Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ଚାକିରି, ବ୍ୟବସାୟ ଓ ପରିବାର; କେଉଁ ରାଶି ପାଇଁ ଆଜି ଦିନଟି କିଭଳି ରହିବ ?

Sushanta Sahoo
Browse all articles by Sushanta Sahoo
·5 months ago·3 min read
 ଚାକିରି, ବ୍ୟବସାୟ ଓ ପରିବାର; କେଉଁ ରାଶି ପାଇଁ ଆଜି ଦିନଟି କିଭଳି ରହିବ ?
Career Obstacles & Disputes for These Zodiac Signs

Key Points

ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ ।
ମେଷ-
ସପରିବାର ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରି ପାରନ୍ତି । ଚାକିରି ସମ୍ବନ୍ଧୀୟ ଭଲ ଖବର ମିଳିପାରେ । ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ । ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । କୋର୍ଟ କଚେରୀରେ ଶୁଭ ଫଳ ମିଳିବ । ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ-
ପାରିବାରିକ ସ୍ଥିତି ପୂର୍ବ ପରି ରହିବା ହେତୁ ଖୁସି ରହିବେ । ମନ ଭଲ ରହିବ ଏବଂ ବହୁ ଦିନରୁ ଅଟକି ରହିଥିବା କାମ ସୁବିଧାରେ ହୋଇଯିବ । ରାଜନୈତିକ କ୍ଷେତ୍ରରେ ସୁନାମ ଅର୍ଜନ କରିପାରବେ । କର୍ମକ୍ଷେତ୍ରରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମିଥୁନ-
ବ୍ୟବସାୟରେ ହାନି ଘଟିବ । ଦଳୀୟ ନେତାଙ୍କ ସହିତ କୌଣସି କଥା ଆଲୋଚନା କରିପାରନ୍ତି । ଛାତ୍ରଛାତ୍ରୀ ମାନେ ଏକାଗ୍ରତାର ସହ ପଢ଼ାରେ ମନ ଲଗାଇବେ । ଲୋକ କଲ୍ୟାଣ କାର୍ଯ୍ୟ କରିବେ । ଜମିରେ ଲାଗିଥିବା ପୂର୍ବ ସମସ୍ୟାର ସମାଧାନ ହୋଇପାରେ । ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ମାଲି ମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । ଚେଷ୍ଟା କରୁଥିବା କାମଟି ହାସଲ କରିବା ସକାଶେ କଠିନ ଶ୍ରମ କରିବାକୁ ପଡ଼ିବ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଚିନ୍ତା ବୃଦ୍ଧି ପାଇପାରେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ସିଂହ-
ଶାରୀରିକ ଦୁର୍ବଳତାରୁ ମୁକ୍ତି ପାଇବେ । ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ପାଇବେ । ପିଲାମାନେ ସୁଗୁଣରେ ଅନୁପ୍ରାଣିତ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା-
ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବାଣିଜ୍ୟ, ପରିବହନ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ । ସଭାସମିତିରେ ଅପ୍ରିୟ ସତ କହି ସମାଲୋଚିତ ହୋଇପାରନ୍ତି । ଅଜଣା ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ମିଠା ଖାଇ ଘରୁ ବାହରନ୍ତୁ

ତୁଳା-
ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗ ବିଳାସରେ ଭାଗୀ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି କରିବେ । ସହକର୍ମୀମାନେ କର୍ମ କ୍ଷେତ୍ରରେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା-
ପରିବାରରେ ପାରସ୍ପରିକ ବୁଝାମଣା ହେତୁ ଭାତୃ ଉଦ୍ୟମ କରି ସଫଳତା ପାଇବେ । ଆବଶ୍ୟକତା ପୂରଣ କରିବା ପାଇଁ ଧାରକରଜ କରିପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ଧନୁ-
ଭାତୃ ସମ୍ପର୍କରେ ସଂପର୍କରେ ଉନ୍ନତି ଘଟିବ । ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । ବ୍ୟବସାୟ ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ହେବ । ରାଜନେତାଙ୍କ ସାହାର‌୍ୟ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ । ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ ହୋଇ ଖୁସି ଅନୁଭବ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ହନୁମାନଙ୍କ ପାଖରେ ବୁନ୍ଦି ଲଡୁ ଲଗାନ୍ତୁ

ମକର-
ପରିବାରରେ ଆଲୋଚନା ଓ ସମାଲୋଚନା ଭିତରେ ଶାନ୍ତି ଫେରି ଆସିବ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ । ରାଜନୀତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ବ୍ୟବସାୟ, ଯୋଗାଯୋଗ, ପରିବହନ କ୍ଷେତ୍ରରେ ସଫଳତା ହାସଲ କରିବେ । ଅଧ୍ୟୟନରେ ଭଲ ଫଳାଫଳ ପାଇବାର ସମ୍ଭାବନା ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-
ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ରାଜନୀତିରେ ବିଜୟ ଲାଭରୁ ମନୋବଳ ବୃଦ୍ଧି ପାଇବ । ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ମୀନ-
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ପରିବହନ, ପ୍ରଶାସନ ଓ ପ୍ରକାଶନ, ଯୋଗାଯୋଗ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ । ସଭା ସମିତିରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ଆପଣଙ୍କ କମ୍ପାନୀକୁ ଉପଯୁକ୍ତ ଉପାୟରେ ପରିଚାଳନା କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Zodiac Alert Today: Job Issues, Arguments & Warnings | Argus News | Argus News