Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଆଜିର ରାଶିଫଳ, ଜାଣନ୍ତୁ କ'ଣ କହୁଛି ଆଜି ଆପଣଙ୍କ ଭାଗ୍ୟ

Swoyang prajna Mishra
Browse all articles by Swoyang prajna Mishra
·10 months ago·3 min read
ଆଜିର ରାଶିଫଳ, ଜାଣନ୍ତୁ କ'ଣ କହୁଛି ଆଜି ଆପଣଙ୍କ ଭାଗ୍ୟ

Key Points

ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଶିକ୍ଷା ଓ ଆଲୋଚନା କ୍ଷେତ୍ରରେ ବ୍ୟତିକ୍ରମର ସୂଚନା ରହିଛି।ଆନୁଷ୍ଠାନିକ କ୍ଷେତ୍ରରେ ପଦମର‌୍ୟ୍ୟାଦା ବୃଦ୍ଧି ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା ତଥା ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍ ଆଦୃତ ହେବେ।

ମେଷ-
ଶାରୀରିକ ସମସ୍ୟା ଦୂରହେବ । ଶିଳ୍ପ, ବାଣିଜ୍ୟ, ପରିବହନ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ । ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ । ରାଜନିତିରେ ଶତ୍ରୁ ଓ ବିରୋଧି ମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ଶିକ୍ଷାକ୍ଷେତ୍ରରେ ଉଚ୍ଚକାଂକ୍ଷା ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ପାରାକୁ ଚାଉଳ ଖାଇବାକୁ ଦିଅନ୍ତୁ

ବୃଷ-
ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଶିକ୍ଷା ଓ ଆଲୋଚନା କ୍ଷେତ୍ରରେ ବ୍ୟତିକ୍ରମର ସୂଚନା ରହିଛି।ଆନୁଷ୍ଠାନିକ କ୍ଷେତ୍ରରେ ପଦମର‌୍ୟ୍ୟାଦା ବୃଦ୍ଧି ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା ତଥା ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍ ଆଦୃତ ହେବେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ

ମିଥୁନ-
ଦୂରସ୍ଥାନକୁ ଯାତ୍ରାକରି ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଅନ୍ୟମାନେ ଆପଣଙ୍କୁ ଭୁଲ୍ ବୁଝିପାରନ୍ତି କିନ୍ତୁ ଠିକ୍ ସିନ୍ଧାନ୍ତ ଯୋଗୁ କାର୍ଯ୍ୟ ଉତମ ହେବ । ମାଲିମକଦ୍ଦମାରେ ସାମାନ୍ୟ ଅଶାନ୍ତି ଆସିପାରେ । ବନ୍ଧୁମାନଙ୍କ ସହଯୋଗ ହେତୁ ସଫଳତା ହାସଲ କରିବେ ।
ଶୁଭରଙ୍ଗ- ସବୁଜ ଏବଂ ଶୁଭସଂଖ୍ୟା-୫
ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

କର୍କଟ-
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରୁ ବ୍ୟବସାୟରେ ମନାନ୍ତର ଦେଖାଦେବ। ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ସାଙ୍ଗକୁ ପୁରସ୍କୃତ ମଧ୍ୟ ହେବେ। ଜମିଜମା କାରଣକୁ ନେଇ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ

ସିଂହ-
ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବା ସହ ସୁଖ ଶାନ୍ତି ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ।
ଶୁଭରଙ୍ଗ- ନାରଙ୍ଗୀ ଏବଂ ଶୁଭସଂଖ୍ୟା-୧
ପ୍ରତିକାର- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ଥୋଇ ପ୍ରଣାମ କରନ୍ତୁ ।

କନ୍ୟା-
ଯେଉଁ କାମରେ ହାତ ଦେବେ ସଫଳତା ପାଇବେ। କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ଘରେ ଆମୋଦ ପ୍ରମୋଦର ବାତାବରଣ ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ତୁଳା-
ଗୃହରେ ଥିବା କଳହ, ପତିପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଭାବର ସମାଧାନ ହେବ । ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ରାଜନୈତିକ କ୍ଷେତ୍ରରେ ବିବାଦିୟ ପରିସ୍ଥିତି ଦେଖାଦେଇ ପାରେ । ଆର୍ଥିକ ଦୃଷ୍ଟିରୁ, ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି ।
ଶୁଭରଙ୍ଗ- ଧଳା ଏବଂ ଶୁଭସଂଖ୍ୟା -୬
ପ୍ରତିକାର- ମହାଲକ୍ଷ୍ମୀଙ୍କ ପୂଜା ପାଠ କରନ୍ତୁ

ବିଛା-
କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ। କର୍ମକ୍ଷେତ୍ରରେ ଅବହେଳିତ କାର‌୍ୟ୍ୟ ସକାଶେ ଅନୁତାପ କରିବେ। ଅନ୍ୟମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର‌୍ୟ୍ୟହରା ନ ହୋଇ କାର‌୍ୟ୍ୟ କଲେ ଉପକୃତ ହେବେ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ-
କୌଣସି ନୁତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ । ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ ପ୍ରଦାନ କରି ଉଚିତ୍ ଲାଭ ପାଇବେ । ରାଜନୀତିରେ ଉତମ କାର୍ଯ୍ୟ କ ପଦୋନ୍ନତି ପାଇବେ । କଳା ଓ କ୍ରୀଡା ସହିତ ଜଡିତ ଥିଲେ ପୁରଷ୍କାର ପାଇପାରନ୍ତି ।
ଶୁଭରଙ୍ଗ- ହଳଦିଆ ଏବଂ ଶୁଭସଂଖ୍ୟା-୩
ପ୍ରତିକାର- ହଳଦିଆ ବସ୍ତ୍ର ମନ୍ଦିରରେ ଦାନ କରନ୍ତୁ ।

ମକର-
ନିଜ ଫାଇଦା ପାଇଁ ବନ୍ଧୁମାନେ ମନଲୋଭା କଥା କହିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସହ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିବ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି । ବନ୍ଧୁ ମିତ୍ରଙ୍କ ଆଗମନ ହେବ ଓ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଅଧିକାରୀ ଙ୍କ ଠାରୁ ସହଯୋଗ ପାଇ କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

ମୀନ-
ଯାତ୍ରା, ବାଣିଜ୍ୟ, ଚେଷ୍ଟା କରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ। ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। କାର‌୍ୟ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନାର ଅବସର ପାଇବେ ନାହିଁ। ବ୍ୟବସାୟରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today's horoscope, know what your luck says today | Argus News