Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Today Horoscope / ଆଜିର ରାଶିଫଳ: ସତର୍କ ରୁହନ୍ତୁ ଏହି ରାଶିଧାରୀ ବ୍ୟକ୍ତି ନଚେତ୍‌ ପଡ଼ିପାରନ୍ତି ଅସୁବିଧାରେ

Ritu Das
Browse all articles by Ritu Das
·6 months ago·4 min read
ଆଜିର ରାଶିଫଳ: ସତର୍କ ରୁହନ୍ତୁ ଏହି ରାଶିଧାରୀ ବ୍ୟକ୍ତି ନଚେତ୍‌ ପଡ଼ିପାରନ୍ତି ଅସୁବିଧାରେ
india

Key Points

ମେଷ-
ଆଜି ଅର୍ଥଲାଭ ସାଙ୍ଗକୁ ବନ୍ଧୁମାନଙ୍କ ମତାନ୍ତର ଜନିତ କଳହର ମଧ୍ୟ ସୂଚନା ରହିଛି। ଅବଶ୍ୟ ଆନୁଷ୍ଠାନିକ କାର‌୍ୟ୍ୟ, ପ୍ରତ୍ୟୁଷ ଯାତ୍ରାଦିରେ ସଫଳତା ହାସଲ କରିବେ।
ଆଜିର ରବିବାର ସକାଳୁ ଜାଣିନିଅନ୍ତୁ ଆପଣଙ୍କ ଭାଗ୍ୟଫଳ। ସତର୍କ ରୁହନ୍ତୁ ଏହି ରାଶିଧାରୀ ବ୍ୟକ୍ତି ନଚେତ୍‌ ପଡ଼ିପାରନ୍ତି ଅସୁବିଧାରେ

ମେଷ-
ଆଜି ଅର୍ଥଲାଭ ସାଙ୍ଗକୁ ବନ୍ଧୁମାନଙ୍କ ମତାନ୍ତର ଜନିତ କଳହର ମଧ୍ୟ ସୂଚନା ରହିଛି। ଅବଶ୍ୟ ଆନୁଷ୍ଠାନିକ କାର‌୍ୟ୍ୟ, ପ୍ରତ୍ୟୁଷ ଯାତ୍ରାଦିରେ ସଫଳତା ହାସଲ କରିବେ। କେତେକ ଆକସ୍ମିକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପ୍ରକାଶନ, ପ୍ରଶାସନ, କଳା, ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ମଙ୍ଗଳବାର ଦିନ ନିଜର ସ୍ନାନ ଜଳରେ କିଛି ହେଙ୍ଗୁ ମିଶାଇ ସ୍ନାନ କରନ୍ତୁ

ବୃଷ-
ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ । ପାରିବାରିକ ବିଶୃଙ୍ଖଳା ଦେଖାଦେବା ସହିତ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ । ରାଜନୀତିରେ ପ‌ଦମର୍ଯ୍ୟାଦା ବୃଦ୍ଧି ପାଇବ। ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶ୍ରୀ ଗୌରୀ ଗଣେଶଙ୍କୁ ପୂଜା କରିଲେ ଆପଣଙ୍କର କାମ ସଫଳ ହେବ

ମିଥୁନ-
ଯାହାକୁ ଅତି ନିଜର ମନେ କରୁଥିବେ ସିଏହିଁ ମୁହଁ ପଛରେ ସମାଲୋଚନା କରିବ। ଅର୍ଥ ଓ ସମ୍ମାନ ପାଇବେ, ସହକର୍ମୀଙ୍କ ସହାନୁଭୂତି ଯୋଗୁ କର୍ମ ମୁଖର ହେବେ ଓ କାମ ମଧ୍ୟ ଅଟକିବ ନାହିଁ। ମୃଗଶିରା ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହେବେ। କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
ଶୁଭ ସଂଖ୍ୟା- ୫ ଶୁଭ ରଙ୍ଗ- ସବୁଜ ଏବଂ
ପ୍ରତିକାର- ବୁଧବାର ଦିନ ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

