today Horoscope / ଆଜିର ରାଶିଫଳ, ଜାଣନ୍ତୁ କଣ କହୁଛି ଆପଣଙ୍କ ଭାଗ୍ୟ

Key Points
କୌଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ।
ଘରକୁ ଅତିଥିଙ୍କର ଯିବା ଆସିବା ଲାଗି ରହିବ ।
ମେଷ
ସ୍ବାସ୍ଥ୍ୟ ପରିସ୍ଥିତି ଭଲ ରହିଲେ ମଧ୍ୟ କ୍ରୋଧ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । କର୍ମକ୍ଷେତ୍ରରେ ମନୋବଳ ଖୁବ୍ ଟାଣ ରହିବ, ମାତ୍ର ନିଜ ଜିଦ୍ରେ ଅଟଳ ରହିପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ନିକଟ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବାର ସମ୍ଭାବନା ରହିଛି ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ
ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ । ସଭା ସମିତିରେ କାମ ଗୁଡିକ ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଯିବ । କଳା ଓ ବିଜ୍ଞାନରେ ସଫଳତା ହାସଲ କରିବେ । କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ । କୌଣସି ଉନ୍ନତି ମୂଳକ କାର୍ଯ୍ୟ ସକାଶେ ମୋଟା ଅଙ୍କର ଅର୍ଥ ଦରକାର ପଡିବ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ ନ କଲେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି । ସାମାଜିକ ସ୍ତରରେ ଆପଣଙ୍କ ଅପ୍ରିୟ ସତ୍ୟକଥା କଳହର କାରଣ ହୋଇପାରେ । ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସି, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ଖୁସି ରହିବେ । ଆଳସ୍ୟ ଓ ଅବହେଳାରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମକୁ ଅଣଦେଖା କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କର୍କଟ
କର୍ମ କ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ ଓ ବୁଦ୍ଧି ଖଟାଇ ନିଜ ସ୍ଥାନକୁ କୌଣସି ମତେ ଦୃଢ କରିବେ । ରାଜନୀତିରେ ବିଜୟ ଲାଭରୁ ମନୋବଳ ବୃଦ୍ଧି ପାଇବ । ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ । ଚାକିରି କ୍ଷେତ୍ରରେ ଆଶା ଅଭିଳାଷା ପୂରଣ ହୋଇପାରେ । ମାନସିକ ଦୁଶ୍ଚିନ୍ତା କମିବ ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୨
ପ୍ରତିକାର – ବାପା , ମାଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ
ଦୀର୍ଘଦିନର ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସୂଚନା ପାଇ ଖୁସି ହେବେ । ଆନୁଷ୍ଠାନିକ, ପ୍ରଶାସନ, ବ୍ୟବସାୟ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଅର୍ଥ ଦେଣନେଣ କ୍ଷେତ୍ରରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି । ଗବେଷଣା, କଳା, ସଙ୍ଗୀତ, ସାମ୍ବାଦିକତା, ସାହିତ୍ୟାଦି ରଚନାମତ୍କ କାର୍ୟ୍ୟରେ ଅଗ୍ରଗତି ଘଟିବ।
ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା
