ଆଜି ଏହି ରାଶିରେ ପ୍ରେମ ସମ୍ପର୍କରେ ଆସିବ ମଧୁରତା

ମେଷ-
ପ୍ରେମ ସମ୍ପର୍କରେ ମଧୁରତା ଆସିବ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । ପୈତୃକ ସମ୍ପତ୍ତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ
ବୃଷ-
ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଖୁବ୍ ଭଲ ରହିବ । କାରବାର ବିସ୍ତାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ବଡ କମ୍ପାନୀର ଚାକିରି ପାଇଁ ସୁଯୋଗ ଆସିପାରେ । ଭୂମି କ୍ରୟ କରିବାର ସୁଯୋଗ ଅଛି । ସାମାଜିକତା କ୍ଷେତ୍ରରେ ସକ୍ରିୟତା ବଢିପାରେ । ଅଚାନକ ଧନଲାଭ ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । କୋର୍ଟ କଚେରୀ ମାମଲାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି । ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ । ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ
କର୍କଟ-
ବ୍ୟବସାୟରେ ରୋଜଗାର ବୃଦ୍ଧି ଓ ଅନ୍ୟର ସହଯୋଗ ମିଳିବ । କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ । ସାଂସ୍କୃତିକ ପରିବେଶରେ ଯୋଗ ଦାନ କରିବେ। ନୂଆ ସମ୍ପତ୍ତି କ୍ରୟ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ପତିପତ୍ନୀଙ୍କ ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି ହେବ। ଆୟବ୍ୟୟ ସମାନ ପରିମାଣରେ ରହିବ । ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ । ଅଫିସରେ ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବେ। ରାଜନୀତିରେ ଅଧିକାରୀଙ୍କ ପ୍ରତି ଆପଣଙ୍କ ବ୍ୟବହାର କୋମଳ ରଖନ୍ତୁ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
କନ୍ୟା-
କୌଣସି କଥାକୁ ନେଇ ମନ ଭଲ ରହିବ ନାହିଁ । ବାରମ୍ବାର କାମରେ ପରିବର୍ତ୍ତନ ମନରେ ଚିନ୍ତା ସୃଷ୍ଟି କରିବ । ଆଜି ସାଙ୍ଗମାନେ ବହୁତ ସହଯୋଗ କରିବେ । ରାଜନୀତିରେ ଭଲ କାମ କରି ଲୋକଙ୍କ ପ୍ରିୟ ରହିବେ । ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ତୁଳା-
ଆପଣଙ୍କ କାମରେ ଜୀବନ ସାଥି ପ୍ରସନ୍ନ ରହିବେ । ବ୍ୟବସାୟୀଙ୍କୁ ଅଚାନକ ଧନ ଲାଭ ହୋଇପାରେ । ଅସାବଧାନତା ପାଇଁ ଖାଦ୍ୟ ନଷ୍ଟ ହୋଇପାରେ । ସାମାଜିକ ଆଦୃତ୍ତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କିଛି ନୂଆ ଯୋଜନା କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟୋକୁ ପୂଜା କରନ୍ତୁ
ବିଛା-
ପାରିବାରିକ ସହମତିରେ କାର୍ଯ୍ୟ ସିଦ୍ଧି ଘଟିପାରେ। ଉଚ୍ଚଶିକ୍ଷା ପ୍ରତିଷ୍ଠା ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟିଯିବ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା' ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଧନୁ-
ବ୍ୟବସାୟରେ ଭାଗ୍ୟର ସହଯୋଗ ପାଇବେ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ମହିଳା ମାନେ ବାହାରକୁ ବୁଲିବା ପାଇଁ ଯିବେ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ
ମକର-
ସ୍ୱାସ୍ଥ୍ୟ ଦୃଷ୍ଟିରୁ ସବୁ ଭଲ ରହିବ। ଚାକିରିରେ ସହକର୍ମୀ ମାନେ ସହଯୋଗ କରିବେ । କାମ ନିର୍ଦ୍ଧାରିତ ସମୟରେ ପୁରା କରିବା ପାଇଁ ଚେଷ୍ଟା କରିବେ । କର୍ମ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦତ ହେବେ । ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା' ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସାତଟି ଗୋଲମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ମୀନ-
ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ । ମହିଳା ମାନେ ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କ ଗାୟତ୍ରୀ ମନ୍ତ୍ରକୁ ପାଠ କରନ୍ତୁ