କର୍କଟ-
ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ଯ୍ୟ କରିପାରିବେ । ରାଜନିତିରେ ଛାତ୍ରଛାତ୍ରୀ ମାନେ ପଢାରେ ସହଯୋଗ ପାଇବେ । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ସିଂହ-
ସ୍ଥଗିତ କାମକୁ ସମ୍ପନ୍ନ କରିବା ସକାଶେ ଖର୍ଚ୍ଚାନ୍ତ ହେବେ। ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମନକୁ ବିବ୍ରତ କରିପାରେ। ପାରିବାରିକ ଜୀବନରେ ଉଚିତ୍ ବୁଝାମଣା ପାଇଁ ଚେଷ୍ଟା କରିପାରନ୍ତି। ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ରବିବାର ଦିନ ନିରାମିଶ ରୁହନ୍ତୁ

କନ୍ୟା-
ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ। ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ । ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ବନ୍ଦ୍ବରେ ପଡିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ହରିଡ଼ା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

ତୁଳା-
କର୍ମାରମ୍ଭ ସକାଶେ ମାନସିକତା ସୃଷ୍ଟି କରିବେ। ଅତୀତର ଅପମାନ, ସମସ୍ୟା ଓ କାର୍ଯ୍ୟ ସାଧନରେ ଅସାମର୍ଥ୍ୟତା ବିଷୟରେ ସମୀକ୍ଷା କରିପାରନ୍ତି। କାମ ହାସଲ ଉଦ୍ଦେଶ୍ୟରେ ବନ୍ଧୁଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବିବାଦୀୟ ଘଟଣାର ଫଳାଫଳ ସପକ୍ଷରେ ଯିବାର ସମ୍ଭାବନା ରହିଛି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଇଷ୍ଟ ଦେବୀ ମା କମଳାଙ୍କର ଓଁ ଶ୍ରୀଂ ଏହି ମନ୍ତ୍ର ପାଠ କରନ୍ତୁ

ବିଛା-
ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ। ବଡ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା' ମଙ୍ଗଳାଙ୍କ ମନ୍ତ୍ର ପାଠ କରନ୍ତୁ

ଧନୁ-
ଆଜି ଆର୍ଥିକ ସ୍ବଚ୍ଛଳତା ଓ ବନ୍ଧୁଙ୍କ ସାନ୍ନିଧ୍ୟରୁ ଖୁସି ହେବେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ନିଜର କାମଗୁଡିକୁ ସ୍ଥଗିତ ରଖି ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଗୁରୁବାର ଦିନ ବିଷ୍ଣୁଙ୍କ ପାଖରେ ଖେଚୋଡି ଭୋଗ ଲଗାନ୍ତୁ

ମକର-
ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। କାର୍ଯ୍ୟକ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ। ଛୋଟ ଛୋଟ କଥାକୁ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
ସମସ୍ୟା ରହିଥିଲେ ମଧ୍ୟ ହାତକୁ ନେଇଥିବା ଗୁରୁତ୍ୱପୂର୍ଣ୍ଣ କାମଟି ବାଧାପ୍ରାପ୍ତ ହେବ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତୀକ୍ଷା କରିଥିବା ଲୋକଟିକୁ ନ ପାଇ ବ୍ୟସ୍ତ ହୋଇପଡିବେ। ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଆତ୍ମୀୟଙ୍କ ସହୃଦୟତାରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ନୀଳ ରଙ୍ଗର ପୋଷାକ ବ୍ୟବହାର କରିବା ସହିତ ନିଜ ପାଖରେ ଲୁହାରେ ନିର୍ମିତ ଶନିଙ୍କର ଯନ୍ତ୍ରଟିଏ ରଖନ୍ତୁ

ମୀନ-
ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଆର୍ଥିକ ସମସ୍ୟାରୁ ଚୁକ୍ତି ମିଳିବ ବା ପୂର୍ବରୁ କରିଥିବା ଋଣରୁ ମୁକ୍ତି ପାଇ ପାରିବେ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Today’s Horoscope: These Zodiac Signs Should Stay Alert Today | Argus News