ସମସ୍ତ ପରିବାର ସଦସ୍ୟ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି । କାର୍ଯ୍ୟାଳୟରେ କେହି ଆପଣଙ୍କୁ କିଛି ବଢିଆ ଜିନିଷ କିମ୍ବା ଖବର ଦେଇ ପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
କର୍ମ କ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ବସ୍ତ୍ର ଭୂଷଣ ପ୍ରାପ୍ତି ଯୋଗ ରହିଛି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today’s Horoscope: This Zodiac Sign Achieves Big Success and Respect With Minimal Effort | Argus News