ବ୍ୟବସାୟୀ ମାନେ ଭାଗୀଦାରି ବ୍ୟବସାୟ କରିବେ । ଭାଇଭଉଣୀ ମିଶି ସୁସ୍ୱାଦ ଭୋଜନର ଆନନ୍ଦ ନେବେ । ରାଜନୀତିରେ ଯଥେଷ୍ଟ ଲାଭ ପାଇବେ । ଛାତ୍ରୀଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତି ଠାରୁ ଭଲ ପରାମର୍ଶ ମିଳିବ । ସାମ୍ବାଦିକମାନେ ଲକ୍ଷ୍ୟ ଦିଗରେ ଆଗେଇବେ।
ଶୁଭ ରଙ୍ଗ- ସବୁଜ
ଶୁଭ ସଂଖ୍ୟା- ୫
ପ୍ରତିକାର - ସକାଳୁ କାଉକୁ ଖାଇବାକୁ ଦିଅନ୍ତୁ
ତୁଳା
ସ୍ବାସ୍ଥ୍ୟ ଓ ପାରିବାରିକ କ୍ଷେତ୍ର ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ବ୍ୟବସାୟିକ ଦିଗ ମଧ୍ୟ ମନ୍ଦ ହେବନି । ଅତୀତ ଘଟଣା ସମୂହକୁ ନେଇ ମନ ଭାରାକ୍ରାନ୍ତ ରହିବ । ପରୋକ୍ଷ ଶତ୍ରୁତା ସଙ୍ଗକୁ ବନ୍ଧୁଙ୍କ ଅପମାନସୂଚକ ବ୍ୟବହାର ଟେନସନ ବଢ଼ାଇବ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିପାରିଲେ ଉପକୃତ ହେବେ।
ଶୁଭ ରଙ୍ଗ- ଧଳା
ଶୁଭ ସଂଖ୍ୟା- ୬
ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ
ବିଛା
ଶରୀର ଭଲ ରହିବା ସହିତ ମିଷ୍ଠାନ ଭୋଜନର ଯୋଗ ବୃଦ୍ଧି ରହିଛି । ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ପରିବହନ ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ । ଚାକିରିରେ କୌଶଳ କ୍ରମେ ନିଜର ସ୍ଥିତି ସୁଦୃଢ଼ କରିବେ ।
ଶୁଭ ରଙ୍ଗ- ଲାଲ୍
ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ
ଧନୁ
ଯୋଜନାବଦ୍ଧ କାମ ହେତୁ ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ମାର୍ଗ ଉନ୍ମୁକ୍ତ ହେବ । ପରିବାର ସଦସ୍ୟଙ୍କ ଅଣଦେଖା ଓ ବେଖାତିର ମନୋଭାବରୁ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି । କାଳକ୍ଷେପଣ ନୀତିରେ ଆଳସ୍ୟଜନିତ ଗୁରୁତ୍ୱପୂର୍ଣ୍ଣ କାମକୁ ଅବହେଳା କରିପାରନ୍ତି । ଭ୍ରମଣ, ଅଯଥା ଖର୍ଚ୍ଚାନ୍ତ, ବନ୍ଧୁଙ୍କ ସମାଲୋଚନା, ମନକୁ ଭାରାକ୍ରାନ୍ତ କରିପାରେ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର
ପାରିବାରିକ ଜୀବନ ଆମୋଦ ଦାୟକ ହେବ । ସ୍ୱାସ୍ଥ୍ୟ ସାଧାରଣତଃ ଉତ୍ତମ ରହିବ । ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ , ଗୁରୁଜନଙ୍କ ପାଖରେ ଆଦୃତ ହେବେ । ରାଜନୀତି କ୍ଷେତ୍ରରେ କୌଶଳପୂର୍ଣ୍ଣ ଦୃଢ ପଦକ୍ଷେପ ନେବେ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ
ପୂର୍ବ ନିର୍ଦ୍ଧାରିତ ଯେଉଁ କାମ କରିବାକୁ ଯାଉଛନ୍ତି ସେଥିରେ ଅସୁବିଧା ହେବନାହିଁ । ବନ୍ଧୁଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲରେ ସମର୍ଥ ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ
ଶାରୀରିକ ପିଡା ଭୋଗ କରି ପାରନ୍ତି । ପଇସାର ଅଭାବ ଅନୁଭବ କରିପାରନ୍ତି । ଘରକୁ ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ମହିଳାମାନେ ସମସ୍ତଙ୍କ ପ୍ରିୟ ଭାଜନ ହେବେ । ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ବଡ଼ ଯୋଜନାର ଶୁଭାରମ୍ଭ କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ
📱 Get Argus News App
✨Related Topics
Explore more stories