Horoscope: ଏହି ଦୁଇ ରାଶି ପାଇଁ ଆଜି ଭଲ ନାହିଁ...

Key Points
ଜାଣନ୍ତୁ ଆଜିର ରାଶିଫଳ ଖବର
ବାହାରକୁ ଯିବା ବେଳେ ରୁହନ୍ତୁ ସତର୍କ
ମେଷ-
ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ସହକର୍ମୀଙ୍କ ଆନୁଗତ୍ୟ ଫଳରେ କର୍ମକ୍ଷେତ୍ରରେ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ମିଳିବ। ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ।କ୍ରୟ, ବିକ୍ରୟ କ୍ଷେତ୍ରରେ ସତର୍କ ନହେଲେ ଠକାମିରେ ପଡ଼ିପାରନ୍ତି। ଏକାଧାରରେ ଶାରୀରିକ ଓ ମାନସିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ଦୀର୍ଘଦିନରୁ ଋଣ ପରିଶୋଧ ନ କରିପାରିବା କାରଣରୁ କରଜଦାତାଙ୍କ ଚାପ ବୃଦ୍ଧି ପାଇବ । ଆଇନ ଅଦାଲତର ରାୟ ସପକ୍ଷରେ ଯିବାରୁ ସାମୟିକ ଖୁସି ରହିବେ । ଆଲୋଚନା ପ୍ରସଙ୍ଗରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ
କର୍କଟ-
ବାକି ପଡ଼ିଥିବା ଅର୍ଥ ଆଦାୟରେ ସକ୍ଷମ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ପୂରଣ ହୋଇଯିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବାରେ ଆପଣଙ୍କ କୌଶଳପୂର୍ଣ୍ଣ କାର୍ୟ୍ୟକଳାପ ସହାୟକ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଚୁପ୍ଚାପ ହୋଇ ବସିରହିବା ଅପେକ୍ଷା କିଛି କରିବା ଠିକ୍ ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ପାରିବାରିକ ସ୍ଥିତି ପୂର୍ବ ପରି ଶାନ୍ତ ରହିବ । ଇଚ୍ଛା ନଥିଲେ ମଧ୍ୟ ଅଫିସ୍ କାମ ପାଇଁ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେବେ । ସାମାଜିକ ସ୍ତରରେ ଉଚ୍ଚସମ୍ମାନ ପାଇବା ସହ ବନ୍ଧୁ ବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ । କିଣାବିକାରେ ଠକାମିରେ ପଡିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
କନ୍ୟା-
ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ। ବିଭିନ୍ନ ଦିଗରୁ ଅର୍ଥ ରୋଜଗାର କରିବେ ଏବଂ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସେମିତି କିଛି ଅସୁବିଧା କରିପାରିବେନି। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା ଓ ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କିଛି ଖାଦ୍ୟ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ
ତୁଳା-
ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି । ରାଜନୀତିରେ ସୁନାମ ଅର୍ଜନ କରିପାରବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ଊଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସି ଉପକୃତ ହୋଇପାରନ୍ତି । ନିଜର ଲୋକପ୍ରିୟତା କାରଣରୁ ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ପ୍ରତିହତ କରିବାର ସାମର୍ଥ୍ୟ ରହିବ।ଅନ୍ୟମନସ୍କତା କାରଣରୁ କେତେକ ଭୂଲ୍ କରିବେ। କାର୍ୟ୍ୟସାଧନ ପରିସରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବାକାରଣରୁ ବ୍ୟସ୍ତତା ବୃଦ୍ଧି ପାଇପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଧନୁ-
ପାରିବାରିକ ଜୀବନରେ ଆବଦ୍ଧ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ବହୁ ଚେଷ୍ଟା କରି ଲାଭ ପାଇବେ । କର୍ମକ୍ଷେତ୍ରରେ କାମର ଭାର ବଢିବ । ଆଜି ବିବାଦୀୟ କଥାରେ ମୁଣ୍ଡ ନ ପୁରାଇବା ଭଲ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ସମସ୍ୟା ସମାଧାନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅସଫଳ ହେବେ। ପରିବାରରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ପିଲାଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିପାରେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦର ଅନୁଭବ କରିପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ
କୁମ୍ଭ-
ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ପ୍ରାପ୍ତିର ଆଶା ରଖିପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ସମ୍ମାନ ଲାଭ ଓ ପଦମର୍ୟ୍ୟଦା ବୃଦ୍ଧି ପାଇବ । ବିଦ୍ୟାର୍ଥୀଙ୍କ ମନ ନୈରାଶୀଯୋଗ ରହିବ । ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ । ରାଜନିତିରେ ସମ୍ମାନ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
କର୍ମକ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। ଅନ୍ୟାୟ ବିରୋଧରେ ସ୍ବର ଉଠାଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି। ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟାଜନିତ ମନ ବିଚଳିତ ରହିବ। ଏଜେନ୍ସିପ୍, ସାମ୍ବାଦିକତା, ରାଜନୀତି, କର୍ମାରମ୍ଭ, କଳା ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୁଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପାଠ କରନ୍ତୁ